ଓଡ଼ିଶା-ଛତିଶଗଡ଼ ସମନ୍ବୟ ବୈଠକ: ବ୍ୟାଘ୍ର ପ୍ରକଳ୍ପ ପାଇଁ ସୁନାବେଡାରେ ଭିତ୍ତିଭୂମି ଅଛି

ନୂଆପଡା ଅଫିସ,୨୩ା୮ – ଓଡ଼ିଶା-ଛତିଶଗଡ଼ ସୀମାନ୍ତ ନୂଆପଡା ଜିଲା ସୁନାବେଡା ଅଭୟାରଣ୍ୟରେ ବ୍ୟାଘ୍ର ଭଳି ମୂଲ୍ୟବାନ ଜନ୍ତୁମାନେ ସୁରକ୍ଷିତ ଭାବେ ରହିଥିବାବେଳେ ଏହାକୁ ବ୍ୟାଘ୍ର ପ୍ରକଳ୍ପ ଭାବେ ଘୋଷଣା କରିବାକୁ ସରକାର ପ୍ରସ୍ତୁତି କରୁଛନ୍ତି । ବ୍ୟାଘ୍ର ପ୍ରକଳ୍ପ ପାଇଁ ଏଠାରେ ଆବଶ୍ୟକ ଭିତିଭୂମି ରହିଛି ବୋଲି ମତ ପ୍ରକାଶ ପାଇଛି। ଗୁରୁବାର ଏଠାରେ ଦୁଇ ରାଜ୍ୟର ବନ୍ୟପ୍ରାଣୀ ବିଭାଗର ସମନ୍ବୟ ବୈଠକରେ ଯୋଗଦେଇ ବରିଷ୍ଠ ଅଧିକାରୀମାନେ ମତ ରଖିଛନ୍ତି।
ପୂର୍ବାହ୍ନ ୧୦ଟାରେ ସ୍ଥାନୀୟ ଜିଲାପାଳଙ୍କ ସଦ୍ଭାବନା ସଭାଗୃହରେ ଆୟୋଜିତ ବୈଠକରେ ଏନଟିସିଏ (ନ୍ୟାଶନାଲ ଟାଇଗର କରଜରଭେସନ ଅଥରିଟି) ଏଡିସନାଲ ଡାଇରେକ୍ଟର ଜେନେରାଲ ଡ.ଅନୁପ କୁମାର ନାୟକ ସଭାପତିତ୍ୱ କରିଥିବାବେଳେ ପିସିସିଏଫ (ଓଡିଶା) ଶଶି ପାଲ, ପିସିସିଏଫ (ଛତିଶଗଡ) ଜେ.ଏ.ସି.ଏସ ରାଓ, ଡେପୁଟି ଇନ୍ସପେକ୍ଟର ଜେନେରାଲ ଫରେଷ୍ଟ ସୁରେନ୍ଦର ମେହରା, କାମଡି ହେମନ୍ତ ଭାସ୍କର, ଉଦନ୍ତୀ- ସୀତାନଦୀ ଟାଇଗର ରିଜର୍ଭ ଫିଲ୍‌ଡ ଡାଇରେକ୍ଟର କେ.କେ. ବିଶେନ, ଆରସିସିଏଫ ଭବାନୀପାଟଣା ଅଭିରାମ ନାଏକ, ଛତିଶଗଡର ଚିଫ ୱାଇଲ୍ଡ ଲାଇଫ ୱାଡେନ ଅତୁଲ ସୁକ୍ଲା, ରାୟପୁର ସିସିଏଫ ସଙ୍ଗୀତା ପ୍ରମୁଖ ଯୋଗଦେଇଥିଲେ । ଏଥିରେ ନୂଆପଡା ସମେତ ଆଖପାଖ ବରଗଡ ଏବଂ ବଲାଙ୍ଗୀର ଜିଲାର ସମସ୍ତ ବନବିଭାଗର ଅଧିକାରୀମାନେ ଯୋଗଦେଇଥିଲେ। ସୂଚନାଯୋଗ୍ୟ ଯେ, ନୂଆପଡା ଜିଲା ସମୁଦ୍ର ପତନରୁ ୩ ହଜାର ଫୁଟ ଉଚ୍ଚରେ ଅବସ୍ଥିତ। ୬ଶହ ବର୍ଗ କି.ମି. ଦୂର ପରିବ୍ୟାପ୍ତ ସୁନାବେଡାକୁ ସରକାର ୧୯୮୮ରେ ଅଭୟାରଣ୍ୟର ମାନ୍ୟତା ଦେଇଥିବାବେଳେ ବର୍ତ୍ତମାନ ଏଠାରେ ବାଘମାନଙ୍କର ସୁରକ୍ଷା ଦୃଷ୍ଟି କୋଣରୁ ଏହାକୁ ବ୍ୟାଘ୍ର ପ୍ରକଳ୍ପର ମାନ୍ୟତା ଦେବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହାକୁ ଲାଗି ଛତିଶଗଡର ଉଦନ୍ତୀ ଏବଂ ସୀତା ନଦୀ ବ୍ୟାଘ୍ର ପ୍ରକଳ୍ପ ରହିଛି। ଏଥିପାଇଁ ଦୁଇ ରାଜ୍ୟର ସମନ୍ବୟ ଆବଶ୍ୟକ ରହିଛି ବୋଲି ଅଧିକାରୀମାନେ କହିଥିଲେ । ପୂର୍ବରୁ ନବେ ଦଶକରେ ହୋଇଥିବା ସର୍ଭେ ଅନୁଯାୟୀ ଏଠାରେ ୩୨ଟି ମହାବଳ ବାଘ ଏବଂ ୩୬ଟି କଲରାପତରିଆ ବାଘ ରହିଥିବା କୁହାଯାଉଥିଲା। ଏବେ ଏହା ଧୀରେ ଧୀରେ କମିବାରେ ଲାଗିଥିବା ପରବର୍ତ୍ତି ରିପୋର୍ଟରେ ପରିଲକ୍ଷିତ ହୋଇଛି । ଏଥିପାଇଁ ସରକାରୀସ୍ତରରେ ତପତ୍ରତା ଆବଶ୍ୟକ ରହିଛି । ଅନ୍ୟପକ୍ଷେ ବ୍ୟାଘ୍ର ପ୍ରକଳ୍ପ ହେଲେ ନୂଆପଡା ସମେତ ଆଖପାଖ ଅଞ୍ଚଳର ଆର୍ଥତ୍କ ସ୍ଥିତିରେ ପ୍ରଗତି ଆସିବ। ଏହା ସାରା ଦେଶର ଏକ ମୁଖ୍ୟ କେନ୍ଦ୍ରବିନ୍ଦୁ ହୋଇ ରହିବ । ବୈଠକରେ ଏକ ରିପୋର୍ଟ ପ୍ରସ୍ତୁତ ହୋଇ କେନ୍ଦ୍ର ସରକାରଙ୍କ ବିଭାଗୀୟ ଦପ୍ତରକୁ ପଠାଇବା ଯୋଜନା ରହିଥିବା କୁହାଯାଇଛି । ବୈଠକକୁ ସୁନାବେଡା ବନ୍ୟପ୍ରାଣୀ ବିଭାଗର ଅଧିକାରୀମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

କୋର୍ଟରେ ହୋଇ ନ ଥିଲେ ହାଜର, ୩ ୱାରେଣ୍ଟିଙ୍କୁ ବାନ୍ଧିଲା ପାଟପୁର ପୋଲିସ 

ଦିଗପହଣ୍ଡି,,୨୧।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ପୋଲିସ ବିଭିନ୍ନ ମାମଲାରେ ଫେରାର ଥିବା ୩ ଜଣ ଜାମିନବିହୀନ ୱାରେଣ୍ଟିଙ୍କୁ ଗିରଫ କରି…

ଜାଗିରି ସମ୍ପତ୍ତିକୁ ନେଇ ବିବାଦ, ଚାରି କୋର୍ଟ ଚାଲାଣ

ବାଲିପାଟଣା ୨୨।୭(ଅଭିମନ୍ୟୁ ନାୟକ): ବାଲିପାଟଣା ଥାନା ଅନ୍ତର୍ଗତ ଗାରେଡିପାଞ୍ଚଣ ଗ୍ରାମରେ ଏକ ଜାଗିରି ଜମି ଦଖଲକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଯେଉଁଥିରେ ଜଣେ…

ଦିଗପହଣ୍ଡିରେ ଖେମୁଣ୍ଡି ଲୋକ ମହୋତ୍ସବ ଉଦଯାପିତ: ଜିଲାପାଳ କହିଲେ- ସହରରେ ନିର୍ମାଣ ହେବ ସଂସ୍କୃତି ଭବନ

ଦିଗପହଣ୍ଡି,୨୧।୭(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବଜାର ଗାନ୍ଧୀ ଛକଠାରେ ସୋମବାରଠାରୁ ଦୁଇ ଦିନ ଧରି ଚାଲିଥିବା ଖେମୁଣ୍ଡି ଲୋକ କଳା ମହୋତ୍ସବ ମଙ୍ଗଳବାର ରାତିରେ ସଫଳତାର ସହ…

ପୂଜା ସାରି ଫେରୁଥିବା ବେଳେ ମହିଳାଙ୍କୁ ମାଡ଼, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଥାନାରେ ମାମଲା

ଧାମନଗର,୨୧।୭(କାଳନ୍ଦି ବେହେରା): ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ବରଗଡ଼ା ଗ୍ରାମରେ ପୂଜା ସାରି ଘରକୁ ଫେରୁଥିବା ଜଣେ ମହିଳାଙ୍କୁ ଆକ୍ରମଣ କରାଯିବା ଏବଂ ଚିକିତ୍ସାଧୀନ ଅବସ୍ଥାରେ…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ଦ୍ୱିତୀୟ ପ୍ରଚେଷ୍ଟାରେ NEETରେ ଚମକିଲେ ଅରୋଶିଷ: ପୂରଣ ହେବ ଡାକ୍ତର ହେବାର ସ୍ବପ୍ନ

ଅମରପାଲି,୨୧।୭(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକର ଯାଲୋଏ ଗ୍ରାମର ମେଧାବୀ ଛାତ୍ର ଅରୋଶିଷ ପଣ୍ଡା ଚଳିତ ବର୍ଷର ଏନଇଇଟି (NEET UG) ପ୍ରବେଶିକା ପରୀକ୍ଷାରେ ଉଲ୍ଲେଖନୀୟ…

ପେ-ଲେଭଲ୍ ବୃଦ୍ଧି ଓ କ୍ୟାଡ଼ର ପୁନର୍ଗଠନ ଦାବି: ଏଓବିଏସଏସଓଏ ପକ୍ଷରୁ କଳାହାଣ୍ଡି ଜିଲାପାଳଙ୍କୁ ଦାବିପତ୍ର

ଭବାନୀପାଟଣା,୨୧।୭(ଉତ୍ତମ କୁମାର ଦାଶ): ଅଲ ଓଡ଼ିଶା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପରିଷଦ (ଏଓବିଏସଏସଓଏ) ପକ୍ଷରୁ ମଙ୍ଗଳବାର କଳାହାଣ୍ଡି ଜିଲାପାଳ ପାୱାର ସଚିନ ପ୍ରକାଶଙ୍କୁ ଏକ ୮…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri