ଓଡ଼ିଶା କାହିଁକି ଭିକ୍ଷାଥାଳ ଧରି ଠିଆହେବ

ଶ୍ରୀକାନ୍ତ ଜେନା
ଓଡ଼ିଶାକୁ ‘ସ୍ବତନ୍ତ୍ର ଶ୍ରେଣୀ ରାଜ୍ୟ’ ଭାବେ ଗ୍ରହଣ କରିବାକୁ ଓଡ଼ିଶା ବିଧାନସଭା ଦୁଇ ଥର ସର୍ବସମ୍ମତ ପ୍ରସ୍ତାବ ଗ୍ରହଣ କରି କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି, ଯାହାକୁ ପୁଣିଥରେ କେନ୍ଦ୍ର ସରକାର ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ତେବେ କାହିଁକି ଓଡ଼ିଶା ବିଧାନସଭା ଏହି ଦାବିକୁ ବାରମ୍ବାର କେନ୍ଦ୍ର ନିକଟରେ ଉଠାଉଛି ?
ଏହାର କାରଣ ଓଡ଼ିଶା ଗରିବୀରେ ଦେଶରେ ଏକ ନମ୍ବର (ରଘୁରାମ ରାଜନ କମିଟି ରିପୋର୍ଟ)। ଓଡ଼ିଶା ଲୋକଙ୍କର ମୁଣ୍ଡପିଛା ଆୟ ଦେଶରେ ସର୍ବନିମ୍ନ। ଏହି ରାଜ୍ୟରୁ ସବୁଠୁ ବେଶି ଯୁବତୀଯୁବକ ଓ ଅନ୍ୟ ଶ୍ରମଜୀବୀ ଅନ୍ୟ ରାଜ୍ୟକୁ ପଳାୟନ କରୁଛନ୍ତି କର୍ମସଂସ୍ଥାନ ପାଇଁ। କୃଷି ଉତ୍ପାଦନରେ ଓଡ଼ିଶା ସବୁଠୁ ନିମ୍ନରେ। ବେକାରି ସମସ୍ୟା ଭୟଙ୍କର। ଶିକ୍ଷା ଓ ସ୍ବାସ୍ଥ୍ୟ ସେବାରେ ପହଞ୍ଚିଛି ଦୟନୀୟ ଅବସ୍ଥା। ରେଳ-ସଡ଼କ-ବନ୍ଦର-ଶିଳ୍ପ-କୃଷିର ବିକାଶ ଅନ୍ୟ ରାଜ୍ୟ ତୁଳନାରେ ବହୁତ ପଛରେ। ଅନ୍ୟପଟେ ଲୋକସଂଖ୍ୟାର ୨୩ ପ୍ରତିଶତ ଆଦିବାସୀ ଓ ୧୭ ପ୍ରତିଶତ ଦଳିତ ସମ୍ପ୍ରଦାୟର। ଏମାନଙ୍କ ମଧ୍ୟରୁ ଅଧିକାଂଶ ଭୂମିହୀନ। ଅନ୍ୟାନ୍ୟ ପଛୁଆ ବର୍ଗ ସମୁଦାୟ ଲୋକସଂଖ୍ୟାର ୫୪ ପ୍ରତିଶତ । ସମୁଦାୟ ୯୪ ପ୍ରତିଶତ ଲୋକଙ୍କ ମଧ୍ୟରୁ ୯୦ ପ୍ରତିଶତ ଲୋକ ଦାରିଦ୍ର୍ୟ ସୀମାରେଖା ତଳେ ଅଛନ୍ତି।
ଓଡିଶା କିନ୍ତୁ ପ୍ରାକୃତି ସମ୍ପଦରେ ଭରପୂର। ଦେଶର ୩୨ ଭାଗ କୋଇଲା ଓଡିଶାରେ। ସେହିପରି ଲୁହାପଥର ୩୫ ଭାଗ, କ୍ରୋମାଇଟ ୯୯ ଭାଗ, ବକ୍ସାଇଟ୍‌ ୫୦ ଭାଗ, ମାଙ୍ଗାନିଜ ୩୫ ଭାଗ ଓ ନିକେଲ ୯୧ ଭାଗ ବି ଓଡ଼ିଶାରେ ଅଛି। ଜଙ୍ଗଲ ସମ୍ପଦ ଦେଶର ୧୬ ଭାଗ। ସମୁଦ୍ର ବେଳାଭୂମି ୪୩୨ କି.ମି.। ନଦୀ ଓ ଜଳସମ୍ପଦରେ ମଧ୍ୟ ଓଡ଼ିଶା ଭରପୂର। ରାଜ୍ୟରେ ଅଛି ୧୦ଟି କୃଷି ଜଳବାୟୁ ଅଞ୍ଚଳ (Agro Climatic Zone), ଯାହା ଦେଶର ଅନ୍ୟ କୌଣସି ରାଜ୍ୟରେ ନାହିଁ।
ଓଡିଶା ବମ୍ବେ-ଦିଲ୍ଲୀର ବଡ଼ ବଡ଼ ଶିଳ୍ପପତିଙ୍କର ଖଣିଜ ସମ୍ପଦ ଦୋହନର କେନ୍ଦ୍ରବିନ୍ଦୁ ହୋଇଛି। ଆମେ ଯେଉଁମାନେ ରାଜନେତା ଆଜି ସେମାନଙ୍କର କେବଳ ‘ଚୌକିଦାର’ ସାଜିଛୁ। ସମ୍ପତ୍ତି ଆମର, ମାଲିକ କିନ୍ତୁ ସେମାନେ। ଓଡିଶାର ୯୦ ଭାଗ ବ୍ୟବସାୟ ଓଡ଼ିଶା ବାହାର ଲୋକଙ୍କ ହାତରେ। ଆମେ କେବଳ ତାଙ୍କର ଠିକା ଶ୍ରମିକ ବା ଛୋଟ ଠିକା କଣ୍ଟ୍ରାକ୍ଟର।
ଓଡ଼ିଶାର ଗୌରବମୟ ଇତିହାସ ରହିଛି। ସାତ ସମୁଦ୍ର ପାର ହୋଇ ଅନ୍ୟ ଦେଶ ସହ ନୌବାଣିଜ୍ୟରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ, ଯେଉଁ ପରମ୍ପରାକୁ ଏବେ ଓଡିଶାବାସୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ‘ବାଲିଯାତ୍ରା’ ପର୍ବ ଭାବେ ପାଳନ କରି ଡଙ୍ଗା ଭସାଣ କରିଥାନ୍ତି।
ବ୍ରିଟିଶ ସାମ୍ରାଜ୍ୟ ସର୍ବଶେଷରେ ଓଡ଼ିଶାକୁ ନିୟନ୍ତ୍ରଣକୁ ନେଇଥିଲା। କିନ୍ତୁ ଓଡ଼ିଶାର ବୀର ପାଇକମାନେ ଓଡ଼ିଶାକୁ ପ୍ରଥମେ ମୁକ୍ତ କରିଥିଲେ ବ୍ରିଟିଶ ସାମ୍ରାଜ୍ୟ କବଳରୁ। ବରୁଣେଇ ଦୁର୍ଗ ତା’ର ମୂକସାକ୍ଷୀ। ସମ୍ରାଟ ଅଶୋକଙ୍କୁ କଳିଙ୍ଗ ଯୁଦ୍ଧ ‘ଚଣ୍ଡାଶୋକ’ରୁ ‘ଧର୍ମାଶୋକ’ରେ ପରିଣତ କରାଇଥିଲା। ଧଉଳି ତା’ର ମୂକସାକ୍ଷୀ ଭାବେ ଛିଡା ହୋଇଛି। ଶାନ୍ତି ଓ ସୌହାର୍ଦ୍ଦ୍ୟର ପୁଣ୍ୟଭୂମି ଓଡ଼ିଶା। ଓଡ଼ିଶାରେ ହିନ୍ଦୁ ପରିବାରରେ ପିଲାଟିଏ ଜନ୍ମ ହେଲେ ଏକୋଇଶିଆ ପାଳନ ବେଳେ ‘ସତ୍ୟ-ପୀର’ ପାଲା ହୁଏ। ଦେଶରେ ଏହା ଏକ ନିଆରା ପରମ୍ପରା। ହିନ୍ଦୁ, ମୁସଲମାନ ଓ ଖ୍ରୀଷ୍ଟଧର୍ମ ସମନ୍ବୟର କେନ୍ଦ୍ରସ୍ଥଳୀ ଓଡିଶା। ଉତ୍କଳ ଗୌରବ ମଧୁବାବୁ ଖ୍ରୀଷ୍ଟଧର୍ମ ଗ୍ରହଣ କରିଥିଲେ ବି ଓଡ଼ିଶାବାସୀଙ୍କର ସେ ପ୍ରାତଃସ୍ମରଣୀୟ। ଓଡିଶାର ଆରାଧ୍ୟ ଦେବତା ଜଗନ୍ନାଥଙ୍କ ଅଧିକାର ପାଇଁ ନ୍ୟାୟାଳୟର ଲଢେଇରେ ସେ ସର୍ବାଗ୍ରେ ଥିଲେ।
ରତ୍ନଗର୍ଭା ଓଡ଼ିଶାର ଲୁଣ୍ଠନ କେବେ ବନ୍ଦହେବ ଓ ଓଡ଼ିଶା ଗରିବୀରୁ କେବେ ମୁକ୍ତ ହେବ? ମହାତ୍ମା ଗାନ୍ଧୀ ଶହେ ବର୍ଷ ତଳେ ୧୯୨୧ ମସିହାରେ ଓଡ଼ିଶାରୁ ଫେରି ବମ୍ବେଠାରେ ଉଦ୍‌ବେଗ ପ୍ରକାଶ କରି କହିଥିଲେ-‘ଗରିବୀ କ’ଣ ଦେଖିବାକୁ ହେଲେ ଓଡ଼ିଶାକୁ ଯାଅ’। ଆଜି ବି ସେହି ଅବସ୍ଥା। ଆମେ ଦେଶର ସବୁଠୁ ଗରିବ ରାଜ୍ୟ କାହିଁକି? କାହିଁକି ଆମ ପ୍ରତି ଅବିଚାର? ସମ୍ରାଟ ଖାରବେଳଙ୍କର ଏହି ପବିତ୍ର ଭୂମି କାହିଁକି କାହା ନିକଟରେ ଭିକ୍ଷା ଥାଳ ଧରି ଠିଆ ହେବ? ଓଡ଼ିଶାର ଅନ୍ୟତମ ବରପୁତ୍ର ବିଜୁ ପଟ୍ଟନାୟକ ୧୯୬୯-୭୦ ମସିହାରେ କଂଗ୍ରେସରୁ ବାହାରିଆସି ‘ଉତ୍କଳ କଂଗ୍ରେସ’ ଗଠନ କରି ଦିଲ୍ଲୀର ଅବିଚାର ବିରୋଧରେ ସ୍ବର ଉତ୍ତୋଳନ କରି ବାଲିଚନ୍ଦ୍ରପୁରଠାରେ ଉତ୍କଳ କଂଗ୍ରେସର ପ୍ରଥମ ରାଜ୍ୟ ସମ୍ମିଳନୀରେ ଏହି ପ୍ରଶ୍ନ ଉଠାଇଥିଲେ। ଜଣେ ଛାତ୍ର ଭାବେ ସେହି ସମ୍ମିଳନୀରେ ଭାଗନେବାର ସୁଯୋଗ ମତେ ମିଳିଥିଲା। ଗୋଟିଏ ସ୍ଲୋଗାନ ତାଙ୍କର ଥିଲା- ”ଦିଲ୍ଲୀର ଅବିଚାର ନିକଟରେ ମୁଣ୍ଡ ନୁଆଁଇବୁ ନାହିଁ“। ଆଜି ତା’ର ପ୍ରାସଙ୍ଗିକତା ଅଛି କି ନାହିଁ? କାହିଁକି ଆଜି ଦିଲ୍ଲୀ ନିକଟରେ ଆତ୍ମସମର୍ପଣ କରିବା? କ’ଣ ୪ କୋଟି ଓଡ଼ିଆଙ୍କ ‘ବିଧାନସଭା ପ୍ରସ୍ତାବ’ର କୌଣସି ମୂଲ୍ୟ ନାହିଁ?
ଓଡ଼ିଶାର ଯୁବକ ଓ ଛାତ୍ରମାନେ ଏ ରାଜ୍ୟର ଭବିଷ୍ୟତ ନିଜ ହାତକୁ ନିଅନ୍ତୁ ଓ ନିଜର ଭାଗ୍ୟ ନିଜେ ଗଢିବାକୁ ସଂକଳ୍ପବଦ୍ଧ ହୁଅନ୍ତୁ।
ଜି-୧, ଗଙ୍ଗନଗର, ୟୁନିଟ-୬, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

ଏଇ ଭାରତରେ

କଠିନ ବର୍ଜ୍ୟକୁ ମାତ୍ର ୮ ଘଣ୍ଟା ମଧ୍ୟରେ ନ୍ୟୁଟ୍ରିଣ୍ଟ ପରିପୂର୍ଣ୍ଣ ଖତରେ ପରିଣତ କରିପାରୁଛି ଗୋଲ୍‌ଡ କମ୍ପୋଷ୍ଟର। ‘ଓ୍ବେଷ୍ଟ ଇଜ୍‌ ଗୋଲ୍‌ଡ ଟେକ୍‌ନୋଲୋଜି’ ଷ୍ଟାର୍ଟଅପ୍‌ ମାଧ୍ୟମରେ...

ଆଇନଜୀବୀ ଓ ଆଇନଜ୍ଞ ମଧୁବାବୁ

ସିତାଂଶୁ ମୋହନ ଦ୍ୱିବେଦୀ   ମହାତ୍ମା ଗାନ୍ଧୀ, ଚିତ୍ତରଞ୍ଜନ ଦାସ, ମୋତିଲାଲ ନେହେରୁ ଏବଂ ମଧୁସୂଦନ ଦାସ ପ୍ରମୁଖ ପ୍ରଖ୍ୟାତ ଆଇନଜୀବୀଗଣ ଆଇନଜ୍ଞ ଭାବରେ ତଥା...

ଖଣ୍ଡିଏ ଭୋଟ୍‌ର ମୂଲ୍ୟ

ଅଧ୍ୟାପକ ନିରଞ୍ଜନ ପାଢ଼ୀ   ନିର୍ବାଚନ ପାଇଁ ଆଉ ମାତ୍ର ଦିନ କେଇଟାର ଅପେକ୍ଷା। ଭାରତ ଭଳି ଏକ ବିଶାଳ ଗଣତନ୍ତ୍ରର ଭାଗ୍ୟଡୋରି ହାତକୁ ନେବା...

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri