Posted inଫୁରସତ

ଏହି ଦେଶରେ ୪୭ ପ୍ରତିଶତ ସିଙ୍ଗଲଙ୍କୁ ମିଳୁନାହାନ୍ତି ମନପସନ୍ଦର ପାର୍ଟନର, ଏଥିପାଇଁ ରହିଛନ୍ତି ଅବିବାହିତ

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ମନପସନ୍ଦର ପାର୍ଟନର ମିଳୁ ନ ଥିବାରୁ ଏଠାରେ ୪୭ ପ୍ରତିଶତ ଅବିବାହିତ ରହିଛନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଏମିତି ଅଜବ ସ୍ଥିତି ଦେଖିବାକୁ ମିଳିଛି ଜାପାନରେ। ଏକ ରିପୋର୍ଟରୁ ଜଣାପଡ଼ିଛି, ୧୮୯୯ ମସିହା ପରଠାରୁ ଏଠାରେ ବିବାହିତଙ୍କ ସଂଖ୍ୟା କମି କମି ଯାଉଛି। ଏକ ଅନ୍‌ଲାଇନ୍‌ ସର୍ଭେରୁ ଜଣାପଡ଼ିଛି, ୨୦ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କୁ ମନପସନ୍ଦର ପାର୍ଟନର ମିଳି ନ ଥିବାରୁ ଆଜିପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ସେହିପରି ୨୯ ପ୍ରତିଶତ ପୁରୁଷ କୁହନ୍ତି, ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ ବିବାହ ହେବାକୁ ଇଚ୍ଛା କରୁନାହାନ୍ତି। ୩୧ ପ୍ରତିଶତ ମହିଳା କୁହନ୍ତି, ସେମାନେ ତାଙ୍କର ସ୍ବାଧୀନତା ହରାଇବାକୁ ଚାହଁୁନାହାନ୍ତି। ଫଳରେ ସିଙ୍ଗଲ ରହିଛନ୍ତି। ୨୦୧୮ରେ ଦେଶରେ ୯ ଲକ୍ଷ ୧୮ ହଜାର ୩୯୭ ପିଲା ଜନ୍ମ ନେଇଥିବାବେଳେ ୧୯୪୦ ଦଶକରେ ଏଠାରେ ୨୭ ଲକ୍ଷ ପିଲା ଜନ୍ମ ହୋଇଥିଲେ। ଫଳରେ ସରକାର ୨୦୨୬ରେ ପ୍ରଜନନ ସଂଖ୍ୟା ବୃଦ୍ଧି କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଦେଶର ଜନସଂଖ୍ୟାକୁ ନେଇ ଚିନ୍ତିତ ଅଛନ୍ତି। ପିଲାଙ୍କ ସଂଖ୍ୟା ବଢ଼ାଇବା ପାଇଁ ପ୍ରୋତ୍ସାହନ କରିବାକୁ ପଡ଼ିବ। ଏଥିପାଇଁ ଦେଶରେ ସମସ୍ତ ଅବିବାହିତଙ୍କୁ ବିବାହ ବନ୍ଧନରେ ଆବଦ୍ଧ ନେଇ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ୧୬ ଜୀବନ

ହାଇଦ୍ରାବାଦ,୨୩ା୫: ତେଲଙ୍ଗାନାରେ ପ୍ରବଳ ଗ୍ରୀଷ୍ମଲହରି ଜାରି ରହିଥିବାବେଳେ ଅଂଶୁଘାତରେ ୧୬ ଜଣଙ୍କର ମୃତ୍ୟୁ ଘଟିଥିବା ରାଜ୍ୟ ରାଜସ୍ବ ମନ୍ତ୍ରୀ ପୋଙ୍ଗୁଲେଟି ଶ୍ରୀନିବାସ ରେଡ୍ଡୀ ଶନିବାର ପ୍ରକାଶ କରିଛନ୍ତି।…

ସମର୍ଥଙ୍କୁ ୭ ଦିନିଆ ରିମାଣ୍ଡରେ ନେଲା ପୋଲିସ

ଭୋପାଳ,୨୩ା୫: ଟ୍ବିଶା ଶର୍ମା ମୃତ୍ୟୁ ମାମଲାରେ ୧୦ ଦିନ ହେଲା ଫେରାର ଥିବା ସ୍ବାମୀ ସମର୍ଥ ସିଂଙ୍କୁ ପୋଲିସ ଶୁକ୍ରବାର ଜବଲପୁରରୁ ଗିରଫ କରିବା ପରେ ଶନିବାର…

ଏସିଆନ ଗେମ୍ସ ଚୟନରେ ଭାଗନେବେ ଭିନେଶ

ନୂଆଦିଲ୍ଲୀ, ୨୩ା୫: ରେସଲର ଭିନେଶ ଫୋଗତ ଆଗାମୀ ଏସିଆନ ଗେମ୍ସ ଚୟନ ପ୍ରକ୍ରିୟାରେ ଭାଗ ନେବେ। ଏଥିନେଇ ତାଙ୍କୁ ଦିଲ୍ଲୀ ହାଇକୋର୍ଟ ଅନୁମତି ପ୍ରଦାନ କରିବା ସହ…

କୋଟିଏ ଟଙ୍କାର ବୀମା ଟଙ୍କା ପାଇଁ ସ୍ବାମୀଙ୍କ ଉପରେ ଲାଗିଲା ଗୁରୁତର ଅଭିଯୋଗ! ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଭିଡ଼ିଓ

ଚେନ୍ନାଇ,୨୩।୫: ତେଲେଙ୍ଗାନାର ଖମ୍ମମ ଜିଲାର ଥିରୁମାଲାୟାପାଲେମ ମଣ୍ଡଳରେ ଅବସ୍ଥିତ ଗୋଲ ଥାଣ୍ଡା ଗାଁରେ ଜଣେ ୨୯ ବର୍ଷୀୟ ବିବାହିତ ମହିଳାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମିଳିଛି। ମୃତକଙ୍କ…

ନିଖିଲ ହାଡପା ଗୁଳିକାଣ୍ଡ ମାମଲା: ପୋଲିସର ଫ୍ଲାଗମାର୍ଚ୍ଚ, ୯ ଅଭିଯୁକ୍ତ ଜିଲ୍ଲା ବାହାର ଜେଲକୁ ସ୍ଥାନାନ୍ତର

ଗୁଣପୁର, ୨୩।୫ (ସୁଜାତା ପାଢ଼ୀ): ନିଖିଲ ହାଡପା ଗୁଳିକାଣ୍ଡ ଘଟଣା ପରେ ରାୟଗଡା ସହରରେ ଉତ୍ତେଜନା ଜାରି ରହିଛି। ଶୁକ୍ରବାର ରାତିରେ ରାୟଗଡା ଟାଉନ ଥାନା ସମ୍ମୁଖରେ…

ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇଲେ ତାଳପଡା ଗ୍ରାମବାସୀ: ଅଘୋଷିତ ବିଦ୍ୟୁତ କାଟ …

ପାତ୍ରପୁର, ୨୩/୦୫ (ଉମା ଚରଣ ନେପାକ): ଅଘୋଷିତ ବିଦ୍ୟୁତ କାଟ ଓ ଏସ୍‌ ନୁଆଗାଁ ଗ୍ରାମ ଉପର ପଟରୁ ଯାଇଥିବା ୧୧ କେଭି ତାର ସ୍ଥାନାନ୍ତର ଦାବିକୁ…

ଶୁଭେନ୍ଦୁଙ୍କ ବଡ଼ ଆକ୍ସନ, ମମତାଙ୍କୁ ଲାଗିବ ଶକ୍ତ ଧକ୍କା

କୋଲକାତା,୨୩।୫: କୋଲକାତାର ପ୍ରସିଦ୍ଧ ସଲ୍ଟ ଲେକ ଷ୍ଟାଡିୟମ ବାହାରେ ଅବସ୍ଥିତ ଏକ ବିବାଦୀୟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦିଆଯାଇଛି। ଏହି ମୂର୍ତ୍ତିରେ ଫୁଟବଲ ଉପରେ ଦୁଇଟି ଅସ୍ଥିର ଗୋଡ଼କୁ…

କାଳବୈଶାଖୀର ତାଣ୍ଡବ: କ୍ଷତିଗ୍ରସ୍ତଙ୍କୁ ସହାୟତା ପ୍ରଦାନ ପାଇଁ ଭେଟିଲା ବିଜେଡି ବ୍ଲକ ଟିମ୍‌

ଥୁଆମୂଳ ରାମପୁର,୨୩ା୫(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ନାକୁରୁଣ୍ଡି ପଞ୍ଚାୟତରେ କାଳବୈଶାଖୀ ଜନିତ ବ୍ୟାପକ କ୍ଷୟକ୍ଷତି ପରେ ପ୍ରଭାବିତ ଅଞ୍ଚଳରେ ଶନିବାର ବିଜେଡିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri