Posted inଫୁରସତ

ଏହି ଦେଶରେ ୪୭ ପ୍ରତିଶତ ସିଙ୍ଗଲଙ୍କୁ ମିଳୁନାହାନ୍ତି ମନପସନ୍ଦର ପାର୍ଟନର, ଏଥିପାଇଁ ରହିଛନ୍ତି ଅବିବାହିତ

ବିଶ୍ୱରେ ଏମିତି ଏକ ଦେଶ ରହିଛି ଯେଉଁଠି ମନପସନ୍ଦର ପାର୍ଟନର ମିଳୁ ନ ଥିବାରୁ ଏଠାରେ ୪୭ ପ୍ରତିଶତ ଅବିବାହିତ ରହିଛନ୍ତି। ବିଶ୍ୱାସ ହେଉ ନ ଥିଲେ ମଧ୍ୟ ସତ। ଏମିତି ଅଜବ ସ୍ଥିତି ଦେଖିବାକୁ ମିଳିଛି ଜାପାନରେ। ଏକ ରିପୋର୍ଟରୁ ଜଣାପଡ଼ିଛି, ୧୮୯୯ ମସିହା ପରଠାରୁ ଏଠାରେ ବିବାହିତଙ୍କ ସଂଖ୍ୟା କମି କମି ଯାଉଛି। ଏକ ଅନ୍‌ଲାଇନ୍‌ ସର୍ଭେରୁ ଜଣାପଡ଼ିଛି, ୨୦ରୁ ୪୦ ବର୍ଷ ବୟସର ବ୍ୟକ୍ତିଙ୍କୁ ମନପସନ୍ଦର ପାର୍ଟନର ମିଳି ନ ଥିବାରୁ ଆଜିପର୍ଯ୍ୟନ୍ତ ଅବିବାହିତ ରହିଛନ୍ତି। ସେହିପରି ୨୯ ପ୍ରତିଶତ ପୁରୁଷ କୁହନ୍ତି, ସେମାନଙ୍କ ନିକଟରେ ପର୍ଯ୍ୟାପ୍ତ ଟଙ୍କା ନ ଥିବାରୁ ବିବାହ ହେବାକୁ ଇଚ୍ଛା କରୁନାହାନ୍ତି। ୩୧ ପ୍ରତିଶତ ମହିଳା କୁହନ୍ତି, ସେମାନେ ତାଙ୍କର ସ୍ବାଧୀନତା ହରାଇବାକୁ ଚାହଁୁନାହାନ୍ତି। ଫଳରେ ସିଙ୍ଗଲ ରହିଛନ୍ତି। ୨୦୧୮ରେ ଦେଶରେ ୯ ଲକ୍ଷ ୧୮ ହଜାର ୩୯୭ ପିଲା ଜନ୍ମ ନେଇଥିବାବେଳେ ୧୯୪୦ ଦଶକରେ ଏଠାରେ ୨୭ ଲକ୍ଷ ପିଲା ଜନ୍ମ ହୋଇଥିଲେ। ଫଳରେ ସରକାର ୨୦୨୬ରେ ପ୍ରଜନନ ସଂଖ୍ୟା ବୃଦ୍ଧି କରାଇବାକୁ ଲକ୍ଷ୍ୟ ରଖିଛନ୍ତି। ଜାପାନର ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ଦେଶର ଜନସଂଖ୍ୟାକୁ ନେଇ ଚିନ୍ତିତ ଅଛନ୍ତି। ପିଲାଙ୍କ ସଂଖ୍ୟା ବଢ଼ାଇବା ପାଇଁ ପ୍ରୋତ୍ସାହନ କରିବାକୁ ପଡ଼ିବ। ଏଥିପାଇଁ ଦେଶରେ ସମସ୍ତ ଅବିବାହିତଙ୍କୁ ବିବାହ ବନ୍ଧନରେ ଆବଦ୍ଧ ନେଇ ସ୍ବତନ୍ତ୍ର ନୀତି ପ୍ରଣୟନ କରିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri