ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ମଦର୍ସ ଡେ’

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ମଦର୍ସ ଡେ’ ତଥା ମାତୃ ଦିବସ ଉପଲକ୍ଷେ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଏବଂ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ୍‌’ର ମିଳିତ ସହଯୋଗରେ ରବିବାର ରସୁଲଗଡ଼ସ୍ଥିତ ମଲ୍‌ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ମାନଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ମନୋରଞ୍ଜନଧର୍ମୀ ପ୍ରତିଯୋଗିତା କରାଯାଇଥିଲା। ଏହାସହ ଉଭୟ ମା’ ଓ ପିଲାମାନଙ୍କ ପାଇଁ ଆକର୍ଷଣୀୟ ଉପହାର ଏବଂ ଗିଫ୍ଟ ଭାଉଚର୍‌ର ବ୍ୟବସ୍ଥା କରାଯାଇଥିଲା। ସେହିପରି ସେଲ୍‌ଫି କଣ୍ଟେଷ୍ଟ୍‌, ନୃତ୍ୟ ଓ ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା। ମଲ୍‌ ମଧ୍ୟଭାଗରେ ତିଆରି ହୋଇଥିବା ଷ୍ଟେଜ୍‌ରେ ସ୍ବତନ୍ତ୍ର ସେଲ୍‌ଫି କର୍ନର ପ୍ରସ୍ତୁତ ହୋଇଥିବା ବେଳେ ସେଠାରେ ମା’ ଓ ପିଲାମାନେ ଛିଡ଼ାହୋଇ ମଦର୍ସ ଡେ’ ସେଲ୍‌ଫି ଉଠାଇଥିଲେ। ଶ୍ରେଷ୍ଠ ବିବେଚିତ ସେଲ୍‌ଫିକୁ ପରେ ଅନ୍‌ଲାଇନ୍‌ କଣ୍ଟେଷ୍ଟ୍‌ କରାଯାଇ ପୁରସ୍କୃତ କରାଯିବ।

ଏସ୍‌ପ୍ଲାନେଡ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମା’ମାନଙ୍କ ପାଇଁ ଶପିଂ କରି ଗ୍ରାହକମାନେ ଆକର୍ଷଣୀୟ ଉପହାର ପାଇଥିଲେ। ୨୫୦୦ ଟଙ୍କାର ଶପିଂରେ ସ୍ବତନ୍ତ୍ର ଗିଫ୍ଟ ଭାଉଚର୍‌ ମିଳିଥିଲା। ସେହିଭଳି ‘ଟିକେଟ୍‌ ଟୁ ହାପିନେସ୍‌’ ପ୍ରତିଯୋଗିତାର ଭାଗ୍ୟଶାଳୀ ଗ୍ରାହକମାନଙ୍କୁ ଏକ ଲକି କୁପନ୍‌ ସହ ପ୍ରତି ସପ୍ତାହରେ ଦୁଇଟି ଏଲ୍‌ଇଡି ଟିଭି ଉପହାର ଦେବା ବ୍ୟବସ୍ଥା କରାଯାଇଥିଲା। ଏହାବ୍ୟତୀତ ୫ ହଜାର ଟଙ୍କାର ଶପିଂରେ ମାଗଣା ସାଲୁନ୍‌ ଟ୍ରିଟ୍‌ମେଣ୍ଟ ସହ ମୁଭି ଟିକେଟ୍‌ ଭଳି ଉପହାର ମିଳିଥିଲା। ଆରମ୍ଭରେ ‘ଡ୍ୟାନ୍ସ ଓ୍ବିଥ୍‌ ମଦର୍ସ’ କାର୍ଯ୍ୟକ୍ରମରେ ପିଲାମାନେ ସେମାନଙ୍କ ମା’ଙ୍କ ସହ ମଞ୍ଚରେ ଡ୍ୟାନ୍ସ କରିଥିଲେ। ସେହିପରି ମା’ମାନଙ୍କ ପାଇଁ ଗୀତ ମଧ୍ୟ ଗାଇଥିଲେ।

ମା’ଙ୍କୁ ସର୍‌ପ୍ରାଇଜ୍‌ ଦେଲେ ପିଲା

ମଦର୍ସ ଡେ’ ସେଲିବ୍ରେଶନ ଏବେ ଏକ ନୂଆ ଟ୍ରେଣ୍ଡ୍‌ ହୋଇଥିବା ବେଳେ ରବିବାର ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ମଲ୍‌ରେ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦିନରେ ମା’ମାନଙ୍କୁ  ସ୍ବତନ୍ତ୍ର ଅନୁଭୂତି ଦେବାକୁ ପିଲାମାନେ ବିଭିନ୍ନ ପ୍ରକାର ସର୍‌ପ୍ରାଇଜ୍‌ ଗିଫ୍ଟ ଓ ସ୍ପେଶାଲ ଡେଟ୍‌ର ଆୟୋଜନ କରିଥିଲେ। ବିଶେଷକରି ଫିଲ୍ମ ଦେଖା, ସର୍‌ପ୍ରାଇଜ୍‌ ଲଞ୍ଚ୍‌ ଓ ଡିନର୍‌, ସାଲୁନ୍‌ ଟ୍ରିଟ୍‌ମେଣ୍ଟ ଦ୍ୱାରା ମା’ମାନଙ୍କୁ ଖୁସି କରିବାର ବାଟ ଖୋଜିଥିଲେ ପିଲା। ଏହାସହ ଅଧିକାଂଶ ମଲ୍‌ ଯାଇ ମା’ଙ୍କ ପାଇଁ ମନ ପସନ୍ଦର ଡ୍ରେସ୍‌ କିଣିଥିଲେ। କେବଳ ବଡ଼ ନୁହନ୍ତି, ଛୋଟ ଛୋଟ ପିଲାମାନେ ବି ନିଜ ସେଭିଙ୍ଗ୍‌ସ ଓ ପକେଟ୍‌ ମନିରେ ମା’ଙ୍କୁ ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇଥିଲେ। ବାତ୍ୟା ପରେ ଭୁବନେଶ୍ୱରରେ ସମସ୍ତ ଦୋକାନ ବଜାର ଖୋଲି ନ ଥିବାରୁ ଯାହା ବି ଖୋଲା ରହିଥିଲା, ସେଠାରେ ପ୍ରବଳ ଭିଡ଼ ଲାଗିଥିଲା। ସେହିଭଳି ରେଷ୍ଟୁରାଣ୍ଟଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଛାଡିବା ଖବରକୁ ଖଣ୍ଡନ କଲେ ନୀତେଶ, କହିଲେ ମୋ ଆକାଉଣ୍ଟ…

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ତେବେ ଏଭଳି ଏକ ଖବରକୁ ଖଣ୍ଡନ କରିଛନ୍ତି ନୀତେଶ। ସେ କହିଛନ୍ତି, ତାଙ୍କ ଫେସବୁକ୍‌ ଆକାଉଣ୍ଟ...

ଆସନ୍ତା ୨ରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ନବୀନ

ଭୁବନେଶ୍ୱର,୨୯।୪: ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨ ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ। ଏଥିସହ...

ଭାଜପାରୁ ଇସ୍ତଫା ଦେଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ

ଭୁବନେଶ୍ୱର,୨୯।୪: ଭାଜପା ଛାଡ଼ିଲେ ସମ୍ବଲପୁର ଏମ୍‌ପି ନୀତେଶ ଗଙ୍ଗଦେବ। ସୋମବାର ନୀତେଶ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏମ୍‌ପି...

ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା-ବିଜେଡି, ଶୁଭିଲା ଜୟ ଶ୍ରୀରାମ, ଜୟଜଗନ୍ନାଥ

ଭୁବନେଶ୍ୱର,୨୯।୪: ନାମାଙ୍କନପତ୍ର ଦାଖଲ ବେଳେ ମୁହାଁମୁହିଁ ହେଲେ ଭାଜପା ଓ ବିଜେଡି କର୍ମୀ। ଭାଜପା ଲୋକ ସଭା ପ୍ରାର୍ଥୀ ସମ୍ବିତ ପାତ୍ର ଓ ବିଜେଡିର ସତ୍ୟବାଦୀ...

ମେ’ ୩ରେ ରାୟଗଡ଼ା ଆସିବେ ରାହୁଲ

ଭୁବନେଶ୍ୱର,୨୯।୪: ମେ’ ୩ ତାରିଖରେ ରାୟଗଡ଼ା ଆସିବେ ରାହୁଲ ଗାନ୍ଧୀ। ଏ ନେଇ ସୂଚନା ଦେଇଛନ୍ତି ଭକ୍ତ ଦାସ। ପ୍ରିୟଙ୍କା ଗାନ୍ଧୀଙ୍କ ମଧ୍ୟ ନବରଙ୍ଗପୁର ଗସ୍ତ...

ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଅଂଶୁଘାତରେ ଆଉ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ଢେଙ୍କନାଳ ଜିଲାର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।...

ରାହୁଲଙ୍କ ଭାଷଣକୁ ନେଇ ଜୋର୍‌ ଧରିଲା ରାଜନୀତି

ଭୁବନେଶ୍ୱର, ୨୯।୪(ସୁନିତ୍‌ ମିଶ୍ର):୨୦୨୪ ନିର୍ବାଚନ ପାଇଁ ମେ’ ୧୩ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଅନୁଷ୍ଠିତ ହେବ। ଏଥିଲାଗି ଭାଜପା ଏବଂ କଂଗ୍ରେସର କେନ୍ଦ୍ରୀୟ ନେତାମାନଙ୍କ...

କଂଗ୍ରେସ ଛାଡ଼ିଲେ ଦୁଲାଲ

ଭୁବନେଶ୍ୱର,୨୯ା୪: କଂଗ୍ରେସରୁ ସୋମବାର ଇସ୍ତଫା ଦେଇଛନ୍ତି ଦୁଲାଲ ପ୍ରଧାନ। ରବିବାର ଦୁଲାଲଙ୍କଠାରୁ ତାଙ୍କ ଟିକେଟ୍‌ ଫେରାଇ ନେବା ପରେ ସେ ଦଳ ଛାଡ଼ିଛନ୍ତି। ଦୁଲାଲ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri