ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ରେ ମଦର୍ସ ଡେ’

ଭୁବନେଶ୍ୱର,୧୩।୫(ବ୍ୟୁରୋ)- ମଦର୍ସ ଡେ’ ତଥା ମାତୃ ଦିବସ ଉପଲକ୍ଷେ ଏସ୍‌ପ୍ଲାନେଡ୍‌ ଓ୍ବାନ୍‌ ମଲ୍‌ ଏବଂ ଦୈନିକ ଇଂଲିଶ ଖବରକାଗଜ ‘ଓଡ଼ିଶା ପୋଷ୍ଟ୍‌’ର ମିଳିତ ସହଯୋଗରେ ରବିବାର ରସୁଲଗଡ଼ସ୍ଥିତ ମଲ୍‌ ପରିସରରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମା’ମାନଙ୍କୁ ସ୍ବତନ୍ତ୍ର ଅନୁଭୂତି ଦେବା ଲାଗି ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପ୍ରକାର ମନୋରଞ୍ଜନଧର୍ମୀ ପ୍ରତିଯୋଗିତା କରାଯାଇଥିଲା। ଏହାସହ ଉଭୟ ମା’ ଓ ପିଲାମାନଙ୍କ ପାଇଁ ଆକର୍ଷଣୀୟ ଉପହାର ଏବଂ ଗିଫ୍ଟ ଭାଉଚର୍‌ର ବ୍ୟବସ୍ଥା କରାଯାଇଥିଲା। ସେହିପରି ସେଲ୍‌ଫି କଣ୍ଟେଷ୍ଟ୍‌, ନୃତ୍ୟ ଓ ଗୀତ ପ୍ରତିଯୋଗିତା କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ସାଜିଥିଲା। ମଲ୍‌ ମଧ୍ୟଭାଗରେ ତିଆରି ହୋଇଥିବା ଷ୍ଟେଜ୍‌ରେ ସ୍ବତନ୍ତ୍ର ସେଲ୍‌ଫି କର୍ନର ପ୍ରସ୍ତୁତ ହୋଇଥିବା ବେଳେ ସେଠାରେ ମା’ ଓ ପିଲାମାନେ ଛିଡ଼ାହୋଇ ମଦର୍ସ ଡେ’ ସେଲ୍‌ଫି ଉଠାଇଥିଲେ। ଶ୍ରେଷ୍ଠ ବିବେଚିତ ସେଲ୍‌ଫିକୁ ପରେ ଅନ୍‌ଲାଇନ୍‌ କଣ୍ଟେଷ୍ଟ୍‌ କରାଯାଇ ପୁରସ୍କୃତ କରାଯିବ।

ଏସ୍‌ପ୍ଲାନେଡ୍‌ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ମା’ମାନଙ୍କ ପାଇଁ ଶପିଂ କରି ଗ୍ରାହକମାନେ ଆକର୍ଷଣୀୟ ଉପହାର ପାଇଥିଲେ। ୨୫୦୦ ଟଙ୍କାର ଶପିଂରେ ସ୍ବତନ୍ତ୍ର ଗିଫ୍ଟ ଭାଉଚର୍‌ ମିଳିଥିଲା। ସେହିଭଳି ‘ଟିକେଟ୍‌ ଟୁ ହାପିନେସ୍‌’ ପ୍ରତିଯୋଗିତାର ଭାଗ୍ୟଶାଳୀ ଗ୍ରାହକମାନଙ୍କୁ ଏକ ଲକି କୁପନ୍‌ ସହ ପ୍ରତି ସପ୍ତାହରେ ଦୁଇଟି ଏଲ୍‌ଇଡି ଟିଭି ଉପହାର ଦେବା ବ୍ୟବସ୍ଥା କରାଯାଇଥିଲା। ଏହାବ୍ୟତୀତ ୫ ହଜାର ଟଙ୍କାର ଶପିଂରେ ମାଗଣା ସାଲୁନ୍‌ ଟ୍ରିଟ୍‌ମେଣ୍ଟ ସହ ମୁଭି ଟିକେଟ୍‌ ଭଳି ଉପହାର ମିଳିଥିଲା। ଆରମ୍ଭରେ ‘ଡ୍ୟାନ୍ସ ଓ୍ବିଥ୍‌ ମଦର୍ସ’ କାର୍ଯ୍ୟକ୍ରମରେ ପିଲାମାନେ ସେମାନଙ୍କ ମା’ଙ୍କ ସହ ମଞ୍ଚରେ ଡ୍ୟାନ୍ସ କରିଥିଲେ। ସେହିପରି ମା’ମାନଙ୍କ ପାଇଁ ଗୀତ ମଧ୍ୟ ଗାଇଥିଲେ।

ମା’ଙ୍କୁ ସର୍‌ପ୍ରାଇଜ୍‌ ଦେଲେ ପିଲା

ମଦର୍ସ ଡେ’ ସେଲିବ୍ରେଶନ ଏବେ ଏକ ନୂଆ ଟ୍ରେଣ୍ଡ୍‌ ହୋଇଥିବା ବେଳେ ରବିବାର ଏଥିପାଇଁ ଭୁବନେଶ୍ୱରର ବିଭିନ୍ନ ମଲ୍‌ରେ ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦିନରେ ମା’ମାନଙ୍କୁ  ସ୍ବତନ୍ତ୍ର ଅନୁଭୂତି ଦେବାକୁ ପିଲାମାନେ ବିଭିନ୍ନ ପ୍ରକାର ସର୍‌ପ୍ରାଇଜ୍‌ ଗିଫ୍ଟ ଓ ସ୍ପେଶାଲ ଡେଟ୍‌ର ଆୟୋଜନ କରିଥିଲେ। ବିଶେଷକରି ଫିଲ୍ମ ଦେଖା, ସର୍‌ପ୍ରାଇଜ୍‌ ଲଞ୍ଚ୍‌ ଓ ଡିନର୍‌, ସାଲୁନ୍‌ ଟ୍ରିଟ୍‌ମେଣ୍ଟ ଦ୍ୱାରା ମା’ମାନଙ୍କୁ ଖୁସି କରିବାର ବାଟ ଖୋଜିଥିଲେ ପିଲା। ଏହାସହ ଅଧିକାଂଶ ମଲ୍‌ ଯାଇ ମା’ଙ୍କ ପାଇଁ ମନ ପସନ୍ଦର ଡ୍ରେସ୍‌ କିଣିଥିଲେ। କେବଳ ବଡ଼ ନୁହନ୍ତି, ଛୋଟ ଛୋଟ ପିଲାମାନେ ବି ନିଜ ସେଭିଙ୍ଗ୍‌ସ ଓ ପକେଟ୍‌ ମନିରେ ମା’ଙ୍କୁ ସର୍‌ପ୍ରାଇଜ୍‌ ଗିଫ୍ଟ ଦେଇଥିଲେ। ବାତ୍ୟା ପରେ ଭୁବନେଶ୍ୱରରେ ସମସ୍ତ ଦୋକାନ ବଜାର ଖୋଲି ନ ଥିବାରୁ ଯାହା ବି ଖୋଲା ରହିଥିଲା, ସେଠାରେ ପ୍ରବଳ ଭିଡ଼ ଲାଗିଥିଲା। ସେହିଭଳି ରେଷ୍ଟୁରାଣ୍ଟଗୁଡ଼ିକରେ ମଧ୍ୟ ଭିଡ଼ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କାଲି  ଖୋର୍ଦ୍ଧା ରୋଡ୍ ଡିଭିଜନ୍‌ରେ ୮ ମେମୁ ଟ୍ରେନ୍‌ ବାତିଲ: ଜାଣନ୍ତୁ କାହିଁକି…

ଭୁବନେଶ୍ୱର, ୬।୭: ଯାତ୍ରୀମାନଙ୍କ ପାଇଁ ଜରୁରୀ ସୂଚନା। ମାଳତୀପାଟପୁର ଓ ପୁରୀ ଷ୍ଟେସନ ମଧ୍ୟରେ ଚାଲିଥିବା ଆଧୁନିକୀକରଣ ଓ ରେଳ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆସନ୍ତାକାଲି…

ଏନ୍‌ଏଚ୍–୫୫ ନିର୍ମାଣରେ ଅନିୟମିତତା: ଅଧୀକ୍ଷଣ ଯନ୍ତ୍ରୀ, ଏସଡିଓ ଓ ପ୍ରୋଜେକ୍ଟ ମ୍ୟାନେଜରଙ୍କ ନାଁରେ ଏଫ୍‌ଆଇଆର୍

ଜଗତସିଂହପୁର, ୬।୭: ଜାତୀୟ ରାଜପଥ–୫୫ (ଏନ୍‌ଏଚ୍–୫୫)ର ନିର୍ମାଣ କାର୍ଯ୍ୟରେ ମନ୍ଥର ଗତି ଏବଂ ନିମ୍ନମାନର କାମକୁ ନେଇ ପ୍ରଶାସନ କଠୋର ପଦକ୍ଷେପ ଗ୍ରହଣ କରିଛି। ଏହି ଘଟଣାରେ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ନୂଆ ମାର୍ଗଦର୍ଶିକା, ଏଣିକି ବର୍ଷକୁ ୪ଟି ପରୀକ୍ଷା ଦେବେ…

ଭୁବନେଶ୍ବର,୬ା୭: ତୃତୀୟରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କୁ ଏଣିକି ବର୍ଷକୁ ୪ଟି ପରୀକ୍ଷୀ ଦେବାକୁ ହେବ । ପୂର୍ବରୁ ବର୍ଷକୁ ଦୁଇଟି ପରୀକ୍ଷା ହେଉଥିବା ବେଳେ ବର୍ତ୍ତମାନ…

ଚାକିରି ଛାଡ଼ିବା ପରେ ବଡ଼ କଥା କହିଦେଲେ ଭୁବନେଶ୍ୱର ଡିସିପି, ଓଡ଼ିଶାର ଲୋକେ…

ଭୁବନେଶ୍ୱର,୬ା୭: ଚାକିରି ଛାଡ଼ିବା ପରେ ଭୁବନେଶ୍ୱର ଡେପୁଟି କମିଶନର ଅଫ୍ ପୋଲିସ  (ଡିସିପି) ଜଗମୋହନ ମୀନା ଓଡ଼ିଶାବାସୀଙ୍କ ପାଇଁ ଏକ ବଡ଼ କଥା କହିଛନ୍ତି। ସେ କହିଛନ୍ତି,…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର  ଡେପୁଟି କମିଶନର ଅଫ୍ ପୋଲିସ(ଡିସିପି) ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ଯାହାକି ରାଜଧାନୀ ପୋଲିସକୁ ଆଶ୍ଚର୍ଯ୍ୟ କରିଦେଇଛି। ବ୍ୟକ୍ତିଗତ କାରଣରୁ ସେ ଚାକିରି…

ସାରା ରାଜ୍ୟରେ ବର୍ଷା ବିତ୍ପାତ: ବଦଳିଗଲା ସ୍ମାର୍ଟସିଟି ଭୁବନେଶ୍ୱରର ଚିତ୍ର, ଜୀବନଯାତ୍ରା…

ଭୁବନେଶ୍ୱର,୬ା୭(ବନ୍ଦନା ସେଠୀ): ରାଜ୍ୟରେ ଲଘୁଚାପଜନିତ ମୌସୁମୀ ବର୍ଷା ସାଧାରଣ ଜୀବନଯାତ୍ରାକୁ ଗୁରୁତର ପ୍ରଭାବିତ କରିଛି। ତିନିଦିନର ଲଗାଣ ବର୍ଷାରେ ବିଭିନ୍ନ ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri