ଏସେଲ ଖଣିରେ ସ୍ଥାନୀୟଙ୍କୁ ଉପେକ୍ଷା: ପରିବହନ ବନ୍ଦ କଲେ ଅଞ୍ଚଳବାସୀ

ଯୋଡ଼ା, ୧୩।୯ (ଡି.ଏନ.ଏ.)-କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳ ଅନ୍ତର୍ଗତ ଜୁରୁଡିସ୍ଥିତ ଏସେଲ ଖଣିରେ ଖଣିଜ ପରିବହନକୁ ନେଇ କମ୍ପାନୀର ପରିବହନ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ବନ୍ଦ କରିଦେଇଥିବା ଜଣାପଡିଛି। ବୁଧବାର ରାତିରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋ ମିନେରାଲ ଶିଳ୍ପକୁ ଖଣିଜ ପରିବହନ ହେଉଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ବିରୋଧ କରି ଲୁହା ପଥର ପରିବହନ କାର୍ଯ୍ୟକୁ ବନ୍ଦ କରିଦେଇଥିଲେ। ଗୁରୁବାର ସକାଳ ପର୍ଯ୍ୟନ୍ତ ସ୍ଥାନୀୟ ଅଞ୍ଚଳବାସୀ ଏସେଲ ମାଇନିଂର ମୁଖ୍ୟ ଖଣିଜ ପରିବହନ ଗେଟ୍‌ ସମ୍ମୁଖରେ ଶତାଧିକ ଲୋକ ଏକତ୍ରିତ ହୋଇ ପରିବହନ କାର୍ଯ୍ୟକୁ ବନ୍ଦ ରଖିଥିଲେ। ଏହି ବନ୍ଦର କାରଣ ସମ୍ପର୍କରେ ଜଣାପଡିଛି ଯେ, ଖଣି କମ୍ପାନୀ ପକ୍ଷରୁ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଉକ୍ତ ପରିବହନ କାର୍ଯ୍ୟ ନ ଦେଇ ଗୁପ୍ତ ଭାବେ କାଳିମାଟି ଅଞ୍ଚଳର ଏକ ପରିବହନ ସଂସ୍ଥାକୁ ପରିବହନ କାର୍ଯ୍ୟ ପାଇଁ କାର୍ଯ୍ୟାଦେଶ ଦିଆଯାଇଥିଲା। ଉକ୍ତ ପରିବହନ ସଂସ୍ଥା ପକ୍ଷରୁ ବୁଧବାର ଏସେଲ ଖଣିରୁ ପ୍ରୋ ମିନେରାଲକୁ ଖଣିଜ ପରିବହନ କରିବା ପାଇଁ ୪ଟି ଗାଡି ଖଣି ମଧ୍ୟକୁ ପ୍ରବେଶ କରିଥିଲା। ଗୋଟିଏ ଗାଡି ଖଣିଜ ପରିବହନ କରି କଣ୍ଟାରେ ଓଜନ ହେବା ପାଇଁ ଯାଉଥିବା ବେଳେ ସ୍ଥାନୀୟ ଲୋକେ ଏହା ଜାଣିପାରି ଖଣିର ପରିବହନ ଗେଟ୍‌କୁ ବନ୍ଦ କରିଦେଇଥିଲେ। ଖଣି କର୍ତ୍ତୃପକ୍ଷ ସ୍ଥାନୀୟ ଜଜାଙ୍ଗ ସରପଞ୍ଚ ରତ୍ନମଣୀ ନାଏକ, ସମିତିସଭ୍ୟ, ଜୁରୁଡି ସରପଞ୍ଚ ସୁଜାତା ହେମ୍ବ୍ରମ ଓ ଜଲହରି ପଞ୍ଚାୟତର ସରପଞ୍ଚ ମିତା ମୁଣ୍ଡା, ସମିତିସଭ୍ୟ ଓ ତାଙ୍କ ସମର୍ଥକଙ୍କ ସହ ଏନେଇ ଆଲୋଚନା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ଲୋକଙ୍କୁ ପରିବହନ କାର୍ଯ୍ୟ ନ ଦେଇ କିପରି ଉକ୍ତ ୩ଟି ଗ୍ରାମପଞ୍ଚାୟତରୁ ବାହାର ଅଞ୍ଚଳର ବ୍ୟକ୍ତିଙ୍କୁ ପରିବହନ କାର୍ଯ୍ୟ ଦିଆଗଲା ବୋଲି ପ୍ରଶ୍ନର ଉତ୍ତରରେ କମ୍ପାନୀ ଅଧିକାରୀମାନେ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ପରିବହନ କାର୍ଯ୍ୟ ଦେବା ନେଇ ଆଗାମୀ ୧୫ ଦିନ ମଧ୍ୟରେ କମ୍ପାନୀର ଉଚ୍ଚ ଅଧିକାରୀଙ୍କ ସହ କଥାବାର୍ତ୍ତା ହେବେ। ଏହି ସମୟ ମଧ୍ୟରେ ଏସେଲ ଖଣିରୁ ବସନ୍ତପୁରସ୍ଥିତ ପ୍ରୋମିନେରାଲ ଶିଳ୍ପକୁ ଖଣିଜ ପରିବହନ ବନ୍ଦ ରଖାଯିବ ବୋଲି କମଳପୁର ଗ୍ରାମର ହରେକୃଷ୍ଣ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଥିଲେ। ସ୍ଥାନୀୟ ସରପଞ୍ଚ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, ଏସେଲ ଖଣିର ସମସ୍ତ ପରିବହନ କାର୍ଯ୍ୟ ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଦିଆଯିବାର କମ୍ପାନୀ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା। ତେବେ କେଉଁ ସ୍ବାର୍ଥରେ କମ୍ପାନୀ କର୍ତ୍ତୃପକ୍ଷ ବାହାର ଅଞ୍ଚଳର ବ୍ୟକ୍ତି ଙ୍କୁ ଗୁପ୍ତ ଭାବେ ପରିବହନ କାର୍ଯ୍ୟ ଦେଇଛି ତାହା ସନ୍ଦେହଜନକ। ଅନ୍ୟପକ୍ଷରେ ଏନେଇ ଏସେଲ ଖଣିର ମାନବ ସମ୍ବଳ ଅଧିକାରୀ ଚିତ୍ତରଞ୍ଜନ ବାହିନୀପତି କହିଛନ୍ତି ଯେ, ଖଣିରେ ଖଣିଜ ପରିବହନକୁ ନେଇ କୌଣସି ପ୍ରକାର ଘଟଣା ଘଟିନାହିଁ। କେବଳ ଖଣିରେ ନିଯୁକ୍ତି ନେଇ ଅଞ୍ଚଳବାସୀ ଦାବି କରିଥିଲେ। ଏନେଇ ସେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି। ସ୍ଥାନୀୟ ଅଞ୍ଚଳବାସୀଙ୍କୁ ନିଯୁକ୍ତି ଓ ପରିବହନ କ୍ଷେତ୍ରରେ ଅଗ୍ରାଧିକାର ଦିଆଯାଉଛି ଏବଂ ଏକ୍ଷେତ୍ରରେ ମଧ୍ୟ କମ୍ପାନୀ ଅଞ୍ଚଳବାସୀଙ୍କ ଦାବି ଉପରେ ଗୁରୁତ୍ୱ ଦେବେ ବୋଲି ସେ କହିଥିଲେ। ବୁଧବାର ଠାରୁ ପରିବହନ କାର୍ଯ୍ୟ ବନ୍ଦ ହୋଇଥିବାରୁ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ପାଇଁ ଏକ ସେକ୍ସନ ପୋଲିସ ମୁତୟନ କରାଯାଇଥିବା ସ୍ଥାନୀୟ ବାମେବାରୀ ଥାନା ଅଧିକାରୀ ପରେଶ କୁମାର ମହାନ୍ତି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପାଠାଗାରରେ ମିଳୁନି ମୌଳିକ ସୁବିଧା: ସମସ୍ୟା ଭୋଗୁଛନ୍ତି ଛାତ୍ରୀଛାତ୍ର

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ପାଠାଗାର ଅବ୍ୟବସ୍ଥିତଭାବେ ପଡ଼ି ରହିଛି। ଏଠାରେ ମୌଳିକ ସୁବିଧା ସୁଯୋଗ ମଧ୍ୟ ଅପହଞ୍ଚ ହୋଇ ପଡ଼ିଛି। ଏଭଳି ଅଭିଯୋଗ ନେଇ ପାଠାଗାରକୁ ନିୟମିତ…

ଆଜି ୧୨ଘଣ୍ଟିଆ ଓଡ଼ିଶା ବନ୍ଦ: ଜାଣନ୍ତୁ କ’ଣ ପଡ଼ିବ ପ୍ରଭାବ

ଭୁବନେଶ୍ୱର, ୩୦ା୯(ବନ୍ଦନା ସେଠୀ):ତ୍ରୁଟିପୂର୍ଣ୍ଣ ପାଠ୍ୟ ପୁସ୍ତକକୁ ନେଇ ନବ ନିର୍ମାଣ ଯୁବ ଛାତ୍ର ସଂଗଠନ (ଏନ୍‌ଓ୍ବାଇସିଏସ୍‌) ପକ୍ଷରୁ ବୁଧବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ଟାରୁ…

ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ: ବିଜୁଳି-ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର,୩୦ା୯(ବନ୍ଦନା ସେଠୀ):ଉତ୍ତର-ପଶ୍ଚିମ ଏବଂ ସଂଲଗ୍ନ ପଶ୍ଚିମ- କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ୩.୧ରୁ ୪.୫ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ…

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?