ଏସିଆର ୨୦ ପରିବାର ସମ୍ପତ୍ତି;୨୦ ଗରିବ ଦେଶର ସମ୍ପତ୍ତି ସହ ସମାନ

ନୂଆଦିଲ୍ଲୀ, ୪-୯: ଏସିଆର ସବୁଠାରୁ ୨୦ ଅତି ଧନଶାଳୀ ପରିବାର ନିକଟରେ ୪୫୦ ବିଲିୟନ ଡଲାରରୁ ଅଧିକ ସମ୍ପତ୍ତି ରହିଛି। ଏହି ୨୦ ପରିବାରର ସମ୍ପତ୍ତି ଏସିଆର ୨୦ ଗରିବ ଦେଶର ମୋଟ ସମ୍ପତ୍ତି ସହ ସମାନ ବୋଲି ବ୍ଲୂମବର୍ଗ ପକ୍ଷରୁ ପ୍ରକାଶିତ ଏସିଆର ଅତିଧନୀ ପରିବାର ତାଲିକା ରିପୋର୍ଟରେ ପ୍ରକାଶ ପାଇଛି। ତାଲିକାରେ ୩ ଭାରତୀୟ ପରିବାର ସାମିଲ ରହିଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀଙ୍କ ପରିବାର ତାଲିକାର ସବୁଠାରୁ ଆଗରେ ରହିଛନ୍ତି। ଏହି ପରିବାର ନିକଟରେ ମୋଟ ୫୪.୪ ବିଲିୟନ ଡଲାର ସମ୍ପତ୍ତି ରହିଛି। ସାପୋରଜି ପାଲୋନଜି ଏବଂ ହିନ୍ଦୁଜା ଭ୍ରାତା ଏହି ତାଲିକାରେ ସ୍ଥାନୀତ ହୋଇଛନ୍ତି।
ମୁକେଶ ଅମ୍ବାନୀଙ୍କ ପରିବାର ଶକ୍ତି, ଟେଲିକମ୍‌,ରିଟେଲ ଭଳି କ୍ଷେତ୍ରରେ କାରବାର କରୁଛି। ସେହିଭଳି ସପ୍ତମ ସ୍ଥାନରେ ଭାରତୀୟ ଉଦ୍ୟୋଗପତି ପରିବାର ସାପୋରଜି ପାଲୋନଜୀ ରହିଛି। ଏହି ପରିବାର ଇଞ୍ଜିନିୟରିଂ ଏବଂ ନିର୍ମାଣ କ୍ଷେତ୍ର ସହ ଜଡିତ। ସେହିଭଳି ୧୬ତମ ସ୍ଥାନରେ ରହିଥିବା ହିନ୍ଦୁଜା ପରିବାର ଅଟୋମୋଟିଭ ଏବଂ ଅଏଲ ତଥା ଗ୍ୟାସ କ୍ଷେତ୍ରରେ କାର୍ଯ୍ୟ କରୁଛି। ତାଲିକାର ଦ୍ୱିତୀୟ ସ୍ଥାନରେ ହଂକଂର କ୍ୱାକ ପରିବାର ଥିବା ବେଳେ ଏମାନଙ୍କ ମୋଟ ସମ୍ପତ୍ତି ମୂଲ୍ୟ ୩୮ ବିଲିୟନ ଡଲାର ରହିଛି। ୪ର୍ଥ ସ୍ଥାନରେ ଥିବା ଥାଇଲ୍ୟାଣ୍ଡର ଚେରାବେନୋଣ୍ଟ ପରିବାର ନିକଟରେ ୩୭.୯ ବିଲିୟନ ଡଲାର ସମ୍ପତ୍ତି ଥିବା ବେଳେ ଏହା ଖାଦ୍ୟ, ରିଟେଲ, ଟେଲିକମ୍‌ ଭଳି କ୍ଷେତ୍ର ସହ ଜଡିତ।
ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍‌ଏଫ୍‌) ଆକଳନ ମୁତାବକ ୨୦୧୮ରେ ଏହି ପରିବାରଗୁଡିକ ନିକଟରେ ମୋଟ ସମ୍ପତ୍ତି ବାବଦକୁ ୪୬୮.୫ ଡଲାର ରହିଥିଲା। ଏହା ଏସିଆର ୨୦ ଗରିବ ଦେଶର ମୋଟ ସମ୍ପତ୍ତି ସହ ସମାନ। ଏହି ଦେଶଗୁଡିକର ମୋଟ ଜନସଂଖ୍ୟା ୨୧.୩୬ କୋଟି ଥିବା ବେଳେ ସବୁଠାରୁ ଗରିବ ଦେଶ ଭାବେ ଭୁଟାନ ନିକଟରେ ୨.୬ ବିଲିୟନ ଡଲାର ସମ୍ପତ୍ତି ଥିଲା। ଭାରତ, ଇଣ୍ଡୋନେସିଆ ଏବଂ ଫିଲିଫାଇନ୍ସ ଭଳି ଦେଶଗୁଡିକରେ ସମ୍ପତ୍ତିରେ ବୃହତ୍ତ ପରିମାଣରେ ତାରତମ୍ୟ ରହିଥିବା ବ୍ଲୁମବର୍ଗ ଏହାର ରିପୋର୍ଟରେ ପ୍ରକାଶ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପହଲଗାମ ଆକ୍ରମଣର ପ୍ରତିଶୋଧ ନେଲା ଭାରତ: ଟଳିପଡ଼ିଲେ ମୂସା

ଶ୍ରୀନଗର,୩୦।୯: ଜମ୍ମୁ-କଶ୍ମୀରର ବଡଗାମ ଜିଲାରେ ସୁରକ୍ଷାବାହିନୀକୁ ବଡ଼ ସଫଳତା ମିଳିଛି। ୟୁସମର୍ଗ ଅଞ୍ଚଳରେ ଚାଲିଥିବା ତଲାସୀ ଅଭିଯାନ ବେଳେ ପାକିସ୍ତାନ ଭିତ୍ତିକ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଏବା (LeT)ର…

ଓଡ଼ିଶା ପାଇଁ ଗୌରବ ଆଣିଲେ ଆଶୀର୍ବାଦ: ମାଉଣ୍ଟ ମଚୋଇ-୨ ଶିଖରରେ ଉଡ଼ାଇଲେ ତ୍ରିରଙ୍ଗା

ବରଗଡ଼,୩୦।୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ କୁଲିତା ଟୁକୁରା ଗ୍ରାମର ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ପ୍ରାୟ ୫,୧୩୦ ମିଟର(୧୬,୮୩୦ ଫୁଟ) ଉଚ୍ଚତାବିଶିଷ୍ଟ ଜମ୍ମୁ-କଶ୍ମୀରର ମାଉଣ୍ଟ ମଚୋଇ-୨…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

ଆଇନର ସଂଶୋଧନ ଓ ଆଧୁନିକୀକରଣ

ରାଷ୍ଟ୍ରର ମୂଳ ଆଧାର ହେଉଛି ତାହାର ଆଇନ ବ୍ୟବସ୍ଥା। ଆଇନ କେବଳ ଏକ ଶାସନ ପ୍ରଣାଳୀ ନୁହେଁ, ବରଂ ଏହା ମାନବ ସମାଜକୁ ଶୃଙ୍ଖଳିତ କରିବା, ନ୍ୟାୟ…

ଦିଲ୍ଲୀରେ କନ୍ଧମାଳ ହଳଦୀର ଚାହିଦା: ଗୌରବ ବଢ଼ାଇଲେ ଦାରିଙ୍ଗବାଡ଼ିର ମହିଳା ଉଦ୍ୟୋଗୀ

ଦାରିଙ୍ଗବାଡ଼ି, ୩୦।୯ (ଅରୁଣ ସାହୁ): କନ୍ଧମାଳର ପାରମ୍ପରିକ ହଳଦୀକୁ ଜାତୀୟସ୍ତରରେ ପରିଚିତ କରାଇବା ଦିଗରେ ଆଉ ଏକ ପଦକ୍ଷେପ। ଦାରିଙ୍ଗବାଡ଼ି ବ୍ଲକର ମହିଳା ଉଦ୍ୟୋଗୀ ଝରଣା ସାହୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

୬ ବର୍ଷ ପରେ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ଶ୍ରଦ୍ଧାଳୁଙ୍କ ସହ ପ୍ରବେଶ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ,୩୦ା୯(ଅଜିତ୍‌ କୁମାର ମହାନ୍ତି)ଦୀର୍ଘଦିନ ଧରି ଭକ୍ତଙ୍କ ପାଇଁ ବନ୍ଦ ରହିଥିବା ମହାପ୍ରଭୁଙ୍କ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିର ବୁଧବାରଠାରୁ ଖୋଲିଛି। ପୂଜାର୍ଚ୍ଚନା ପରେ ୭ଟା ୪୫ ମିନଟ୍‌ରେ ସର୍ବସାଧାରଣଙ୍କ…

ସ୍ବାର୍ଥ ଯୋଗୁ ଦ୍ୱନ୍ଦ୍ୱ

ଅପରେଶନ ସିନ୍ଦୂର ବେଳେ ନିଜେ ହସ୍ତକ୍ଷେପ କରିବାରୁ ଭାରତ ଓ ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ ହୋଇଥିଲା ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବାରମ୍ବାର କହିଆସୁଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?