Posted inଜାତୀୟ

ଏମିତି ବାପାଙ୍କୁ ସଲାମ: ଗୋଟିଏ ନିଷ୍ପତ୍ତି ବଦଳାଇ ଦେଲା ୯ ଜୀବନ

ଚେନ୍ନାଇ,୨୩।୧୨: ଅଢେଇ ବର୍ଷ ବୟସ୍କା ଅନାୟାକା ଆଉ ଏହି ଦୁନିଆରେ ନାହାଁନ୍ତି, କିନ୍ତୁ ତାଙ୍କ ବାପାଙ୍କ ସାହସିକ ନିଷ୍ପତ୍ତି ଯୋଗୁ ନଅ ଜଣ ରୋଗୀ ଏବେ ଏକ ନୂତନ ଜୀବନ ପାଇବେ। ଏକ ସଡକ ଦୁର୍ଘଟଣାରେ ସମଗ୍ର ପରିବାରକୁ ହରାଇବା ସତ୍ତ୍ୱେ ଅନାୟାକାଙ୍କ ବାପା ଅମିତ ଗୁପ୍ତା ତାଙ୍କ ଝିଅର ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ପିଜିଆଇର ଡାକ୍ତରମାନେ ଅଙ୍ଗ ଦାନ ପ୍ରକ୍ରିୟା ଆରମ୍ଭ କରିଛନ୍ତି।
ସୂଚନାନୁସାରେ, ମେଳ ଖାଉଥିବା ରୋଗୀ ଖୋଜିବା ପରେ ଝିଅର ହୃଦୟ ଚେନ୍ନାଇକୁ ପଠାଯାଇଛି। ଏହି ସମୟରେ ଯକୃତକୁ ଅହମ୍ମଦାବାଦକୁ ପଠାଯାଇଛି। କିଡନୀ ଏବଂ ଚକ୍ଷୁ ପ୍ରତିରୋପଣ ପାଇଁ ରୋଗୀମାନେ ମେଳ କରାଯାଉଛି। ଏହା ବ୍ୟତୀତ ଅଗ୍ନାଶୟ ମଧ୍ୟ ପ୍ରତିରୋପଣ କରାଯାଇଛି। ଅମିତ ଗୁପ୍ତାଙ୍କ ଏହି ପଦକ୍ଷେପକୁ ପିଜିଆଇ ମଧ୍ୟ ପ୍ରଶଂସା କରିଛି ଏବଂ ଏହା ଅନ୍ୟମାନଙ୍କୁ ମଧ୍ୟ ପ୍ରେରଣା ଯୋଗାଇବ ବୋଲି କହିଛି।
ଡିସେମ୍ବର ୧୨ରେ ମୋହାଲିରେ ଏକ ସଡକ ଦୁର୍ଘଟଣାରେ ତାଙ୍କ ପରିବାରର ୬ ଜଣଙ୍କର ମୁତ୍ୟୁ ଘଟିଥିଲା। ଅନାୟାକାଙ୍କ ମା’ କୀର୍ତ୍ତୀ ଗୁପ୍ତା (୩୩), ଭାଇ ନୁଭାନଶ (୦୬), ମାମୁ ଅନୁଜ ବଂଶଲ (୩୦), ଜେଜେମା ଉଷା ରାନୀ (୬୦) ଏବଂ ତାଙ୍କ ଭଉଣୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନାୟାକା ଗୁରୁତର ଆହତ ହୋଇଥିଲେ, ତାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ପିଜିଆଇକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସଫଳତା ପାଇ ନ ଥିଲେ। ସୋମବାର ତାଙ୍କର ମସ୍ତିଷ୍କ ମୃତ ଘୋଷଣା କରାଯାଇଥିଲା। ଏହା ପରେ ବେଙ୍ଗାଲୁରୁରୁ ଆସିଥିବା ଅମିତ ଗୁପ୍ତା ତାଙ୍କ ସମ୍ପର୍କୀୟ ତାରସେମ ଗୋୟଲ ଏବଂ ମାତା ମାମୁ ସତ୍ୟ ପ୍ରକାଶଙ୍କ ପରାମର୍ଶ କ୍ରମେ ଅନାୟାକାଙ୍କ ଅଙ୍ଗ ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ପିତା ଅମିତ ଗୁପ୍ତା କହିଛନ୍ତି ଯେ, ତାଙ୍କର ପ୍ରିୟ ଝିଅକୁ ହରାଇବା ଅତ୍ୟନ୍ତ ଦୁଃଖଦାୟକ, କିନ୍ତୁ ବର୍ତ୍ତମାନ ଛଅରୁ ନଅ ଜଣ ଲୋକ ତାଙ୍କ ଅଙ୍ଗରୁ ନୂତନ ଜୀବନ ପାଇବେ, ଯାହା ମୋତେ ସାରା ଜୀବନ ଶାନ୍ତି ଦେବ । ମୋ ଝିଅ ଦୁନିଆରେ ନ ଥିଲେ ମଧ୍ୟ ଅନେକ ଲୋକଙ୍କ ମଧ୍ୟରେ ଜୀବିତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁବଗୋଷ୍ଠୀ ହିଁ ଆମ ରାଷ୍ଟ୍ରର ମହାନ ଶକ୍ତି: ଉପମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ସଦରମହଟୁମାରେ ୮୦ତମ ସ୍ବାଧୀନତା ଦିବସ ସମାରୋହ ହର୍ଷଉଲ୍ଲାସ ମଧ୍ୟରେ ପାଳିତ ହୋଇଯାଇଛି। ସୁନ୍ଦରଗଡ ସରକାରୀ ମହାବିଦ୍ୟାଳୟ ସମ୍ମୁଖ ଯାତରା ପଡିଆଠାରେ…

ବିଭିନ୍ନ ସ୍ଥାନରେ ସ୍ବାଧୀନତା ଦିବସ ପାଳିତ: କୃତୀ ପ୍ରତିଯୋଗୀ ପୁରସ୍କୃତ

ଭଞ୍ଜନଗର, ୧୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ଶନିବାର ଉପଖଣ୍ଡସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଭଞ୍ଜନଗର ଉପଜିଲାପାଳ ଉମାଶଙ୍କର ବେହେରା…

ହର୍ମୁଜରେ ୟୁଏଇର ୨ ଟ୍ୟାଙ୍କର ଉପରେ ଆକ୍ରମଣ

ଦୁବାଇ, ୧୫।୮: ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା ୟୁଏଇର ଦୁଇଟି ତେଲ ଟ୍ୟାଙ୍କର ଉପରେ ଡ୍ରୋନ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପାଇଁ ସଂଯୁକ୍ତ ଆରବ ଏମିରେଟ୍ସ…

ଲାଲକିଲ୍ଲାରେ ସମ୍ବୋଧନ ପରେ ପିଲାମାନଙ୍କ ଗହଣରେ ନିଜକୁ ହଜାଇ ଦେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୫।୮: ଦେଶ ଆଜି ତା’ର 80ତମ ସ୍ବାଧୀନତା ଦିବସ ପାଳନ କରୁଛି। ପ୍ରଧାନମନ୍ତ୍ରୀ ମୋଦି ଲାଲକିଲ୍ଲାରୁ ଲଗାତାର 13ତମ ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଛନ୍ତି। ଲାଲକିଲ୍ଲାର…

ତ୍ରିରଙ୍ଗା ଉଡ଼ାଇଲେ ମୁଖ୍ୟମନ୍ତ୍ରୀ: କହିଲେ, ମୋଦିଙ୍କ ହାତରେ ଦେଶ ଆଜି ସୁରକ୍ଷିତ

ଭୁବନେଶ୍ୱର,୧୫।୮: ଗାନ୍ଧି ମାର୍ଗରେ ରାଜ୍ୟସ୍ତରୀୟ ୮୦ତମ ସ୍ବାଧୀନତା ଦିବସ ସମାରୋହ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଜାତୀୟ ପତାକା ଉତ୍ତୋଳନ କକରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ…

ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଭୋକାଲ ଫର୍‌ ଲୋକାଲ… ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଭିଭାଷଣର ୧୦ଟି ବଡ଼ କଥା

ନୂଆଦିଲ୍ଲୀ,୧୫।୮: ଆଜି ଦେଶ ସ୍ବାଧୀନତାର ୮୦ ବର୍ଷ ପୂରଣ କରୁଛି। ଅଗଷ୍ଟ ୧୫ ଅବସରରେ, ପ୍ରଧାନମନ୍ତ୍ରୀ ମୋଦି ଲଗାତାର 13 ଥର ପାଇଁ ତ୍ରିରଙ୍ଗା ଉତ୍ତୋଳନ କରିଥିଲେ…

Video: ଇଣ୍ଡୋନେସିଆରେ ଭୂକମ୍ପର ଶକ୍ତ ଝଟକା, ସୁନାମି ଆଲର୍ଟ

ଜାକର୍ତ୍ତା,୧୫।୮: ଶନିବାର ସକାଳେ ଇଣ୍ଡୋନେସିଆର ପୂର୍ବ ଭାଗରେ ଏକ ଶକ୍ତିଶାଳୀ ଭୂମିକମ୍ପ ହୋଇଥିଲା। ଫ୍ଲୋରେସ ଦ୍ୱୀପ ନିକଟରେ ୭.୭ ତୀବ୍ରତାର ଭୂମିକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି…

ସରକାରୀ ପୋଲ ପୋତି ଦେବାରୁ ରାସ୍ତାରେ ଜମୁଛି ପାଣି: ବିପଦ ଆଶଙ୍କା

କେସିଙ୍ଗା, ୧୫/୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ ତାଲଭଅଁରା ସାହାଜପାଟି ଗ୍ରାମ ନିକଟ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କରେ ଥିବା ସରକାରୀ ପୋଲକୁ ମାଟି ପକାଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri