Posted inପୁରୀ

ଏମାର ମଠ ଉଚ୍ଛେଦ ପ୍ରକ୍ରିୟା ଜାରି:ଠାବହେଲା ୬ ଥାକିଆ ଭୂତଳ ଘର

ପୁରୀ ଅଫିସ, ୩୦-୮:ଭଙ୍ଗାଯାଇଛି ବହୁଚର୍ଚ୍ଚିତ ଏମାର ମଠ। ଚାଲିଛି ଉଚ୍ଛେଦ ପ୍ରକ୍ରିୟା। ଆଉ କିଛିଦିନ ପରେ ସମ୍ପୂର୍ଣ୍ଣ ଭାବେ ମାଟିରେ ମିଶିଯିବ ଦ୍ୱାଦଶ ଶତାବ୍ଦୀର ଏହି ମଠ। ତେବେ ଏହି ପ୍ରାଚୀନ ମଠ ଭଙ୍ଗାଯିବା ପରେ ମିଳିଛି ଭୂତଳ ଘରର ସନ୍ଧାନ। ଭୂମିଠାରୁ ପ୍ରାୟ ୧୦ରୁ ୧୫ଫୁଟ ତଳକୁ ଉକ୍ତ ଘର ଥିବାବେଳେ ଉପରକୁ ପ୍ରାୟ ୪୦ଫୁଟ ରହିଥିଲା। ସମ୍ପୂର୍ଣ୍ଣ ପରିତ୍ୟକ୍ତ ଏବଂ ଅନ୍ଧକାରମୟ ଥିବା ଏହି ୬ଥାକିଆ ଘର ମଠର କୋଠି ଘର (ଧାନ, ଚାଉଳ ରହୁଥିଲା) ଭାବେ ବ୍ୟବହୃତ ହେଉଥିଲା। ଦୀର୍ଘବର୍ଷ ଧରି ପରିତ୍ୟକ୍ତ ଅବସ୍ଥାରେ ଥିବାରୁ ଏହା ମଧ୍ୟରେ ମାଙ୍କଡ଼, ଚେମେଣିଆ, ମୂଷା ଏବଂ ବିଭିନ୍ନ ପ୍ରକାର ପକ୍ଷୀ ବାସ କରୁଥିଲେ। ବିଷଧର ସାପ ଥିବା ଆଶଙ୍କାରେ ଏହି କୋଠି ଘର ଭଙ୍ଗାଯିବା ପୂର୍ବରୁ ସ୍ନେକ ହେଲ୍‌ପ ଲାଇନର ସହାୟତା ନିଆଯାଇଥିଲା। ସ୍ନେକ ହେଲ୍‌ପ ଲାଇନର ସଦସ୍ୟମାନେ ଏହି ଘର ଭିତରକୁ ପଶି ସାପ ଖୋଜିଥିଲେ। ତେବେ ଘରଟି ବିପଦସଙ୍କୁଳ ଅବସ୍ଥାରେ ଥିବାରୁ ଏହା ଭିତରେ ଅଧିକ ସମୟ ରହିବା ନିରାପଦ ନ ମଣି ସେମାନେ ଫେରି ଆସିଥିଲେ। କୋଠି ଘର ଭଙ୍ଗାଯିବା ପରେ ଏକ ସୁଡ଼ଙ୍ଗ ଥିବା ଜଣାପଡ଼ିଛି। ଉକ୍ତ ସୁଡ଼ଙ୍ଗରୁ ଗୁପ୍ତ କୋଠରୀକୁ ବାଟ ରହିଛି ଓ ଗୁପ୍ତ କୋଠରିରେ ସୁନା, ରୁପା ଥାଇପାରେ ବୋଲି ଆଲୋଚନା ହେଉଛି। ସୁଡ଼ଙ୍ଗ, ଗୁପ୍ତ କୋଠରି ଓ ସୁନାରୁପାକୁ ନେଇ ଚର୍ଚ୍ଚା ଜୋର ହେବାରୁ ଉଚ୍ଛେଦ ସ୍ଥଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି ପ୍ରଶାସନ। ସନ୍ଧ୍ୟା ହୋଇଯିବାରୁ ଉଚ୍ଛେଦକୁ ବନ୍ଦ ରଖାଯାଇଛି। ରାତିରେ ଏଠାରେ ପୋଲିସ ଫୋର୍ସ ପହରା ଦେବେ। ଅନ୍ୟପକ୍ଷେ ସୁଡ଼ଙ୍ଗ ଥିବା ଯାହା କୁହାଯାଉଛି ତାହା ପ୍ରକୃତରେ ସୁଡ଼ଙ୍ଗ ନୁହେଁ, ଏହା କୋଠିର ଧାନ, ଚାଉଳ ଏବଂ ଅନ୍ୟାନ୍ୟ ଖାଦ୍ୟଶସ୍ୟକୁ ସୁରକ୍ଷିତ ଭାବେ ସାଇତି ରଖିବା ଲାଗି ନିର୍ମାଣ ହୋଇଥିଲା ବୋଲି ଅତିରିକ୍ତ ଜିଲାପାଳ ବିନୟ କୁମାର ଦାଶ କହିଛନ୍ତି।
ଗୁରୁବାର ସକାଳୁ ପ୍ରଶାସନ ଆରମ୍ଭ କରିଥିଲା ଉଚ୍ଛେଦ କାର୍ଯ୍ୟ। ଏମାର ମଠର ରଘୁନନ୍ଦନ ଲାଇବ୍ରେରି ଉପର କୋଠାକୁ ଭାଇବ୍ରେଟର ଦ୍ୱାରା ଶ୍ରମିକମାନେ ଭାଙ୍ଗିଥିବା ବେଳେ କୋଠି ଘରକୁ ଜେସିବି, ବୁଲ୍‌ ଡୋଜର ଏବଂ ବ୍ରେକରରେ ଭଙ୍ଗା ଯାଇଥିଲା। ଏହି ବିରାଟ ୬ ଥାକିଆ କୋଠି ଘର ଭୂମିଠାରୁ ପ୍ରାୟ ୧୦ରୁ ୧୫ ଫୁଟ ତଳକୁ ରହିଥିଲା। ଘରର ପ୍ରାୟ ୮୦ ପ୍ରତିଶତ ଭଙ୍ଗା ସରିବା ପରେ ଶେଷ ଭାଗକୁ ବଡ଼ ବଡ଼ କାଠଗଣ୍ଡି ସାଇଜ୍‌ ହୋଇ ପଡ଼ିିଥିବା ଦେଖିବାକୁ ମିଳିଥିଲା। କାଠଗଣ୍ଡି ମଧ୍ୟରେ ତଳକୁ ଫାଙ୍କ ରହିଛି ଓ ସମ୍ପୂର୍ଣ୍ଣ ଅନ୍ଧାରୁଆ ରହିଥିବାରୁ ଏହା ଏକ ସୁଡ଼ଙ୍ଗ ବୋଲି ଅନୁମାନ କରାଯାଉଛି। ଏହି ସୁଡ଼ଙ୍ଗ ଦେଇ ଭିତରକୁ କୌଣସି ଗୁପ୍ତ କୋଠରିକୁ ବାଟ ରହିଥିବା ଏବଂ ସୁନାରୁପା ଥିବା ଚର୍ଚ୍ଚା ହେବାରୁ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ଥିଲେ। ସେମାନେ ସମ୍ପୃକ୍ତ ସ୍ଥାନକୁ ଅନୁଧ୍ୟାନ କରିଥିଲେ। ତେବେ ଉକ୍ତ ଅନ୍ଧାରୁଆ ଜାଗା କ’ଣ ତାହା ସ୍ପଷ୍ଟ ହୋଇନାହିଁ। ସୁଡ଼ଙ୍ଗ ଚର୍ଚ୍ଚା ଖବରକୁ ପ୍ରଶାସନ ପକ୍ଷରୁ ଅସ୍ବୀକାର କରାଯାଇଛି। କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ କୁମାର ସାମଲ ମଧ୍ୟାହ୍ନରେ ଉଚ୍ଛେଦ ସ୍ଥଳରେ ପହଞ୍ଚତ୍ ଅନୁଧ୍ୟାନ କରିଛନ୍ତି। ଉଚ୍ଛେଦ କାର୍ଯ୍ୟ ଠିକ୍‌ ଭାବେ ଚାଲିଛି। ଏଥିପାଇଁ ଜୀବିକା ହରାଉଥିବା ଲୋକଙ୍କୁ ପ୍ରଶାସନ ପକ୍ଷରୁ ଥଇଥାନର ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ଅତିରିକ୍ତ ଜିଲାପାଳ ଦାଶ କହିଛନ୍ତି, ସକାଳୁ ସୁରୁଖୁରୁରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଜିଲାପାଳ ଏବଂ ଏସ୍‌ପିଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ୮ଜଣ ଏକ୍‌ଜିକ୍ୟୁଟିିଭ ମାଜିଷ୍ଟ୍ରେଟ୍‌ ଉପସ୍ଥିତ ରହି କାର୍ଯ୍ୟ ତଦାରଖ କରିଥିଲେ। ଉଚ୍ଛେଦ କାର୍ଯ୍ୟରେ ୬ଟି ଜେସିବି, ୩ଟି ଭାଇବ୍ରେଟର, ୬ ଟିପ୍ପର, ଟ୍ରାକ୍ଟର ଏବଂ ୨୦ଜଣ ଶ୍ରମିକ ନିୟୋଜିତ ହୋଇଥିଲେ। ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଥିଲା। ଅସୁରକ୍ଷିତ ଏମାର ମଠର ଖମାର ଏବଂ ରଘୁନନ୍ଦନ ଲାଇବ୍ରେରି ପଛ ପାର୍ଶ୍ୱ କୋଠାକୁ ଭଙ୍ଗାଯାଇଛି। ତେବେ ଖମାର ଘରୁ ସୁଡ଼ଙ୍ଗ ବାହାରିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା। ଏହି ଖମାରରେ ପୂର୍ବରୁ ଧାନ, ଚାଉଳ ଆଦି ଖାଦ୍ୟଶସ୍ୟ ମହଜୁଦ୍‌ ରଖାଯାଉଥିଲା। ଏହାକୁ ସୁରକ୍ଷିତ ରଖିବା ଲାଗି ତଳେ କାଠଗଣ୍ଡି ଦିଆଯାଇ କିଛି ନିର୍ମାଣ କରାଯାଇଥିଲା। ଏହା ସୁଡ଼ଙ୍ଗ ବୋଲି ଯାହା ଚର୍ଚ୍ଚା ହେଉଛି ସେଥିରେ କୌଣସି ସତ୍ୟତା ନାହିଁ। ଶୁକ୍ରବାର ସକାଳେ ପୁଣି ଉଚ୍ଛେଦ କାର୍ଯ୍ୟ ଜାରି ରହିବ ବୋଲି ଅତିରିକ୍ତ ଜିଲାପାଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୱେଷ୍ଟଇଣ୍ଡିଜ୍ ସିରିଜ୍ ପୂର୍ବରୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା! ଆହତ ହେଲେ ଅଧିନାୟକ ଶୁଭମନ ଗିଲ୍‌, ସିରାଜଙ୍କ ଦ୍ରୁତ ବଲ୍‌…

ତିରୁବନନ୍ତପୁରମ୍, ୨୫।୯: ୱେଷ୍ଟଇଣ୍ଡିଜ୍ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାର ଠିକ୍ ୪୮ ଘଣ୍ଟା ପୂର୍ବରୁ ଭାରତୀୟ ଶିବିରରୁ ଏକ ଚିନ୍ତାଜନକ ଖବର…

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ଗଛ ପଡ଼ି ରାସ୍ତା ଅବରୋଧ: ଯାତାୟତ ଠପ୍‌

କୃଷ୍ଣପ୍ରସାଦ,୨୫।୯(କୈଳାଶ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦରେ ଦୁଇ ଦିନ ହେବ ବାତ୍ୟା ତାଣ୍ଡବ ସୃଷ୍ଟି କରିଛି। ପବନ ସାଙ୍ଗକୁ ବର୍ଷା ଲାଗି ରହିଛି। ଫଳରେ ଲୋକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?