ଏଫ୍‌ଆଇଏଚ୍‌ ପୁରସ୍କାର: ପ୍ଲେୟର ଅଫ୍‌ ଦି ଇୟର ଦୌଡ଼ରେ ମନପ୍ରୀତ

ଲାଉସାନେ, ୭ା୧୨(ପି.ଟି.)-
ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ପୁରସ୍କାର ଦୌଡ଼ରେ ସାମିଲ ହୋଇଛନ୍ତି ଭାରତୀୟ ଦଳର ଅଧିନାୟକ ମନପ୍ରୀତ ସିଂ। ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ପାଇଁ ତାଙ୍କ ନାମ ଶୁକ୍ରବାର ସୁପାରିସ କରାଯାଇଛି। ଅନ୍ୟ ଦୁଇ ଭାରତୀୟ ବିବେକ ସାଗର ପ୍ରସାଦ ଓ ଲାଲରେମସିଆମି ଯଥାକ୍ରମେ ପୁରୁଷ ଓ ମହିଳା ବିଭାଗର ଉଦୀୟମାନ ଖେଳାଳି ପୁରସ୍କାର ଦୌଡ଼ରେ ରହିଛନ୍ତି। କ୍ୟାରିୟରରେ ୨୪୨ଟି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିସାରିଥିବା ୨୭ ବର୍ଷୀୟ ମନପ୍ରୀତ ଭାରତୀୟ ମିଡ୍‌ଫିଲ୍ଡର ଜଣେ ନିର୍ଭରଯୋଗ୍ୟ ଖେଳାଳି ଭାବେ ପରିଚିତ। ତାଙ୍କ ନେତୃତ୍ୱରେ ଭାରତୀୟ ଦଳ ୨ ମ୍ୟାଚ୍‌ବିଶିଷ୍ଟ ଅଲିମ୍ପିକ୍‌ କ୍ୱାଲିଫାୟରରେ ରୁଷିଆକୁ ୧୧-୩ ଗୋଲ ବ୍ୟବଧାନରେ ହରାଇ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା। ୧୯ ବର୍ଷୀୟ ମିଡ୍‌ଫିଲ୍ଡର ବିବେକ ଗତବର୍ଷ ୟୁଥ୍‌ ଅଲିମ୍ପିକ୍ସରେ ଭାରତର ନେତୃତ୍ୱ ନେଇ ଦଳକୁ ରୌପ୍ୟ ପଦକ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଚଳିତ ବର୍ଷ ଏଫଆଇଏଚ୍‌ ସିରିଜ ଫାଇନାଲ୍ସରେ ସେ ଶ୍ରେଷ୍ଠ ଯୁବ ଖେଳାଳି ପୁରସ୍କାର ମଧ୍ୟ ପାଇଥିଲେ। ୧୯ ବର୍ଷୀୟା ଲାଲରେମସିଆମି ଏସିଆନ ଗେମ୍ସରେ ରୌପ୍ୟ ପଦକ ବିଜୟିନୀ ଭାରତୀୟ ମହିଳା ଦଳର ସଦସ୍ୟା ଥିଲେ।
ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର ଦୌଡ଼ରେ ସାମିଲ ଥିବା ଅନ୍ୟ ଖେଳାଳିମାନେ ହେଲେ ଅଷ୍ଟ୍ରେଲିଆର ଇଡି ଓକେନଡେନ, ଆରନ ଜେଲସ୍କି, ଆର୍ଜେଣ୍ଟିନାର ଲୁକାସ ଭିଲା ଏବଂ ବେଲ୍‌ଜିୟମର ଆର୍ଥର ଭାନ୍‌ ଡୋରେନ ଓ ଭିକ୍ସର ଓ୍ବେଗନେଜ୍‌। ୩୨ ବର୍ଷୀୟ ଓକେନଡେନ ୩୪୦ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାର ଅଭିଜ୍ଞତା ରଖିଛନ୍ତି। ସେହିପରି ଏକାଧିକ ଅଧିନାୟକ ପଲିସି ଅନୁସାରେ ଜେଲସ୍କି ଅଧିନାୟକ ଦାୟିତ୍ୱ ବହନ କରି ଏଫଆଇଏଚ୍‌ ପ୍ରୋ ଲିଗ୍‌-୨୦୧୯ରେ ଅଷ୍ଟ୍ରେଲିଆକୁ ସ୍ବର୍ଣ୍ଣ ପଦକ ବିଜୟୀ କରାଇଥିଲେ। ଭିଲ୍ଲା ୨୦୧୬ ରିଓ ଅଲିମ୍ପିକ୍ସ ଓ ୨୦୧୯ ପାନ୍‌ ଆମେରିକାନ୍‌ ଗେମ୍ସ ଚାମ୍ପିୟନ ଆର୍ଜେଣ୍ଟିନାର ଦଳର ସଦସ୍ୟ ଥିଲେ। ବେଲ୍‌ଜିୟମର ଦୁଇ ଖେଳାଳି ଭାନ୍‌ ଡୋରେନ ଓ ଓ୍ବେଗ୍‌ନେଜ୍‌ ଦେଶକୁ ୨୦୧୮ ହକି ବିଶ୍ୱକପ୍‌ ବିଜୟୀ କରାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ। ଏହା ବ୍ୟତୀତ ୨୦୧୯ ଏଫଆଇଏଚ୍‌ ପ୍ରୋ ଲିଗ୍‌ରେ ରନର୍ସଅପ୍‌ ବେଲଜିୟମ ଦଳର ସଦସ୍ୟ ଥିଲେ। ବିଶ୍ୱର ବିଭିନ୍ନ ଜାତୀୟ ଆସୋସିଏଶନ, ଖେଳାଳି, ପ୍ରଶଂସକ ଏବଂ ଜର୍ନାଲିଷ୍ଟ ଏହି ପୁରସ୍କାର ପାଇଁ ଭୋଟ ଦେଇ ପୁରସ୍କାର ବିଜେତା ଚୟନ କରିଥାନ୍ତି। ୨୦୨୦ ଜାନୁୟାରୀ ୧୭ ପର୍ଯ୍ୟନ୍ତ ଭୋଟ ପ୍ରକ୍ରିୟା ଖୋଲା ରହିବ। ଏଫଆଇଏଚ୍‌ କୋଚ୍‌ ଅଫ୍‌ ଦି ଇୟରକୁ ମିଶାଇ ୨୦୧୯ର ସମସ୍ତ ଏଫଆଇଏଚ୍‌ ହକି ଆଓ୍ବାର୍ଡ ୨୦୨୦ ଫେବୃୟାରୀରେ ଘୋଷଣା ହେବ। ଉଭୟ ମହିଳା ଓ ପୁରୁଷ ବିଭାଗର କୋଚ୍‌ ଅଫ୍‌ ଦି ଇୟର ପୁରସ୍କାର ଏଫ୍‌ଆଇଏଚ୍‌ ପ୍ୟାନେଲ ନିର୍ଦ୍ଧାରଣ କରିଥାଏ।
ପୁରସ୍କାର ଦୌଡ଼ରେ ସାମିଲ ଖେଳାଳି
ପୁରୁଷ
ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର: ମନପ୍ରୀତ ସିଂ(ଭାରତ), ଇଡି ଓକେନଡେନ, ଆରନ ଜେଲସ୍କି (ଉଭୟେ ଅଷ୍ଟ୍ରେଲିଆ), ଲୁକାସ ଭିଲା(ଆର୍ଜେଣ୍ଟିନା), ଆର୍ଥର ଭାନ ଡୋରେନ, ଭିକ୍ସର ଓ୍ବେଗନେଜ୍‌(ଉଭୟ ବେଲଜିୟମ)।
ଏଫ୍‌ଆଇଏଚ୍‌ ଗୋଲକିପର ଅଫ୍‌ ଦି ଇୟର: ଟେଲର ଲୋଭେଲ(ଅଷ୍ଟ୍ରେଲିଆ), ଭିନ୍‌ସେଣ୍ଟ ଭାନାସ୍କ(ବେଲଜିୟମ), ଡେଭିଡ କାର୍ଟର(କାନାଡ଼ା), କ୍ୱିକୋ କୋର୍ଟେସ(ସ୍ପେନ), ଭିକ୍ଟର ଆଲି(ଜର୍ମାନୀ)।
ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର(୨୩ ବର୍ଷରୁ କମ୍‌): ବିବେକ ସାଗର ପ୍ରସାଦ (ଭାରତ), ମାଇକୋ କାସେଲା(ଆର୍ଜେଣ୍ଟିନା), ବ୍ଲାକ୍‌ ଗୋଭର୍ସ(ଅଷ୍ଟ୍ରେଲିଆ), ଜାଚାରି ଓ୍ବାଲାସ (ଗ୍ରେଟ୍‌ ବ୍ରିଟେନ), ଜୋନାସ ଡି ଜିଉସ(ନେଦରଲାଣ୍ଡ୍ସ)।
ମହିଳା
ଏଫ୍‌ଆଇଏଚ୍‌ ପ୍ଲେୟର ଅଫ୍‌ ଦି ଇୟର: କାର୍ଲା ରିବେକି(ଆର୍ଜେଣ୍ଟିନା), ଜାନି ମୁଲର ଓ୍ବିଲାଣ୍ଡ (ଜର୍ମାନୀ), ଉଭା ଡି ଗୋଏଡେ, ଫ୍ରେଡରିକ୍‌ ମାଟଲା (ଉଭୟ ନେଦରଲାଣ୍ଡ୍ସ), ଷ୍ଟାସି ମିଚେଲସନ, ଅଲିଭା ମେରୀ(ଉଭୟ ନ୍ୟୁଜିଲାଣ୍ଡ)।
ଏଫ୍‌ଆଇଏଚ୍‌ ଗୋଲକିପର ଅଫ୍‌ ଦି ଇୟର: ରାକେଲ ଲିଞ୍ଚ୍‌(ଅଷ୍ଟ୍ରେଲିଆ), ମାରିଆ ରୁଇଜ୍‌ (ସ୍ପେନ୍‌), ମାଥିଡେ ପେଟ୍ରିକ୍ସ(ଫ୍ରାନ୍ସ), ଆୟେଶା ମ୍ୟାକଫେରାନ(ଆୟର୍ଲାଣ୍ଡ), ମେଗୁମି କାଗିୟାମା (ଜାପାନ)।
ଏଫ୍‌ଆଇଏଚ୍‌ ରାଇଜିଂ ଷ୍ଟାର ଅଫ୍‌ ଦି ଇୟର(୨୩ ବର୍ଷରୁ କମ୍‌): ଲାଲରେମସିଆମି (ଭାରତ), ଜୁଲିଟା ଜାଙ୍କୁନାସ(ଆର୍ଜେଣ୍ଟିନା), ଝୋଙ୍ଗ ଜିଆକି(ଚାଇନା), ନାଇକ୍‌ ଲୋରେଞ୍ଜ (ଜର୍ମାନୀ), ଫ୍ରେଡରିକ୍‌ ମାଟଲା(ନେଦରଲାଣ୍ଡ୍ସ)।


Enter your email to get our daily news in your inbox.

All Right Reserved By Dharitri.Com

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାତ୍ୟାକୁ ନେଇ ବଡ଼ ଅପଡେଟ୍‌ ଦେଲେ ମୁଖ୍ୟ ଶାସନ ସଚିବ: ୧୧ ଜିଲା ହେବ ପ୍ରଭାବିତ

ଭୁବନେଶ୍ୱର,୨୧।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଅଞ୍ଚଳ ଉପରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ସୋମବାର ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତ ରୂପ…

ସମ୍ଭାବ୍ୟ ବାତ୍ୟା ଭୟ ଭିତରେ ବଡ଼ ସୂଚନା ଦେଲେ IMD ଡିଜି: ୨୨ ତାରିଖ ସନ୍ଧ୍ୟାରୁ…

ଭୁବନେଶ୍ୱର,୨୧।୯:ଗଭୀର ଅବପାତ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ। ଏନେଇ ସୂଚନା ଦେଇଛନ୍ତି IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। IMD ଡିଜିଙ୍କ କହିବାନୁସାରେ, ପୁରୀରୁ ଦକ୍ଷିଣକୁ ଥିବା…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପୁଣି ରାଜଧାନୀରେ ଫୁଟିଲା ଗୁଳି, ଫେସ୍‌ବୁକ୍‌ ଲାଇଭ୍‌ରେ ବିବାଦୀୟ ମନ୍ତବ୍ୟ ପରେ…

ଭୁବନେଶ୍ୱର,୨୧ା୯: ରାଜଧାନୀ ଭୁବନେଶ୍ୱରର ଭରତପୁର ଥାନା ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଯାଇଛି। ଏହି ଥାନା ଅଞ୍ଚଳରେ ଫୁଟିଛି ଗୁଳି। ଗଣେଶ ପୂଜାର ବିସର୍ଜନ ଉତ୍ସବ, ଆଉ ନାଚଗୀତରେ…

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?