ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ନବୀନ, ଏମ୍‌ଏମ୍‌ଡିଆର୍‌ ବିଲ୍‌ ପ୍ରତ୍ୟାହାର ପ୍ରସ୍ତାବ ନେଇ ଲୋଡ଼ିଲେ..

ଭୁବନେଶ୍ୱର,୨୧ା୯(ରବିନାରାୟଣ ଜେନା): ଖଣି, ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ (ଏମ୍‌ଏମ୍‌ଡିଆର୍‌) ଆକ୍ଟ ପ୍ରତ୍ୟାହାର ଲାଗି ଗୃହରେ ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ ପାରିତ କରିବା ଲାଗି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି। ଏ ସଂକ୍ରାନ୍ତରେ ନବୀନ ଦ୍ୱିତୀୟଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ରାଜ୍ୟର ସ୍ବାର୍ଥ ଦୃଷ୍ଟିରୁ ଏହି ପ୍ରସଙ୍ଗରେ ସବୁ ରାଜନୈତିକ ଦଳ ଏକାଠି କାମ କରିବାର ଆବଶ୍ୟକତା ରହିଛି ବୋଲି ଉଲ୍ଲେଖ କରିଛନ୍ତି। ଏଭଳି ସମ୍ମିଳିତ ଉଦ୍ୟମକୁ ଏକ ଐତିହାସିକ ମୁହୂର୍ତ୍ତ ଭାବରେ ଓଡ଼ିଶାବାସୀ ମନେ ରଖିବେ ବୋଲି ସେ କହିଛନ୍ତି।
ବିରୋଧୀଦଳ ନେତା କହିଛନ୍ତି, ଖଣିଜ ସମ୍ପଦ ଓ ଖଣି ଅଞ୍ଚଳ ଉପରେ ଟିକସ ଲାଗୁ କରିବା ସମ୍ପର୍କିତ ରାଜ୍ୟର ସାମ୍ବିଧାନିକ ଅଧିକାରକୁ ବିରୋଧ କରି ଖଣି କମ୍ପାନୀଗୁଡ଼ିକ ଅଦାଲତକୁ ଯାଇଥିଲେ। ଓଡ଼ିଶାର ଏହି ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ବିଜେଡି ସରକାର ବହୁ ବର୍ଷ ଧରି ହାଇକୋର୍ଟ ଓ ସୁପ୍ରିମ କୋର୍ଟରେ ଲଢ଼େଇ କରିଥିଲା। ପରେ ରାଜ୍ୟ ଭାଜପା ସରକାର ଖଣି କମ୍ପାନୀ ବିରୋଧରେ ମଧ୍ୟ ସୁପ୍ରିମ କୋର୍ଟରେ ଏହି ଲଢ଼େଇ ଜାରି ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଓଡ଼ିଶାର ଆଡ୍‌ଭୋକେଟ ଜେନେରାଲ ମଧ୍ୟ ସୁପ୍ରିମକୋର୍ଟରେ ରାଜ୍ୟ ସରକାରଙ୍କ ପକ୍ଷ ରଖିଥିଲେ। ଏହାକୁ ନେଇ ସୁପ୍ରିମ କୋର୍ଟଙ୍କ ୯ ଜଣିଆ ସାମ୍ବିଧାନିକ ବେଞ୍ଚ ତାଙ୍କ ରାୟରେ ଓଡ଼ିଶା ସରକାର ଖଣି କମ୍ପାନୀ ବିରୋଧରେ ନେଇଥିବା ପଦକ୍ଷେପକୁ ଉଚିତ୍‌ ଦର୍ଶାଇଥିଲେ। ସୁପ୍ରିମ କୋର୍ଟଙ୍କ ଏହି ରାୟ ଓଡ଼ିଶା ପାଇଁ ବିରାଟ ସମ୍ଭାବନା ସୃଷ୍ଟି କରିଥିଲା। ଅନେକ କୋଟି ଟଙ୍କାର ବକେୟା ରାଜସ୍ବ ଆଦାୟ ସହିତ ବାର୍ଷିକ ୧୨ ହଜାର କୋଟି ଟଙ୍କା ରାଜସ୍ବ ଭାବେ ପାଇବାର ସୁଯୋଗ ସୃଷ୍ଟି ହୋଇଥିଲା। ସୁପ୍ରିମ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ଓଡ଼ିଶାକୁ ମିଳିବାକୁ ଥିବା ରାଜସ୍ବକୁ ରାଜ୍ୟବାସୀଙ୍କର କଲ୍ୟାଣ ପାଇଁ କିପରି ସର୍ବୋତ୍ତମ ଭାବରେ ଉପଯୋଗ କରାଯାଇପାରିବ, ସେ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକରେ ନିଶ୍ଚିତ ଭାବରେ ଆଲୋଚନା କରିଥିବେ। କିନ୍ତୁ ଦୁଃଖର କଥା, ସାରା ଦେଶକୁ ଆଚମ୍ବିତ କରି ସଂସଦରେ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ସଂଶୋଧନ ଆଇନ ଗୃହୀତ ହୋଇଗଲା। ଫଳରେ ରାଜ୍ୟର ଖଣିଜ ସମ୍ପଦ ଉପରୁ ଟିକସ ଆଦାୟର ସାମ୍ବିଧାନିକ କ୍ଷମତା ଓଡ଼ିଶାଠାରୁ କାଢ଼ି ନିଆଗଲା। ଓଡ଼ିଶା କଥା ଏବଂ ଓଡ଼ିଶାବାସୀଙ୍କ ସ୍ବାର୍ଥ ବିରୋଧରେ ଯାଇ ଭାଜପାର ୨୦ ଜଣ ସାଂସଦ ଏହି ସଂଶୋଧନକୁ ସମର୍ଥନ କଲେ। ଶେଷରେ ସେମାନେ ଖଣି ମାଲିକ ଯାହା ଚାହୁଁଥିଲେ ତାହା କଲେ। ବର୍ତ୍ତମାନ ଖଣି ଓ ଖଣିଜ ଦ୍ରବ୍ୟ ବିକାଶ ଓ ନିୟନ୍ତ୍ରଣ ଆଇନ(ସଂଶୋଧନ)ର ପରବର୍ତ୍ତୀ ପ୍ରତିକ୍ରିୟା ସ୍ବରୂପ ଓଡ଼ିଶା ବିପୁଳ ଆର୍ଥିକ କ୍ଷତି ସହିବାକୁ ଯାଉଛି ଏବଂ ଏହାର ସାମ୍ବିଧାନିକ ଅଧିକାର ମଧ୍ୟ ଚାଲିଯାଇଛି। ଗୃହର ନେତା ଭାବରେ ବିଧାନସଭାରେ ଏମ୍‌ଏମ୍‌ଡିଆର୍‌ ସଂଶୋଧିତ ଆଇନ ପ୍ରତ୍ୟାହାର କରିବା ପାଇଁ ଏକ ସର୍ବସମ୍ମତ ପ୍ରସ୍ତାବ ଗୃହୀତ କରିବା ମୁଖ୍ୟମନ୍ତ୍ରୀଙ୍କର ନୈତିକ ଦାୟିତ୍ୱ ବୋଲି ପଟ୍ଟନାୟକ ତାଙ୍କ ପତ୍ରରେ ଦର୍ଶାଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରଙ୍କ ସ୍ବତନ୍ତ୍ର ପ୍ୟାକେଜ, ମାତ୍ର ୧୦୦ ଟଙ୍କାରେ ମିଳିବ ୧୦ ପ୍ରକାର ପରିବା!

ଚେନ୍ନାଇ,୫ା୧୧: ଦୀପାବଳି ପୂର୍ବରୁ ସାଧାରଣ ଲୋକଙ୍କୁ ବଡ଼ ଆଶ୍ୱସ୍ତି ଦେଇଛନ୍ତି ତାମିଲନାଡୁର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ । ପରିବାରର ରୋଷେଇ ଖର୍ଚ୍ଚ କମାଇବା ପାଇଁ ତାଙ୍କ…

ଧନଶ୍ରୀ ଗର୍ଭବତୀ ଥିବାବେଳେ ଚହଲ ହେଇଥିଲେ ଧୋକା! ଭାଇରାଲ ହେଉଛି ଆରଜେ ମହବଶଙ୍କ ଭିଡିଓ

ନୂଆଦିଲ୍ଲୀ,୫।୧୧:ଭାରତୀୟ କ୍ରିକେଟର ଯୁଜବେନ୍ଦ୍ର ଚହଲ ଓ କୋରିଓଗ୍ରାଫର ଧନଶ୍ରୀ ବର୍ମାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ଏଥର ଚର୍ଚ୍ଚାର କାରଣ ହେଉଛି ଆରଜେ…

ବଲାଙ୍ଗୀରରେ ଗଡ଼ିଲା ସୋଲାର ରଥ, ଓଡ଼ିଶାର ତୃତୀୟ ସ୍ଥାନରେ…

ବଲାଙ୍ଗୀର,୫ା୧୧(ସୁନିଲ କୁମାର ମହାନ୍ତି): ମୁକ୍ତ ବିଜୁଳି ଯୋଜନା ସମ୍ପର୍କରେ ଲୋକଙ୍କୁ ଅଧିକ ସଚେତନ କରିବା ସହ ରୁଫ୍‌ ଟପ୍‌ ସୋଲାର ଗ୍ରହଣ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟରେ…

ଝିଅ ସହ କର୍ମଚାରୀଙ୍କୁ ଘରେ ଦେଖି ରାଗିଗଲେ ବାପା, ପିଟି ପିଟି ହତ୍ୟା…

ବେଙ୍ଗାଲୁରୁ,୫।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ନିଜ ୧୯ ବର୍ଷୀୟ ଝିଅ ସହ ଜଣେ ୨୨ ବର୍ଷୀୟ କର୍ମଚାରୀଙ୍କୁ ଘରେ…

ବିରାଟଙ୍କ WWE ଅବତାର! ପଡିଆ ମଝିରେ ଏମିତି କରି ନ୍ୟୁଜିଲାଣ୍ଡ ଖେଳାଳିଙ୍କୁ ଚିଡାଇଲେ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ, ୫।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ ମ୍ୟାଚ ଅକଲାଣ୍ଡର ଇଡେନ ପାର୍କରେ ଖେଳାଯାଇଥିଲା। ଏହି ମ୍ୟାଚରେ ଛାଇ ରହିଥିଲେ ବିରାଟ କୋହଲି। ପ୍ରଥମେ…

ରଣଜୀ ଟ୍ରଫିରେ ବଡ଼ ବିବାଦ, କୋର୍ଟଙ୍କ ରାୟ ପରେ ବଦଳିଗଲା ପୂରା ଟିମ୍‌

ନୂଆଦିଲ୍ଲୀ, ୫।୧୧: ମେଘାଳୟ କ୍ରିକେଟ୍‌ ସଂଘ (MCA)ରେ ଚାଲିଥିବା ବିବାଦର ପ୍ରଭାବ ଏବେ ରଣଜୀ ଟ୍ରଫି ଦଳ ଉପରେ ପଡ଼ିଛି । ନାଗାଲାଣ୍ଡ ବିପକ୍ଷ ପ୍ଲେଟ୍‌ ଡିଭିଜନ୍‌…

ଧନତେରସ ପୂର୍ବରୁ ସୁନା ଦରକୁ ନେଇ ଆସିଲା ବଡ଼ ଅପଡେଟ୍‌, ଏକ୍ସପର୍ଟ କହିଲେ ଏବେ ସୁନା କିଣିଲେ…

ନୂଆଦିଲ୍ଲୀ,୫ା୧୧: ସୁନା ଦର ଲଗାତାର ହ୍ରାସ ପାଉଛି। ଗୋଟିଏ ସମୟରେ ସୁନା ଦର ୨ ଲକ୍ଷ ଟଙ୍କା ଟପିବ ବୋଲି ଚର୍ଚ୍ଚା ହେଉଥିଲା। ଜାନୁଆରୀ ମାସରେ ଏହାର…

୪ ବର୍ଷ ପରେ ବି ପରମହଂସ ପଞ୍ଚାୟତକୁ ଗଡ଼ିଲାନି ବସ୍‌, ତେଜିଲା ଅସନ୍ତୋଷ

କଟକ ସଦର,୫।୧୧(ସୁଶାନ୍ତ କୁମାର ଜେନା): ୨୦୨୧ – ୨୦୨୨ ଆର୍ଥିକ ବର୍ଷରେ ବ୍ଲକ କାର୍ଯ୍ୟଳୟ ସହିତ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ବସ ସେବା ଆରମ୍ଭ କରାଯାଇଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?