Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ଏହାର ଘରୋଇ ମ୍ୟାଚ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ ୨ ସପ୍ତାହରୁ କମ୍‌ ସମୟ ଥିବାରୁ ସୋମବାରଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ସମ୍ପର୍କରେ ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରତିଯୋଗିତାର ଏହା ଦ୍ୱିତୀୟ ସଂସ୍କରଣ ହୋଇଥିଲେ ହେଁ ଭାରତ ପ୍ରଥମଥରପାଇଁ ଭାଗ ନେଉଛି। କଳିଙ୍ଗ ଷ୍ଟାଡିୟମରେ ଭାରତ ବିଶ୍ୱର ୩ ନମ୍ବର ଦଳ ନେଦରଲାଣ୍ଡ୍ସ, ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମ, ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ଓ ୯ ନମ୍ବର ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ପ୍ରତି ଦଳ ବିପକ୍ଷରେ ୨ଟି ଲେଖାଏ ମ୍ୟାଚ ଖେଳିବାକୁଥିବାରୁ ଭାରତ ଘରୋଇ ପରିବେଶରେ ମୋଟ ୮ଟି ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ସବୁ ମ୍ୟାଚ ଗୁଡ଼ିକର ଟିକେଟ ଷ୍ଟାଡିୟମର ୯ ନମ୍ବର ଗେଟ୍‌ ସ୍ଥିତ ବକ୍ସ ଅଫିସରେ ଉପଲବ୍ଧ। ଏହା ବ୍ୟତୀତ ଭୁବନେଶ୍ୱରର ବିଭିନ୍ନ ଆଉଟ୍‌ଲେଟ୍‌ରେ ମଧ୍ୟ ଟିକେଟ ମିଳୁଛି। ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୦ ପାଇଁ ଯେଉଁ ଦର୍ଶକ ଅନ୍‌ଲାଇନ୍‌ ଟିକେଟ କିଣିଛନ୍ତି ସେମାନେ ଷ୍ଟାଡିୟମର ୪ ନମ୍ବର ଗେଟ୍‌ ନିକଟରେ ଥିବା ରିଡମ୍ପଶନ କାଉଣ୍ଟରେ ରିଡିମ୍‌ କରିପାରିବେ। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକେଟ ମିଳିବ ଏବଂ ରିଡମ୍ପଶନ କରିହେବ। ହକି ପ୍ରୋ ଲିଗ୍‌ ପାଇଁ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୦୦ଟଙ୍କା, ଇଷ୍ଟ ଷ୍ଟାଣ୍ଡ ଟିକେଟ ୩୦୦ ଏବଂ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟର ମୂଲ୍ୟ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ମ୍ୟାଚ ଗୁଡ଼ିକ ଜାନୁୟାରୀ ୧୮ରୁ ମେ ୨୪ ମଧ୍ୟରେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍‌ରେ ଟିକେଟ କିଣିଥିବା ଦର୍ଶକମାନେ ଜାନୁୟାରୀ ୬ରୁ ୨୨ ଏବଂ ପୁଣି ମେ ୮ରୁ ୨୪ ମଧ୍ୟରେ ରିଡମ୍ପଶନ କରିପାରିବେ। ପ୍ରକାଶ ଯୋଗ୍ୟ ଯେ, ଗତ ନଭେମ୍ବର ୨୧ରୁ ଅନ୍‌ଲାଇନ୍‌ (https://in.ticketgenie.in/Tickets/FIH-Hockey-Pro-League-2020)ରେ ଟିକେଟ ଉପଲବ୍ଧ ହେଉଛି। ” ଏକ ବିଶେଷ ଫର୍ମାଟରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ଅନୁଷ୍ଠିତ ହେଉଛି। ଏଥିରେ ବିଶ୍ୱର ୯ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରୁଥିବାରୁ ଆଗାମୀ ୬ ମାସ ମଧ୍ୟରେ ରୋମାଞ୍ଚକ ହକି ଦେଖିବାକୁ ମିଳିବ। ଭାରତ ଘରୋଇ ପରିବେଶରେ ୪ଟି ଟିମ୍‌ ବିପକ୍ଷରେ ଖେଳିବାକୁ ଯାଉଥିବାରୁ ଦର୍ଶକମାନେ ଏହାର ଫାଇଦା ନେବାପାଇଁ ସୁବର୍ଣ୍ଣ ସୁଯୋଗ ରହିଛି“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘କାଲି ତ ମୁଁ ମ୍ୟାଚ୍ ଖେଳିଥାଆନ୍ତି…’, ନିଜ ମୃତ୍ୟୁ ଖବର ଦେଖି ହସିଲେ କ୍ରିକେଟର, ଭାଇରାଲ୍‌ ହେଉଛି ଭିଡିଓ

ନୂଆଦିଲ୍ଲୀ,୩୦।୯: ପାକିସ୍ତାନୀ କ୍ରିକେଟର ଆଜମ ଖାନଙ୍କ ମୃତ୍ୟୁ ଖବର ଦେଖି ନିଜେ ହିଁ ହସିଲେ ଆଜମ । ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଭାଇରାଲ୍‌ ହେଉଛି,…

ପଛରେ ପଡ଼ିଗଲେ କୋହଲି: ଗିଲ୍‌ ଦେଉଛନ୍ତି ଜୋରଦାର ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୩୦।୯: ଆଇସିସିର ସଦ୍ୟତମ ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗରେ ଭାରତୀୟ ଦଳର ଦୁଇ ଷ୍ଟାର୍‌ ବ୍ୟାଟରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ଦେଖିବାକୁ ମିଳିଛି। ଶୁବମନ ଗିଲ ନମ୍ବର-୧ ସ୍ଥାନ…

ଦିନେ କରୁଥିଲେ ନକଲ, ଏବେ ଟିମ୍‌ ଇଣ୍ଡିଆ ପାଇଁ ଡେବ୍ୟୁ କରିବେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୩୦।୯: କୁହାଯାଏ, ନକଲ ପାଇଁ ମଧ୍ୟ ଅକଲ ଦରକାର। ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଡେଲ ଷ୍ଟେନଙ୍କ ଆଦର୍ଶ ମାନି ତାଙ୍କ ବୋଲିଂ ଆକ୍ସନ ଓ…

ଟିମ ମାହୋଲରେ ଖୁସିନାହାନ୍ତି ବିରାଟ କୋହଲି: ଚାଞ୍ଚଲ୍ୟକର ବୟାନ ଦେଲେ କ୍ରିକେଟ୍‌ କିମ୍ବଦନ୍ତୀ

ନୂଆଦିଲ୍ଲୀ,୩୦।୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜ୍‌ରେ ବ୍ୟସ୍ତ ଅଛନ୍ତି ବିରାଟ କୋହଲି। ଏହି ସମୟରେ ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବିରାଟଙ୍କ ଟେଷ୍ଟ କ୍ରିକେଟରୁ ଅବସରକୁ…

ଏସିଆନ ଗେମ୍ସରେ ଚମତ୍କାର କଲେ ଭାରତୀୟ ତୀରନ୍ଦାଜ ଟିମ୍‌: ଚାଇନାକୁ ହରାଇ ରଚିଲେ ଇତିହାସ

ନୂଆଦିଲ୍ଲୀ,୩୦।୯: ୨୦୨୬ ଏସିଆନ ଗେମ୍ସରେ ଭାରତକୁ ମିଳିଛି ସପ୍ତମ ସ୍ବର୍ଣ୍ଣ ପଦକ। କମ୍ପାଉଣ୍ଡ ତୀରନ୍ଦାଜୀର ମହିଳା ଟିମ ଇଭେଣ୍ଟରେ ଭାରତ ଚାଇନାକୁ ୨୩୮-୨୩୪ ପଏଣ୍ଟରେ ପରାସ୍ତ କରି…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ଭାଙ୍ଗିଗଲା ସମସ୍ତ ରେକର୍ଡ; ରାଙ୍କିଙ୍ଗରେ ନୂଆ ଇତିହାସ ରଚିଲେ ଭାରତୀୟ ବୋଲର

ନୂଆଦିଲ୍ଲୀ,୨୯।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର୍‌ ସ୍ପିନର୍‌ ଶ୍ରୀ ଚରଣୀ ଇତିହାସ ସୃଷ୍ଟି କରିଛନ୍ତି। ମଙ୍ଗଳବାର (ସେପ୍ଟେମ୍ବର ୨୯) ପ୍ରକାଶିତ ସର୍ବଶେଷ ଟି-୨୦ ମାନ୍ୟତାରେ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?