Posted inଖେଳ

ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌: କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ

ଭୁବନେଶ୍ୱର, ୮।୧(କ୍ରୀଡ଼ା ପ୍ରତିନିଧି)-ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ରେ ଭାରତ ଏହାର ଘରୋଇ ମ୍ୟାଚ ଗୁଡ଼ିକ କଳିଙ୍ଗ ଷ୍ଟାଡିୟମରେ ଖେଳିବ। ଟୁର୍ନାମେଣ୍ଟ ଆରମ୍ଭ ପାଇଁ ଆଉ ୨ ସପ୍ତାହରୁ କମ୍‌ ସମୟ ଥିବାରୁ ସୋମବାରଠାରୁ କାଉଣ୍ଟରରେ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ସମ୍ପର୍କରେ ହକି ଇଣ୍ଡିଆ ପକ୍ଷରୁ ପ୍ରକାଶ କରାଯାଇଛି। ପ୍ରତିଯୋଗିତାର ଏହା ଦ୍ୱିତୀୟ ସଂସ୍କରଣ ହୋଇଥିଲେ ହେଁ ଭାରତ ପ୍ରଥମଥରପାଇଁ ଭାଗ ନେଉଛି। କଳିଙ୍ଗ ଷ୍ଟାଡିୟମରେ ଭାରତ ବିଶ୍ୱର ୩ ନମ୍ବର ଦଳ ନେଦରଲାଣ୍ଡ୍ସ, ବିଶ୍ୱ ଏବଂ ୟୁରୋପିଆନ ଚାମ୍ପିୟନ ବେଲଜିୟମ, ବିଶ୍ୱର ନମ୍ବରଓ୍ବାନ ଦଳ ଅଷ୍ଟ୍ରେଲିଆ ଓ ୯ ନମ୍ବର ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବ। ପ୍ରତି ଦଳ ବିପକ୍ଷରେ ୨ଟି ଲେଖାଏ ମ୍ୟାଚ ଖେଳିବାକୁଥିବାରୁ ଭାରତ ଘରୋଇ ପରିବେଶରେ ମୋଟ ୮ଟି ମ୍ୟାଚରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏହି ସବୁ ମ୍ୟାଚ ଗୁଡ଼ିକର ଟିକେଟ ଷ୍ଟାଡିୟମର ୯ ନମ୍ବର ଗେଟ୍‌ ସ୍ଥିତ ବକ୍ସ ଅଫିସରେ ଉପଲବ୍ଧ। ଏହା ବ୍ୟତୀତ ଭୁବନେଶ୍ୱରର ବିଭିନ୍ନ ଆଉଟ୍‌ଲେଟ୍‌ରେ ମଧ୍ୟ ଟିକେଟ ମିଳୁଛି। ଏଫଆଇଏଚ୍‌ ପ୍ରୋ ଲିଗ୍‌ ୨୦୨୦ ପାଇଁ ଯେଉଁ ଦର୍ଶକ ଅନ୍‌ଲାଇନ୍‌ ଟିକେଟ କିଣିଛନ୍ତି ସେମାନେ ଷ୍ଟାଡିୟମର ୪ ନମ୍ବର ଗେଟ୍‌ ନିକଟରେ ଥିବା ରିଡମ୍ପଶନ କାଉଣ୍ଟରେ ରିଡିମ୍‌ କରିପାରିବେ। ସକାଳ ୧୦ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଟିକେଟ ମିଳିବ ଏବଂ ରିଡମ୍ପଶନ କରିହେବ। ହକି ପ୍ରୋ ଲିଗ୍‌ ପାଇଁ ନର୍ଥ ଓ ସାଉଥ୍‌ ଷ୍ଟାଣ୍ଡ ଟିକେଟର ମୂଲ୍ୟ ୨୦୦ଟଙ୍କା, ଇଷ୍ଟ ଷ୍ଟାଣ୍ଡ ଟିକେଟ ୩୦୦ ଏବଂ ଓ୍ବେଷ୍ଟଷ୍ଟାଣ୍ଡ ଟିକେଟର ମୂଲ୍ୟ ୫୦୦ଟଙ୍କା ଧାର୍ଯ୍ୟ କରାଯାଇଛି। ମ୍ୟାଚ ଗୁଡ଼ିକ ଜାନୁୟାରୀ ୧୮ରୁ ମେ ୨୪ ମଧ୍ୟରେ ଅନୁଷ୍ଠିତ ହେବ। ଅନ୍‌ଲାଇନ୍‌ରେ ଟିକେଟ କିଣିଥିବା ଦର୍ଶକମାନେ ଜାନୁୟାରୀ ୬ରୁ ୨୨ ଏବଂ ପୁଣି ମେ ୮ରୁ ୨୪ ମଧ୍ୟରେ ରିଡମ୍ପଶନ କରିପାରିବେ। ପ୍ରକାଶ ଯୋଗ୍ୟ ଯେ, ଗତ ନଭେମ୍ବର ୨୧ରୁ ଅନ୍‌ଲାଇନ୍‌ (https://in.ticketgenie.in/Tickets/FIH-Hockey-Pro-League-2020)ରେ ଟିକେଟ ଉପଲବ୍ଧ ହେଉଛି। ” ଏକ ବିଶେଷ ଫର୍ମାଟରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ ଅନୁଷ୍ଠିତ ହେଉଛି। ଏଥିରେ ବିଶ୍ୱର ୯ଟି ଶ୍ରେଷ୍ଠ ଦଳ ଅଂଶଗ୍ରହଣ କରୁଥିବାରୁ ଆଗାମୀ ୬ ମାସ ମଧ୍ୟରେ ରୋମାଞ୍ଚକ ହକି ଦେଖିବାକୁ ମିଳିବ। ଭାରତ ଘରୋଇ ପରିବେଶରେ ୪ଟି ଟିମ୍‌ ବିପକ୍ଷରେ ଖେଳିବାକୁ ଯାଉଥିବାରୁ ଦର୍ଶକମାନେ ଏହାର ଫାଇଦା ନେବାପାଇଁ ସୁବର୍ଣ୍ଣ ସୁଯୋଗ ରହିଛି“ ବୋଲି ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

ଏହି ଟିମ୍‌ ହେବ ଏଥର ଆଇପିଏଲ୍‌ ଚାମ୍ପିୟନ୍‌: ଭବିଷ୍ୟବାଣୀ କଲେ ୱାସିମ ଆକ୍ରମ

ନୂଆଦିଲ୍ଲୀ,୨୫।୪: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ୱାସିମ ଆକ୍ରମ ଆଇପିଏଲ ୨୦୨୪ର ବିଜେତାକୁ ନେଇ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ଏହା ପୂର୍ବାନୁମାନ କରିବା କଷ୍ଟକର...

ପନ୍ତଙ୍କ ଛକାରେ କ୍ୟାମେରାମ୍ୟାନ୍‌ ଆହତ: ମ୍ୟାଚ୍‌ ପରେ ଏମିତି କଥା କହି ସମସ୍ତଙ୍କ ହୃଦୟ ଜିତିଲେ

ନୂଆଦିଲ୍ଲୀ,୨୫।୪: ଆଇପିଏଲ୍‌ ୨୦୨୪ରେ ରିଷଭ ପନ୍ତ ଭଲ ଫର୍ମ ଦେଖାଉଛନ୍ତି। ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଖେଳାଯାଇଥିବା ଟୁର୍ନାମେଣ୍ଟର ୪୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଏକ...

ଏହି କ୍ରିକେଟର୍‌ଙ୍କୁ ଆକ୍ରମଣ କଲା ଚିତାବାଘ: ପୋଷା କୁକୁର ବଞ୍ଚାଇଦେଲା ଜୀବନ

ହରାରେ,୨୫।୪: ଜିମ୍ବାୱେର ପୂର୍ବତନ କ୍ରିକେଟର ଗାଏ ହ୍ବିଟଲଙ୍କୁ ଏକ ଚିତାବାଘ ଆକ୍ରମଣ କରିଛି। ଏହି ଆକ୍ରମଣରେ ସେ ଗୁରୁତର ଆହତ ହୋଇଛନ୍ତି। ପୋଷା କୁକୁର ତାଙ୍କ...

ଯଦି ଫାଇନାଲରେ କୁମ୍ବଲେଙ୍କ ଏହି କଥା ମାନିଥାନ୍ତେ ଉଥପ୍ପା, ଆଇପିଏଲ୍‌ ଚାମ୍ପିୟନ ହୋଇଥାନ୍ତା RCB

ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ ସମୟରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ଲୋକପ୍ରିୟ ଟିମ୍‌ ମଧ୍ୟରେ ରହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ। ଏହାଛଡ଼ା ରୟାଲ ଚ୍ୟାଲେଞ୍ଜର୍ସ...

ଗୋଟିଏ ବଲ୍‌ରେ ପଲଟିଗଲା ପୂରା ମ୍ୟାଚ୍‌: ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୫।୪: ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନ୍‌ରେ ପରାସ୍ତ କରିଛି। ମୁକେଶ କୁମାର ଶେଷ ଓଭରରେ ଭଲ ବୋଲିଂ କରିଥିଲେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri