ଜନସ୍ବାସ୍ଥ୍ୟ ବିଭାଗର ମନମୁଖି କାର୍ଯ୍ୟ: ଦୁଇ ଦିନ ହେଲା ସହରକୁ ଜଳଯୋଗାଣ ବନ୍ଦ

ଫୁଲବାଣୀ ଅଫିସ, ୮ା୧-ଫୁଲବାଣୀ ସହରରେ ଦୁଇ ଦିନ ହେଲା ଜନସ୍ବାସ୍ଥ୍ୟ ଉପବିଭାଗ ପକ୍ଷରୁ ଜଳ ଯୋଗାଣ ହେଉ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି। ନଦୀରୁ ପାଣି ଉଠିବା ପାଇଁ ପମ୍ପ ହାଉସରେ ଥିବା ଦୁଇଟି ମୋଟରରୁ ଗୋଟିଏ ଖରାପ ହେବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି। ବାରମ୍ବାର ଏଭଳି ସମସ୍ୟା ଦେଖାଦେଉଥିବାରୁ ଜନ ଅସନ୍ତୋଷ ବଢ଼ୁଛି। ପ୍ରକଳ୍ପ ହେବାର ୩ ବର୍ଷ ମଧ୍ୟରେ ବହୁବାର ମୋଟର ଖରାପ ହୋଇଛି। ଅନ୍ୟପଟେ ମୋଟରରେ ସମସ୍ୟା ଦେଖାଦେଲେ ତୁରନ୍ତ ନ ସଜାଡ଼ି ସମ୍ପୂର୍ଣ୍ଣ ଅଚଳ ହେବା ପରେ କାମ କରିବାକୁ ୩/୪ ଦିନ ଲଗାଇ ଦେଉଛନ୍ତି।
ଫୁଲବାଣୀକୁ ପାଣି ଯୋଗାଇବା ପାଇଁ ଜିରିଙ୍ଗିପଡା ପାଖରେ ୨୦୧୬ ଅକ୍ଟୋବର ୬ରେ ଏକ ବୃହତ ପ୍ରକଳ୍ପ ଉଦ୍‌ଘାଟନ ହୋଇଥିଲା। ହେଲେ ବର୍ଷେ ମଧ୍ୟରେ ପିଲା ସାଲୁଙ୍କି ନଦୀରୁ ପାଣି ଉଠାଇବା ପାଇଁ ଲାଗି ଥିବା ମୋଟର ଖରାପ ହେବା ଆରମ୍ଭ ହେଲା। ନୂଆ ମୋଟର ଏତେ ଶୀଘ୍ର କିଭଳି ଖରାପ ହେଉଛି ତାହାର ତଦନ୍ତ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି। ବର୍ଷକୁ ପ୍ରାୟ ୧୦/୧୫ ଥର ମୋଟର ଖରାପ ହେଉଛି। ସ୍ଥାନୀୟ ଅନଭିଜ୍ଞ ମେକାନିକଙ୍କ ଦ୍ୱାରା ଏହାର ମରାମତି କରାଯାଉଛି। ଯାହାଫଳରେ ମୋଟର ଠିକ୍‌ ହେବା ପରିବର୍ତ୍ତେ ସେଥିରେ ବିଭିନ୍ନ ବୈଷୟିକ ସମସ୍ୟା ବଢ଼ିବାରେ ଲାଗୁଛି। ଏପଟେ ମରାମତି ବାବଦରେ ଯନ୍ତ୍ରୀ ଚଢ଼ା ଦରରେ ବିଲ କରୁଛନ୍ତି। ପାଣି ମିଳୁ ନ ଥିବା ନେଇ ବିଭାଗ କାର୍ଯ୍ୟାଳୟ, ଯନ୍ତ୍ରୀଙ୍କୁ ଫୋନ କଲେ ସେମାନେ ଦୁର୍ବ୍ୟବହାର ପ୍ରଦର୍ଶ କରିବାକୁ କରିବାକୁ ବି ପଛାଉ ନ ଥିବା ଅଭିଯୋଗ ହେଉଛି। ଏ ନେଇ କନିଷ୍ଠ ଯନ୍ତ୍ରୀ ସୁଦେସ୍ନା ସାହୁଙ୍କୁ ପଚାରିବାରୁ ପାଣି ସବୁଆଡେ ଦିଆଯାଉଛି ବୋଲି ପ୍ରଥମେ କହିଥିଲେ। ଦୁଇ ଦିନ ହେଲା ପାଣି ନାହିଁ ପାଣି ମିଳୁନି ବୋଲି କହିବାରୁ ଗୋଟିଏ ମୋଟର ଖରାପ ହୋଇଛି। ସହରର ଅଧା ଅଞ୍ଚଳକୁ ପାଣି ଦିଆଯାଇଛି। ମଙ୍ଗଳବାର ସନ୍ଧ୍ୟା ସୁଦ୍ଧା ପାଣି ଦିଆଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri