ଏନ୍‌କାଉଣ୍ଟର ନା ହତ୍ୟା

ଆକାର ପଟେଲ
ଅଧିକାଂଶ ପୋଲିସ ଏନ୍‌କାଉଣ୍ଟରରେ ଭାଗ ନେବାକୁ ଚାହାନ୍ତି ନାହିଁ। ସେଥିପାଇଁ ଭାରତରେ ଗୋଟିଏ ଗୋଷ୍ଠୀର ପୋଲିସ ତିଆରି ହୋଇଯାଇଛନ୍ତି, ଯେଉଁମାନଙ୍କୁ କୁହାଯାଏ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ବା ଶାର୍ପଶୁଟର। ଏଠାରେ ଦ୍ୱିତୀୟ ଶବ୍ଦଟି ଭୁଲ୍‌ଭାବେ ପ୍ରୟୋଗ କରାଯାଇଛି ଏବଂ କାହିଁକି ତାହା ଆମେ ଆଲୋଚନା କରିବା। ପ୍ରଥମେ ଆମେ ଦେଖିବା ଏନ୍‌କାଉଣ୍ଟର କାହାକୁ କହନ୍ତି। ଏହା ହେଉଛି ସରକାରଙ୍କର ଏକ କାର୍ଯ୍ୟ, ଯେଉଁଥିରେ କିଛି ଲୋକଙ୍କୁ ହାଜତ ଭିତରେ ପୂରାଇ ପରେ ମାରି ଦିଆଯାଏ। ସାଧାରଣତଃ ନିକାଞ୍ଚନ ସ୍ଥାନରେ ଏବଂ ପ୍ରାୟତଃ ରାତ୍ରିକାଳରେ ଏହା କରାଯାଏ। ହାଇଦ୍ରାବାଦରେ ଏହା ରାତ୍ରି ୩ଟାରେ କରାଯାଇଛି ଏବଂ ପୋଲିସ କହିଛି ଯେ, ସେତେବେଳେ ଚାରିଜଣ ଅଭିଯୁକ୍ତଙ୍କୁ ଅପରାଧ ଘଟିଥିବା ସ୍ଥାନକୁ ନିଆଯାଇ ସେମାନେ କିଭଳି ଅପରାଧ କରିଥିଲେ ତାହାର ତଦନ୍ତ କରାଯାଉଥିଲା। ଅଳ୍ପ ଦୂରରୁ ଅଭିଯୁକ୍ତମାନଙ୍କୁ ଗୁଳି କରାଯାଏ ଏବଂ ଏହା ସାଧାରଣତଃ ପୋଷ୍ଟମର୍ଟମ୍‌ରୁ ଜଣାପଡ଼ିଥାଏ। ପୋଲିସ ଅଫିସରମାନେ ବ୍ୟବହାର କରୁଥିବା ହାତବନ୍ଧୁକଗୁଡ଼ିକ ଦୂରରୁ ଗୁଳି ମାରିବା ପାଇଁ ଉପଯୁକ୍ତ ନୁହେଁ କାରଣ ସେଗୁଡ଼ିକର ବ୍ୟାରେଲ ଛୋଟ ଏବଂ ୩୦ ଫୁଟରୁ ଅଧିକ ଦୂରରୁ ଲକ୍ଷ୍ୟଭେଦ କରିବା ଏଥିରେ ସମ୍ଭବ ହୁଏ ନାହିଁ। ସେଥିପାଇଁ ଶାର୍ପଶୁଟର ଶବ୍ଦ ପ୍ରୟୋଗ କରିବା ଭୁଲ୍‌। ସାଧାରଣତଃ ପୋଲିସ ଅଫିସର ଅଭିଯୁକ୍ତର ଦେହରେ ବନ୍ଧୁକ ଲଗାଇ ଗୁଳି କରେ କିମ୍ବା ମାଡ଼ଖାଇ ସେ ତଳେ ପଡ଼ିଥିବା ବେଳେ ତାକୁ ଗୁଳି କରେ। ସେହି ପୋଲିସ ଅଫିସରଙ୍କୁ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ କୁହାଯାଏ, ଯିଏ ନିରସ୍ତ୍ର ମଣିଷକୁ ଅଳ୍ପ ଦୂରରୁ ହତ୍ୟା କରେ। ମୁମ୍ବାଇରେ ୧୯୯୦ ଦଶକରେ ଏନ୍‌କାଉଣ୍ଟର ସଂସ୍କୃତି ଆରମ୍ଭ ହୋଇଥିଲା। ଦୟା ନାୟକ, ଯାହାଙ୍କ ଉପରେ ଅବ ତକ୍‌ ଛପନ ଚଳଚ୍ଚିତ୍ର ନିର୍ମାଣ ହୋଇଥିଲା, ସେ ୮୦ ଜଣଙ୍କୁ ମାରିଥିଲେ। ୨୬/୧୧ ଆକ୍ରମଣରେ ନିହତ ହୋଇଥିବା ବିଜୟ ସଲାସ୍‌କର ମଧ୍ୟ ସମାନ ସଂଖ୍ୟକ ଲୋକଙ୍କୁ ମାରିଥିଲେ। ପ୍ରଦୀପ ଶର୍ମା ୧୫୦ରୁ ଅଧିକ ଲୋକଙ୍କୁ ମାରିଥିଲେ। ଆଇନବିଶାରଦମାନେ ନିନ୍ଦାକରିବା ପରେ ଉକ୍ତ ତିନିଜଣ ଭୁଲ୍‌ କାମ କରିଥିବା ନେଇ ଅଭିଯୋଗ ହୋଇଥିଲା।
ତେବେ ପ୍ରଶ୍ନ ହେଉଛି ଅନ୍ୟ ପୋଲିସ ଅଫିସର ଏପରି କାର୍ଯ୍ୟ କରିବାକୁ କାହିଁକି ଆଗ୍ରହ ପ୍ରକାଶ କରନ୍ତି ନାହିଁ, ଯଦି ଏଥିପାଇଁ ପୁରସ୍କାର ବ୍ୟବସ୍ଥା ଅଛି (ହାଇଦ୍ରାବାଦ ପୋଲିସକୁ କିପରି ହିରୋ ଭାବରେ ଚିତ୍ରଣ କରାଯାଉଛି, ତାହା ଆପଣମାନେ ଗଣମାଧ୍ୟମରୁ ଜାଣିପାରୁଥିବେ)। କାରଣ ସେମାନେ ପୋଲିସ ହେଲେ ବି ଆମ ପରି ମଣିଷ ଏବଂ ଅନ୍ୟ ମଣିଷର ଜୀବନ ନେବାକୁ ଚାହାନ୍ତି ନାହିଁ। ପାଠକମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ। ଆମେରିକୀୟ ସୈନିକ ଏସ୍‌ଏଲ୍‌ଏ ମାର୍ଶାଲ ଏହା ଉପରେ ଏକ ପୁସ୍ତକ ଲେଖିଛନ୍ତି, ଯାହାର ଶୀର୍ଷକ ହେଉଛି ମେନ୍‌ ଏଗେଁଷ୍ଟ ଫାୟାର୍‌। ମାର୍ଶାଲଙ୍କ ଥେସିସ୍‌ ଅନୁସାରେ ସୈନିକମାନେ ସାଧାରଣତଃ ପବନକୁ ବା ମାଟିକୁ ଫାୟାର କରନ୍ତି, କାରଣ ସେମାନେ ଶତ୍ରୁକୁ ମାରିବାକୁ ଚାହାନ୍ତି ନାହିଁ, ଶତ୍ରୁ ନିଜ ଉପରକୁ ଗୁଳି ମାରିଲେ ମଧ୍ୟ। ମାର୍ଶାଲ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଏହା ଲେଖୁଥିଲେ କିନ୍ତୁ ଭିଏତ୍‌ନାମ ଯୁଦ୍ଧ ସମୟରେ ମଧ୍ୟ ଏହି ଅନୁଭୂତି ସମାନ ଥିଲା। ପ୍ରତି ଭିଏତ୍‌ନାମିଜ୍‌ଙ୍କ ହତ୍ୟା ପାଇଁ ଆମେରିକୀୟ ସୈନିକମାନେ ୫୦,୦୦୦ ଗୁଳିମାଡ଼ କରିଥିଲେ। ନେପୋଲିୟନଙ୍କ ଯୁଦ୍ଧ ସମୟରେ ପ୍ରୁସିଆନମାନଙ୍କ ଅଧ୍ୟୟନର ଫଳ ମଧ୍ୟ ଅନୁରୂପ ଥିଲା।
ଭାରତରେ ଗୁରୁତର ଅପରାଧ କ୍ଷେତ୍ରରେ ଦୋଷୀ ସାବ୍ୟସ୍ତ ହାର ମାତ୍ର ପ୍ରାୟ ୨୫ ପ୍ରତିଶତ। ସୁତରାଂ ୭୫ ପ୍ରତିଶତ କ୍ଷେତ୍ରରେ ପୋଲିସ ଭୁଲ୍‌ ସନ୍ଦିଗ୍ଧଙ୍କୁ ଧରିଥାଏ। ସେମାନଙ୍କୁ ଏନ୍‌କାଉଣ୍ଟରରେ ମାରିବା କେତେଦୂର ନୀତିସଙ୍ଗତ? ଅଧିକାଂଶ ପୋଲିସ ଏନ୍‌କାଉଣ୍ଟର କରିବାକୁ ଇଚ୍ଛା ନ କରିବାର ଅନ୍ୟ କାରଣ ହେଉଛି ଏହା ସିଧାସଳଖ ଏକ ହତ୍ୟା ଅପରାଧ ଏବଂ ଏଥିପାଇଁ ସେମାନେ ପରେ ଅସୁବିଧାରେ ପଡ଼ିପାରନ୍ତି। ସେଥିପାଇଁ ଆମର ଅଛନ୍ତି ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ। କୌଣସି ସଭ୍ୟ ରାଷ୍ଟ୍ରରେ ଏନ୍‌କାଉଣ୍ଟର ସ୍ପେଶାଲିଷ୍ଟ ନାହାନ୍ତି। ବାସ୍ତବରେ କୌଣସି ଉନ୍ନତ ଦେଶରେ ଏନ୍‌କାଉଣ୍ଟର କରି କୌଣସି ପୋଲିସ କେବେହେଲେ ବିଚାର ପ୍ରକ୍ରିୟା ଓ ଆଇନ ଜାଲରୁ ଖସିଯାଇପାରେ ନାହିଁ। ଭାରତ ହେଉଛି ଫିଲିପାଇନ୍ସ ପରି ଦେଶ ଯେଉଁଠି ପୋଲିସକୁ ଆଇନ ଭାଙ୍ଗିବାକୁ ଉତ୍ସାହିତ କରାଯାଏ ଏବଂ ହତ୍ୟା ପରି ଏକ ଅପରାଧକୁ ବୀରତା ଓ ନ୍ୟାୟପୂର୍ଣ୍ଣ କାର୍ଯ୍ୟ ଭାବେ ପ୍ରଦର୍ଶନ କରାଯାଏ। ବିନା ବିଚାରରେ କୌଣସି ଲୋକକୁ ହତ୍ୟା କରିବା କେବେହେଲେ ନ୍ୟାୟ ନୁହେଁ। ଯଦି ଆମେ ଅଭିଯୁକ୍ତଙ୍କୁ ସିଧା ଗୁଳି କରି ମାରିଦେବା, ତା’ହେଲେ ତଦନ୍ତ, ଜେରା, ଫୋରେନ୍ସିକ୍‌ ଟେଷ୍ଟ ଆଦିର ବ୍ୟବସ୍ଥା କାହିଁକି ରହିଛି? ଆମ ନ୍ୟାୟ ବ୍ୟବସ୍ଥାକୁ ବିଶ୍ୱ ସମୁଦାୟ କେଉଁ ଦୃଷ୍ଟିରେ ଦେଖୁଥିବ ଏଥିରୁ ସହଜରେ ଅନୁମେୟ। ସେଥିପାଇଁ ପଞ୍ଜାବ ନ୍ୟାଶ୍‌ନାଲ ବ୍ୟାଙ୍କ ଦୁର୍ନୀତିରେ ଜଡ଼ିତ ମେହୁଲ ଚୋକ୍ସି ଭାରତରେ ତାଙ୍କୁ ମାରି ଦିଆଯାଇପାରେ ବୋଲି ଆଶଙ୍କା କରି ଭାରତକୁ ପ୍ରତ୍ୟର୍ପଣ ନ ହେବାକୁ ଯୁକ୍ତି ଦର୍ଶାଇଥିଲେ। ତାଙ୍କ ଯୁକ୍ତିକୁ ଗ୍ରହଣ କରାଯାଉ ବା ନ ଯାଉ ତାହା ଭୁଲ୍‌ ବୋଲି କହିହେବ ନାହିଁ। ନିର୍ଭୟା ମାମଲାରେ ଜଣେ ଅଭିଯୁକ୍ତ ଜେଲରେ ଫାଶୀ ଲଗାଇଦେଲେ ଏବଂ ତାଙ୍କ ଓକିଲ କହିଲେ ଯେ ତାଙ୍କୁ ମାରିଦିଆଯାଇଛି। ତାଙ୍କ ଓକିଲଙ୍କ ଅଭିଯୋଗ ସତ ବି ହୋଇପାରେ। ବର୍ତ୍ତମାନ ସାମାଜିକ କର୍ମୀମାନେ କହୁଛନ୍ତି ଯେ ହାଇଦ୍ରାବାଦରେ ବାସ୍ତବରେ ଚାରିଜଣ ଅଭିଯୁକ୍ତଙ୍କୁ ହତ୍ୟା ହିଁ କରାଯାଇଛି। ଯାହା କିଛି ଘଟିଲା ତାହା ହେଉଛି ଆମ ସଂସ୍କୃତି, ଆମ ରାଜନେତା, ଆମ ବିଚାରପତି, ଆମ ଗଣମାଧ୍ୟମ ଓ ଆମ ଜନସାଧାରଣଙ୍କ ଉପରେ ପ୍ରତିଫଳନ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତୀୟ ସ୍ଥଳସେନାରେ ୨୧ ବର୍ଷ ସେବା କରି କଲୋନେଲ ସୁବାସ ଦେଶଓ୍ବାଲ ଅବସର ନେବା ପରେ ଜଣେ ଚାଷୀ ଭାବେ ଜୀବନ କାଟୁଛନ୍ତି। ସେ ଗାଜର ଚାଷ…

ଆର୍ଟେମିସ୍‌-୨ ମିଶନ ସ୍ପେଶାଲିଷ୍ଟ

ମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡ୍‌ମିନିଷ୍ଟ୍ରେଶନ (ନାସା)ର ଆର୍ଟେମିସ୍‌-୨ ମିଶନରେ ଚନ୍ଦ୍ର ଅଭିଯାନରେ ଯାଇଥିବା ୪ ମହାକାଶଚାରୀ ୧୦ ଏପ୍ରିଲରେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପୃଥବୀର ଏକମାତ୍ର…

ସୃଷ୍ଟି-ସୂତ୍ରଧର ହିଁ ‘ଭଗବାନ’

ବାଇବେଲ ଗ୍ରନ୍ଥ ଅନ୍ତର୍ଗତ ‘ଜେନେସିସ୍‌ ୧’ର ଶ୍ଲୋକ ୨୬ରେ ଅଛି ”ଭଗବାନ ତାଙ୍କ ରୂପରେ ମଣିଷ ସୃଷ୍ଟି କରିଛନ୍ତି“, ଶ୍ଲୋକ ୨୭ ପୁନରାବୃତ୍ତି କରି କହିଛି, ”ଭଗବାନ…

ଏତେ ପ୍ରୀତି କାହିଁକି

ଆମେ ଅନ୍ତର୍ଜାତୀୟ ମଧ୍ୟସ୍ଥତା ଧାରଣାକୁ ଘୃଣାଜନକ ମନେକରୁ। ଏହା କାହିଁକି କରୁଛୁ ସେ ବିଷୟରେ ମୋ ପାଖରେ ତଥ୍ୟ ନାହିଁ। ତେବେ ଆମେ ଜାଣୁ ଯେ ଯେଉଁମାନଙ୍କ…

ମୃତ୍ୟୁର ମିତ୍ର ଓ ଶାନ୍ତିର ସନ୍‌ମାର୍ଗ

ଆଧୁନିକ ଆମେରିକାର ଜନକ ବୋଲି କୁହାଯାଉଥିବା ବିଶିଷ୍ଟ ଲେଖକ, ଦାର୍ଶନିକ, ବୈଜ୍ଞାନିକ ତଥା ରାଷ୍ଟ୍ରନୀତିଜ୍ଞ ବେଞ୍ଜାମିନ ଫ୍ରାଙ୍କ୍‌ଲିନ କହୁଥିଲେ- ”ଦୁନିଆରେ କିଏ କେଉଁଠି କେବେ ଗୋଟେ ଭଲ…

ମହାତ୍ମା ଜ୍ୟୋତିରାଓ ଫୁଲେ: ଭାରତର ମାର୍ଗଦର୍ଶନ କରୁଥିବା ଏକ ଆଲୋକବର୍ତ୍ତିକା

ଆଜି ୧୧ ଏପ୍ରିଲ। ଆମ ସମସ୍ତଙ୍କ ପାଇଁ ଅତି ସ୍ବତନ୍ତ୍ର ଦିନ। ଆଜି ହେଉଛି ଭାରତର ମହାନ୍‌ ସମାଜ ସଂସ୍କାରକ ତଥା ଅନେକ ପିଢ଼ି ପାଇଁ ମାର୍ଗଦର୍ଶକ…

ଅଧିକାରୀ ଅଭାବ

ମଧ୍ୟପ୍ରଦେଶରେ ଅନୁମୋଦିତ ସଂଖ୍ୟା ତୁଳନାରେ ୧୫୦ରୁ ଅଧିକ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ରହିଛି। ଏହା ଏକ ସାମାନ୍ୟ ବ୍ୟବଧାନ ନୁହେଁ ବରଂ ଏକ ବ୍ୟବସ୍ଥାଗତ ଅଭାବକୁ ଇଙ୍ଗିତ…

ଏଇ ଭାରତରେ

ପଶ୍ଚିମବଙ୍ଗ ସୁନ୍ଦରବନର ବହୁ ଅଞ୍ଚଳର ଜମିକୁ ଲୁଣାପାଣି ଚାଷ ଅନୁପଯୋଗୀ କରିଦେଇଥିଲା। ହେଲେ ଏବେ ସେଠାରେ ୧୫୦୦ କୃଷକ ସେହି ଜମିରେ ୧୯୨ କିସମର ଧାନ ଚାଷକରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri