Posted inଖେଳ

ଦ୍ୱିତୀୟ ଟି୨୦: ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଥିରୁଭାନନ୍ତପୁରମ,୮।୧୨(ପି.ଟି)- ସ୍ଥାନୀୟ ଗ୍ରୀନଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ରବିବାର ଭାରତ ଓ ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି୨୦ ମ୍ୟାଚ୍‌ ଆୟୋଜନ ହେବ। ଶୁକ୍ରବାର ପ୍ରଥମ ମ୍ୟାଚ୍‌ରେ ଭାରତ ୬ ଉଇକେଟରେ ବିଜୟୀ ହେବା ସହ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ୧-୦ରେ ଅଗ୍ରଣୀ ହୋଇଛି। ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହୋଇ ଭାରତ ସିରିଜ ହାତେଇବା ଲକ୍ଷ୍ୟରେ ରହିଛି। ପ୍ରଥମ ମ୍ୟାଚ୍‌ରେ ଭାରତ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ ମଧ୍ୟ ବୋଲିଂ ଓ ଫିଲ୍ଡିଂରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲା। ତେଣୁ ଏହି ଦୁଇଟି ବିଭାଗରେ ଭାରତ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ପ୍ରୟାସ କରିବ। ଗତ ୧୩ ମାସ ମଧ୍ୟରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍‌ ୬ଟି ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ପରସ୍ପରକୁ ଭେଟିଛନ୍ତି। ତେବେ ସବୁଥିରେ ଭାରତ ବିଜୟୀ ହୋଇଛି। ଶୁକ୍ରବାର ଭାରତ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ କ୍ରମାଗତ ସପ୍ତମ ଟି୨୦ ବିଜୟ ହାସଲ କରିଛି। ଏହା ପୂର୍ବରୁ ଭାରତ ବାଂଲାଦେଶକୁ ୨-୧ରେ ପରାସ୍ତ କରି ସିଜନର ପ୍ରଥମ ସିରିଜ ବିଜୟ ହାସଲ କରିଥିଲା। ଦ୍ୱିତୀୟ ମ୍ୟାଚ୍‌ରେ ବିଜୟୀ ହେଲେ ଭାରତ ସିରିଜ ଜିତିବା ସହିତ ତୃତୀୟ ମ୍ୟାଚ୍‌ରେ ଅନ୍ୟ ଖେଳାଳିଙ୍କୁ ନେଇ ପରୀକ୍ଷା ନିରୀକ୍ଷା କରିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ପାଇଁ ଏକ ଦୃଢ଼ ଦଳ ଗଠନ ପାଇଁ ଏପରି କରିବାର ଆବଶ୍ୟକତା ରହିଛି।
ପ୍ରଥମ ମ୍ୟାଚ୍‌ରେ ଭାରତ ସର୍ବାଧିକ ରନ୍‌ ଚେଜ୍‌ କରିବାରେ ସଫଳ ହୋଇଥିଲା। ଓ୍ବେଷ୍ଟଇଣ୍ଡିଜ ଦ୍ୱାରା ଧାର୍ଯ୍ୟ ହୋଇଥିବା ୨୦୭ ରନର ସ୍କୋରକୁ ଭାରତ ୪ ଉଇକେଟ ହରାଇ ୧୮.୪ ଓଭରରେ ହାସଲ କରି ନେଇଥିଲା। ଲୋକେଶ ରାହୁଲ ୪୦ ବଲରୁ ୬୨ ଓ ଅଧିନାୟକ ବିରାଟ କୋହଲି ୫୦ ବଲରୁ ଅପରାଜିତ ୯୪ ରନ କରି ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ନିୟମିତ ଓପନର ଶିଖର ଧାଓ୍ବନଙ୍କ ଅନୁପସ୍ଥିତିରେ ଓପନିଂ କରି ରାହୁଲ ପୁଣି ଥରେ ନିଜ ଦକ୍ଷତାର ପ୍ରମାଣ ଦେଇଛନ୍ତି। ଏଥିସହିତ ରାହୁଲ ତୃତୀୟ ଦ୍ରୁତତମ ବ୍ୟାଟ୍ସମ୍ୟାନ ଭାବେ ଟି୨୦ ଫର୍ମାଟରେ ୧,୦୦୦ ରନ ପୂରଣ କରିଛନ୍ତି।
ସେହିପରି ଖରାପ କିପିଂ, ଅସ୍ଥିର ପ୍ରଦର୍ଶନ ଓ ବେପରୁଆ ଶଟ୍‌ ଖେଳି ବେଶ୍‌ ସମାଲୋଚିତ ହୋଇଥିବା ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଆଉଟ ହେବାପୂର୍ବରୁ ଦୁଇଟି ଲମ୍ବା ଛକା ମାରି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିବାକୁ ପ୍ରୟାସ କରିଥିଲେ। ସେ ଆଗାମୀ ଦିନରେ ମିଳିବାକୁ ଥିବା ସୁଯୋଗର ସଦ୍‌ ବ୍ୟବହାର କରିବେ ବୋଲି ଆଶା କରାଯାଉଛି। କୋହଲିଙ୍କ ବ୍ୟାଟିଂ ଦୃଷ୍ଟାନ୍ତମୂଲକ ଥିଲେ ମଧ୍ୟ ଭାରତୀୟ ବୋଲର ଓ ଫିଲ୍ଡରମାନେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିଲେ। ଏଭିନ୍‌ ଲୁଇସ୍‌, ଶିମରନ ହେଟମେର ଓ ଅଧିନାୟକ କିରନ ପୋଲାର୍ଡ ବଡ଼ ବଡ଼ ଶଟ୍‌ ଖେଳି ଭାରତୀୟ ବୋଲରଙ୍କୁ ନିରାଶ କରିଥିଲେ। ବାଂଲାଦେଶ ବିପକ୍ଷ ସିରିଜରେ ପ୍ରଭାବୀ ପ୍ରଦର୍ଶନ କରିଥିବା ଦ୍ରୁତ ବୋଲର ଦୀପକ ଚହର କିନ୍ତୁ ପ୍ରଥମ ମ୍ୟାଚ୍‌ରେ ମହଙ୍ଗା ସାବ୍ୟସ୍ତ ହୋଇଥିଲେ। ଗୋଟିଏ ଉଇକେଟ ଅକ୍ତିଆର କରିଥିଲେ ମଧ୍ୟ ସେ ୫୪ ରନ ବ୍ୟୟ କରିଥିଲେ। ଏହି ମ୍ୟାଚ୍‌ରେ ସେ ପ୍ରଦର୍ଶନରେ ଉନ୍ନତି ଆଣିବାକୁ ଚେଷ୍ଟା କରିବେ।
ଦୀର୍ଘଦିନ ପରେ ଦଳକୁ ଫେରିଥିବା ଅଭିଜ୍ଞ ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୪ ଓଭର ବୋଲିଂ କରି ୩୬ ରନ ବ୍ୟୟ କରିବା ସହ କୌଣସି ଉଇକେଟ ହାସଲ କରି ନ ଥିଲେ। ଓ୍ବାଶିଂଟନ ସୁନ୍ଦର ମଧ୍ୟ ଆଶାନୁରୂପ ପ୍ରଦର୍ଶନ କରିପାରି ନାହାନ୍ତି ଓ ବ୍ରେକ୍‌ ଥ୍ରୁ ଦେବାରେ ବିଫଳ ହୋଇଛନ୍ତି। ଗତ ୬ଟି ଟି୨୦ରେ ସେ ମାତ୍ର ୨ଟି ଉଇକେଟ ଅକ୍ତିଆର କରିଛନ୍ତି। ବୋଲିଂରେ ଉନ୍ନତି ଆଣିବା ପାଇଁ ରିଷ୍ଟ ସ୍ପିନର କୁଲଦୀପ ଯାଦବଙ୍କୁ ଖେଳାଇବାର ଯଥେଷ୍ଟ ସମ୍ଭାବନା ରହିଛି। ଫିଲ୍ଡିଂରେ ସୁନ୍ଦର ଓ ରୋହିତ ଶର୍ମା କେତୋଟି କ୍ୟାଚ୍‌ ହାତଛଡ଼ା କରିଥିଲେ। ଏଥି ସହିତ ଏକାଧିକ ମିସ୍‌ଫିଲ୍ଡ ମଧ୍ୟ ହୋଇଥିଲା। ଏହା ଟିମ୍‌ ମ୍ୟାନେଜମେଣ୍ଟର ଚିନ୍ତା ବଢ଼ାଇଛି।
ଅପରପକ୍ଷରେ ସିରିଜ ବଞ୍ଚାଇବା ପାଇଁ ଓ୍ବେଷ୍ଟଇଣ୍ଡିଜ ପ୍ରତ୍ୟାବର୍ତ୍ତନ କରି ଦ୍ୱିତୀୟ ମ୍ୟାଚ୍‌କୁ ହାତେଇବାକୁ ଚେଷ୍ଟା କରିବ। ତେଣୁ ଏଥିପାଇଁ ଓ୍ବେଷ୍ଟଇଣ୍ଡିଜ ବୋଲରମାନେ ଘରୋଇ ବ୍ୟାଟ୍ସମ୍ୟାନଙ୍କୁ ନିୟନ୍ତ୍ରଣରେ ରଖିବା ଜରୁରୀ ହୋଇ ପଡିଛି। ବ୍ୟାଟ୍ସମ୍ୟାନଙ୍କୁ ରୋକିବା ପାଇଁ ଭ୍ରମଣକାରୀ ବୋଲରମାନେ କୌଣସି ରାସ୍ତା ପାଇ ନ ଥିଲେ। ଦ୍ରୁତ ବୋଲର କେସରିକ ଓ୍ବିଲିୟମ୍ସ ୩.୪ ଓଭରରେ ୬୦ ରନ ବ୍ୟୟ କରିଥିଲେ। ଉଇକେଟ ହାସଲ ପାଇଁ ଅଧିନାୟକ କିରନ ପୋଲାର୍ଡ ଅଭିଜ୍ଞ ଜାସନ ହୋଲ୍ଡର ଓ ଶେଲଡନ କଟ୍ରେଲଙ୍କୁ ଆରମ୍ଭରୁ ବୋଲିଂ କରାଇବେ। ପୁଣି ଭ୍ରମଣକାରୀ ଦଳ ୨୩ ଅତିରିକ୍ତ ରନ ବ୍ୟୟ କରିଛି। ଏହାକୁ ନ ରୋକିଲେ ଭାରତକୁ ହରାଇବା ସହଜ ହେବ ନାହିଁ ବୋଲି ଟମ୍‌ ମ୍ୟାନେଜମେଣ୍ଟ ହୃଦୟଙ୍ଗମ କରିଛି। ଯୋଜନାକୁ କାର୍ଯ୍ୟରେ ପରିଣତ କରିବାରେ ଆମେ ବିଫଳ ହୋଇଛୁ ବୋଲି ପୋଲାର୍ଡ ସ୍ବୀକାର କରିଛନ୍ତି। ତେବେ ଦ୍ୱିତୀୟ ମ୍ୟାଚରେ ଆମେ ପ୍ରଦର୍ଶନର ଉନ୍ନତି ଆଣିବାକୁ ଚେଷ୍ଟା କରିବୁ ବୋଲି ସେ କହିଛନ୍ତି। ଗତ ଅଗଷ୍ଟରେ ଭାରତଠାରୁ ୩-୦ରେ ଓ୍ବେଷ୍ଟଇଣ୍ଡିଜ ହାରିଥିଲା। ଏହାର ପୁନରାବୃତ୍ତି ଯେପରି ନ ହୁଏ ସେ ନେଇ ଓ୍ବେଷ୍ଟଇଣ୍ଡିଜ ଏହି ମ୍ୟାଚ୍‌କୁ ଜିତିବା ପାଇଁ ସବୁମତେ ଚେଷ୍ଟା କରିବ।
ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଲୋକେଶ ରାହୁଲ, ରିଷଭ ପନ୍ତ, ମନୀଷ ପାଣ୍ଡେ, ଶ୍ରେୟାସ ଆୟାର, ଶିବମ୍‌ ଦୁବେ, ରବୀନ୍ଦ୍ର ଜାଡେଜା, ଓ୍ବାଶିଂଟନ ସୁନ୍ଦର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଦୀପକ ଚହର, ଭୁବନେଶ୍ୱର କୁମାର, ମହମ୍ମଦ ସାମି ଓ ସଞ୍ଜୁ ସାମସନ।
ଓ୍ବେଷ୍ଟଇଣ୍ଡିଜ ଦଳ: କିରନ ପୋଲାର୍ଡ (ଅଧିନାୟକ), ଫାବିଆନ ଆଲେନ, ବ୍ରାଣ୍ଡନ କିଙ୍ଗ୍‌, ଦୀନେଶ ରାମଦୀନ, ଶେଲଡନ କଟ୍ରେଲ, ଏଭିନ ଲୁଇସ୍‌, ଶେରଫାନ୍‌ ରଦରଫୋର୍ଡ, ଶିମରନ ହେଟମର, ଖାରି ପିଏର, ଲିଣ୍ଡଲ ସିମନ୍ସ, ଜାସନ ହୋଲ୍ଡର, ହେଡେନ ଓ୍ବାଲ୍ସ ଜୁନିୟର, କିମୋ ପଲ ଓ କେସରିକ ଓ୍ବିଲିୟମ୍ସ।
ମ୍ୟାଚ୍‌ ଆରମ୍ଭ: ସନ୍ଧ୍ୟା ୭ଟା
ସ୍ଥାନ: ଥିରୁଭାନନ୍ତପୁରମ
ପ୍ରସାରଣ: ଷ୍ଟାର ସ୍ପୋଟର୍‌ସ ନେଟ୍‌ଓ୍ବର୍କ

https://www.facebook.com/DharitriNews/videos/567037947196096/

 


Enter your email to get our daily news in your inbox.

All Right Reserved By Dharitri.Com

ଦୟାକରି ଘରକୁ ଫେରିଯାଅ…ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ ସଲମାନ କଲେ ଏଭଳି ଅପିଲ୍‌

ନୂଆଦିଲ୍ଲୀ: ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଏବଂ ପେପର୍ ଲିକ୍ ପ୍ରସଙ୍ଗକୁ ନେଇ ବଲିଉଡ୍ ଅଭିନେତା ସଲମାନ ଖନ୍ ପୁଣିଥରେ ଏକ ଗୁରୁତ୍ୱପୂର୍ଣ୍ଣ ସୋସିଆଲ ମିଡିଆ…

ପୋଲିସ ଗାଡ଼ି ଅଟକାଇ ଚର୍ଚ୍ଚାରେ ଯୁବତୀ, ଭିଡିଓ ଭାଇରାଲ

ମୁମ୍ବାଇ, ୨୩।୭ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଛାତ୍ର ଆନ୍ଦୋଳନ ଚାଲିଥିବା ବେଳେ ମୁମ୍ବାଇର ଦାଦର ନିକଟସ୍ଥ ଶିବାଜୀ ପାର୍କ ନିକଟରୁ ଏକ…

ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର, ଆଉ ଫେରିବ ନାହିଁ ଇଥାନଲ୍‌ମୁକ୍ତ ପେଟ୍ରୋଲ

ନୂଆଦିଲ୍ଲୀ,୨୩ା୭: ଆଉ କୌଣସି ପରିସ୍ଥିତିରେ ବିନା ଇଥାନଲ୍‌ ପେଟ୍ରୋଲ ଫେରିବ ନାହିଁ । ପେଟ୍ରୋଲରେ ୨୦ ପ୍ରତିଶତ ଏଥାନଲ୍ ମିଶ୍ରଣ (E20) ଏକ ସୁରକ୍ଷିତ, ସ୍ୱଚ୍ଛ ଏବଂ…

ଦିଲ୍ଲୀ ପୋଲିସ କମିଶନରଙ୍କୁ ମିଳିଲା ବଡ଼ କ୍ଷମତା

ନୂଆଦିଲ୍ଲୀ,୨୩ା୭: ଦିଲ୍ଲୀରେ କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି)ର ବିକ୍ଷୋଭ ହିଂସାତ୍ମକ ରୂପ ନେଉଥିବାରୁ କେନ୍ଦ୍ର ସରକାର ଦିଲ୍ଲୀ ପୋଲିସ କମିଶନରଙ୍କୁ ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ…

ରଥ ମେଲଣରେ ଯୋଗଦେଲେ ଉପ ମୁଖ୍ୟମନ୍ତ୍ରୀ

ଅତାବିରା,୨୩।୭(ଯୁଧିଷ୍ଠିର ମହାପାତ୍ର) ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ଓ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ଼ ଜିଲା ଅତାବିରା ଗସ୍ତରେ ଆସି ଗୁରୁବାର ସନ୍ଧ୍ୟାରେ କାଠଡେରା ଶ୍ରୀଗୁଣ୍ଡିଚା…

ରାସ୍ତା କାଦୁଅ ପଚ ପଚ, ଦୁର୍ଦ୍ଦଶାରେ ଲୋକେ

କୋକସରା,୨୩ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ବ୍ଲକ ଡଙ୍ଗରୀଗୁଡା ଛକଠାରୁ କାଦୋପଦର ଭାୟା କାଶିବାହାଲ ପର୍ଯ୍ୟନ୍ତ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡିଛି।…

ଦିଲ୍ଲୀ ତାତି ବରଗଡ଼ରେ: ଗାନ୍ଧୀଛକରେ କଂଗ୍ରେସର ବିକ୍ଷୋଭ ସହ ମୋଦୀ-ଶାହ-ଧର୍ମେନ୍ଦ୍ରଙ୍କ କୁଶପୁତ୍ତଳିକା ଦାହ

ବରଗଡ଼, ୨୩ା୭(ପ୍ରେମାନନ୍ଦ ଖମାରୀ): ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିବା ଛାତ୍ର ଆନ୍ଦୋଳନ ଉପରେ ପୋଲିସର ଦମନଲୀଳା ଏବଂ ଶୀର୍ଷ ନେତୃବୃନ୍ଦଙ୍କ ଗିରଫଦାରୀ ପ୍ରତିବାଦରେ ଗୁରୁବାର ସନ୍ଧ୍ୟାରେ ବରଗଡ଼ ଜିଲା…

ଜନ୍ତର ମନ୍ତର ଅନ୍ଦୋଳନକୁ ନେଇ ଗୃହ ମନ୍ତ୍ରଣାଳୟର ବଡ଼ ନିର୍ଦ୍ଦେଶ: ଏସବୁ ଅଞ୍ଚଳରେ ବନ୍ଦ ହେବ ମୋବାଇଲ ଇଣ୍ଟରନେଟ ସେବା

ନୂଆଦିଲ୍ଲୀ,୨୩।୭: ଗୃହ ମନ୍ତ୍ରଣାଳୟ ଜନ୍ତର ମନ୍ତର ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛି। ଚାଲିଥିବା ପ୍ରତିବାଦକୁ ଦୃଷ୍ଟିରେ ରଖି, ସରକାର ନିର୍ଦ୍ଦେଶ ଦେଇଛନ୍ତି ଯେ ଜନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri