ଏଥର ଦୁର୍ଗାପୂଜାରେ ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଝଲକ୍‌

କୋଲକାତା: ଆସୁଛି ପାର୍ବଣ, ଆସୁଛନ୍ତି ମା’। ଦେଶର କୋଣାନୁକୋଣରେ ଜଗଜ୍ଜନନୀଙ୍କ ପୂଜା ଧୁମଧାମ୍‌ରେ ପାଳିତ ହେବାକୁ ଥିବାବେଳେ, କୋଲକାତାର ପୂଜା ପ୍ରସ୍ତୁତି ଉପରେ କିନ୍ତୁ ସାରା ଦେଶର ନଜର ରହିଥାଏ। ତେବେ ଚଳିତ ଥର କୋଲକାତାର ଦୁର୍ଗାପୂଜାରେ ଦେଖିବାକୁ ମିଳିବ ଦେଶପ୍ରେମର ଝଲକ୍‌। ଭାରତୀୟ ବାୟୁସେନାର ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ ଥିମ୍‌କୁ ନେଇ କୋଲକାତାର ଏକ ଦୁର୍ଗାପୂଜା ସମିିତି ପ୍ରସ୍ତୁତ କରୁଛି ଚଳିତ ଥରର ସବୁଠାରୁ ନିଆରା ଦୁର୍ଗାପୂଜା। ମଧ୍ୟ କୋଲକାତାର ୟଙ୍ଗ୍‌ ବ୍ୟାୟଜ୍‌ କ୍ଲବ ସାର୍ବଜନୀନ ଦୁର୍ଗାପୂଜା ସମିତି ଚଳିତ ଥର ୫୦ତମ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତ ହେଉଛି। ଏହି ଅବସରରେ ପାକିସ୍ତାନ ଆତଙ୍କୀ ଆଡ୍ଡା ଉପରେ ବାୟୁସେନା ପକ୍ଷରୁ ହୋଇଥିବା ଏୟାରଷ୍ଟ୍ରାଇକ୍‌କୁ ନେଇ ମାଟିର ପ୍ରତିମୂର୍ତ୍ତି ଏବଂ ଡିଜିଟାଲ ପ୍ରୋଜେକ୍ସନ ମାଧ୍ୟମରେ ସମିତି ପକ୍ଷରୁ ପ୍ରଦର୍ଶିତ କରାଯିବ। ସମିତିର ପ୍ରବକ୍ତା ବିକ୍ରମ ସିଂହ କହିଛନ୍ତି, ଦୁର୍ଗାପୂଜା ପେଣ୍ଡାଲରେ ପ୍ରବେଶ କରୁ କରୁ ବାୟୁସେନାର ୬୫ କର୍ମୀ ଏବଂ ମୃତ ଆତଙ୍କବାଦୀଙ୍କ ମଡେଲ ଦେଖିବାକୁ ମିିଳିବ। ସେହିପରି ବାୟୁସେନା ବିମାନର ମଡେଲ ମଧ୍ୟ ଦେଖିବାକୁ ମିଳିବ। ଓ୍ବିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କ ଏକ ଅବିକଳ ପ୍ରତିମା ପୂଜା ଦେଖିବାକୁ ଆସିଥିବା ଆଗନ୍ତୁକଙ୍କୁ ସ୍ବାଗତ କରୁଥିବା ଦେଖିବାକୁ ମିିଳିବ। ତେବେ ସମସ୍ତ ଶ୍ରଦ୍ଧାଳୁ ଓ ଆଗନ୍ତୁକଙ୍କୁ ଭାରତୀୟ ବାୟୁସେନାର ଆତଙ୍କବାଦ ବିରୋଧରେ ଏହି ସଫଳତା ମନେ ପକାଇବାକୁ ସମିତି ପକ୍ଷରୁ ଏଭଳି ପ୍ରଚେଷ୍ଟା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୫ ବର୍ଷୀୟା ନାବାଳିକାଙ୍କୁ ଯୌନଶୋଷଣ, ଜେଲ୍ ଗଲେ ଏହି କ୍ରିକେଟର୍

କାନବେରା,୧୨।୮: ଅଷ୍ଟ୍ରେଲିଆ କ୍ରିକେଟର ଆରନ୍ ସମର୍ସ (Aaron Summers) ୧୫ ବର୍ଷର ଜଣେ ନାବାଳିକା ସହ ଯୌନ ଶୋଷଣ କରିଥିବା ଅଭିଯୋଗରେ ୧୦ ମାସର ଜେଲ୍ ଦଣ୍ଡ…

Surya Grahan 2026: ଏହି ୫ରାଶିଙ୍କ ଜୀବନରେ ଆସିବ ବଡ଼ ପ୍ରଳୟ! ଧନହାନୀ ସହ ପ୍ରେମ ସମ୍ପର୍କରେ ପଡିବ ଭଟ୍ଟା…

ଧାର୍ମିକ ଓ ଖଗୋଳୀୟ ଦୃଷ୍ଟିକୋଣରୁ ଆଜିର ଦିନଟି ବହୁତ ଖାସ୍, କାରଣ ଆଜି ଅର୍ଥାତ୍ ୧୨ ଅଗଷ୍ଟ ୨୦୨୬ ରେ ବର୍ଷର ଦ୍ୱିତୀୟ ସୂର୍ଯ୍ୟପରାଗ ଲାଗିବାକୁ ଯାଉଛି।…

ମୌଳିକ ସୁବିଧାରୁ ବଞ୍ଚିତ ସିଆଲପଡ଼ାବାସୀ: ଯାତାୟାତ ନେଇ ବଢୁଛି ଚିନ୍ତା

କର୍ଲାମୁଣ୍ଡା,୧୨।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଯୋରାଡବରା ଗ୍ରାମ ପଞ୍ଚାୟତର କୁଶୁର୍ଲା ରାଜସ୍ବ ଗ୍ରାମର ହାମଲେଟ ହେଉଛି ସିଆଲପଡ଼ା। ତେବେ ପଡ଼ାର ରାସ୍ତାର ଅବସ୍ଥା…

୨୦୦୦ ଟଙ୍କା ପାଇଁ ମା’ଙ୍କୁ ରାସ୍ତା ମଝିରେ ଘୋଷାଡ଼ି ପିଟିଲେ ପୁଅ: ପୋଲିସ ପହଞ୍ଚିବାରୁ ମା’ ଯାହା କହିଲେ ପାଦତଳୁ ଖସିଯିବ ମାଟି

ଜବଲପୁର,୧୨।୮:କଥାରେ ଅଛି, ମା’ ପରି ଦୁନିଆରେ କେହି ନାହିଁ। ଛୁଆ ଯେତେ ବିପଥଗାମୀ ହେଲେ ମଧ୍ୟ, ଜଣେ ମା’ ପାଇଁ ସେ ସବୁବେଳେ ଭଲ ହୋଇଥାଏ। ଏହାର…

ଘର ଭାଙ୍ଗିଲେ, ଫସଲ ଉଜାଡ଼ିଲେ ହାତୀପଲ

ପାଟଣା,୧୨ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ପାଟଣା ସେକ୍ସନ ବିଷ୍ଣୁପୁର ଗାଁରେ ଦୋଳଗୋବିନ୍ଦ ମିଶ୍ରଙ୍କ ଘର ଭାଙ୍ଗିବା ପରେ ପାଟଣା ସେକ୍ସନ ଅନ୍ତର୍ଗତ ମଲ୍ଲିପୋଷି ବିଟ୍‌ର…

କଳାହାଣ୍ଡିରେ ଲଜ୍ଜା: ପ୍ରାର୍ଥନା ବାହାନାରେ ନେଇ ମହିଳାଙ୍କୁ ବଳାତ୍କାର କଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ପାଷ୍ଟିକୁଡି ଅଞ୍ଚଳରୁ ଏକ ଲଜ୍ଜା ଘଟଣା ସାମ୍ନାକୁ ଆସିଛି। ପ୍ରାର୍ଥନା ବାହାନାରେ ଜଣେ ଗର୍ଭବତୀ ମହିଳାଙ୍କୁ…

ରକ୍ଷାବନ୍ଧନରେ ଲାଗିବ ଚନ୍ଦ୍ରଗ୍ରହଣ: ଏହି ୩ ରାଶିଙ୍କ ଉପରେ ବଡ଼ ସଙ୍କଟ! ଜାଣନ୍ତୁ ଅଶୁଭ ପ୍ରଭାବରୁ ବଞ୍ଚିବାର ଉପାୟ

୨୭ ଅଗଷ୍ଟରେ ଶ୍ରାବଣ ପୂର୍ଣ୍ଣିମାର ଆରମ୍ଭ ସକାଳ ୯ଟା ୮ ମିନିଟରେ ହେବ। ଏହାର ସମାପ୍ତି ୨୮ ଅଗଷ୍ଟ ରାତି ୯ଟା ୪୮ ମିନିଟରେ ହେବ। ଏଭଳି…

ପିଲାମାନଙ୍କୁ ସଠିକ୍‌ ମାର୍ଗ ଦର୍ଶନ ସହ ଅଧିକ ସମୟ ଦେବାକୁ ପରାମର୍ଶ

ଗଞ୍ଜାମ,୧୨ା୮(ବିଦ୍ୟାଧର ସାହୁ): ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ କନ୍‌ଫରେନ୍ସ ହଲ୍‌ଠାରେ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ପ୍ରଧାନଶିକ୍ଷୟିତ୍ରୀ/ଶିକ୍ଷକ ସମ୍ମିଳନୀ ଓ ନବ ଭାରତ ସାକ୍ଷରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri