ଏଟିଏମ୍‌ରେ କମ୍‌ ଟଙ୍କା ଭର୍ତ୍ତି କରି ୧ କୋଟି ୩୯ ଲକ୍ଷ ହଡ଼ପ: କର୍ମଚାରୀଙ୍କ ଆତ୍ମହତ୍ୟା ଉଦ୍ୟମ

ଜଟଣୀ, ୧୭ା୭(ଡି.ଏନ.ଏ): ଏଟିଏମ୍‌ରେ ପ୍ରକୃତ ପରିମାଣଠାରୁ କମ୍‌ ଟଙ୍କା ଭର୍ତ୍ତି କରି ପାଖାପାଖି ୧ କୋଟି ୩୯ ଲକ୍ଷ ଟଙ୍କା ହଡପ କରିଥିବା ଏକ ଘରୋଇ କମ୍ପାନୀର କର୍ମଚାରୀ ଆତ୍ମହତ୍ୟା ଉଦ୍ୟମ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ଆତ୍ମହତ୍ୟା ଉଦ୍ୟମ କରି ଆହତ ହୋଇଥିବା କର୍ମଚାରୀଙ୍କ ନାମ ମୀନକେତନ ପରିଜା। ପୁରୀ ଜିଲା ନିମାପଡ଼ା ଥାନା ଅନ୍ତର୍ଗତ ବଣ୍ଟସାତପୁରୀ ଗ୍ରାମରେ ତାଙ୍କର ଘର। ସେ ସିକ୍ୟୁୟର ଭାଲ୍ୟୁ ଇଣ୍ଡିଆ ଲିମିଟେଡ୍‌ ନାମକ ଘରୋଇ ସଂସ୍ଥାର କର୍ମଚାରୀ। ଏହି ଘରୋଇ ସଂସ୍ଥା ବିଭିନ୍ନ ବ୍ୟାଙ୍କ ଏଟିଏମ୍‌ରେ ଟଙ୍କା ଭରିବା ଦାୟିତ୍ୱରେ ରହିଛି। ଏଟିଏମ୍‌ରେ ଟଙ୍କା ଭର୍ତ୍ତି କରିବା କାର୍ଯ୍ୟରେ ମୀନକେତନ ରହିଥିଲେ। କେଉଁ ଏଟିଏମ୍‌ରେ କେତେ ଟଙ୍କା ଭର୍ତ୍ତିି କରାଯିବ ଘରୋଇ ସଂସ୍ଥା କର୍ମଚାରୀଙ୍କୁ ତାଲିକା ଦିଆଯାଇଥାଏ। ହେଲେ ଭର୍ତ୍ତି କରିବା ପ୍ରକୃତ ଟଙ୍କାଠାରୁ ମୀନକେତନ କମ୍‌ ଟଙ୍କା ଭରିଥାନ୍ତି। ଏଟିଏମ୍‌ ଭଲ୍‌ଭ ବା ଥାକରେ କମ୍‌ ପରିମାଣରେ ଟଙ୍କା ରଖିବା ପରେ ପୂରା ଭର୍ତ୍ତି କରାଯାଇଥିବା କମ୍ପାନୀକୁ ଜଣାଇଥାନ୍ତି। ବିଶେଷକରି ଅଧିକ କାରବାର ହେଉ ନ ଥିବା ଏଟିଏମ୍‌ରେ ଏହି ପନ୍ଥା ଅବଲମ୍ବନ କରି ଟଙ୍କା ହଡ଼ପ କରିଥାନ୍ତି। ତେବେ ଘରୋଇ ସଂସ୍ଥାର ଅଡ଼ିଟ୍‌ ସମୟରେ ଏହା ଜଣାପଡ଼ିଥିଲା। ଜଟଣୀ ଓ ଖୋର୍ଦ୍ଧାର ୨୧ଟି ବ୍ୟାଙ୍କ ଏଟିଏମ୍‌ରୁ ୬ ମାସ ମଧ୍ୟରେ ଏହି ପନ୍ଥା ଅବଲମ୍ବନ କରି ୧ କୋଟି ୩୯ ଲକ୍ଷ ହଡ଼ପ କରିଥିବା ଜଟଣୀ ଥାନାରେ ଜୁଲାଇ୧୪ ରେ କମ୍ପାନୀର ଅଧିକାରୀ ତାପସ କୁମାର ମହାନ୍ତି ଅଭିଯୋଗ କରିଥିଲେ। ତେବେ ଅଡିଟ୍‌ ପରେ ପ୍ରକୃତ ଘଟଣା କମ୍ପାନୀର ଅଧିକାରୀମାନେ ଜାଣିପାରିଥିବା ଖବରପାଇ ମୀନକେତନ ଥାନାରେ ଅଭିଯୋଗ ହେବା ପୂର୍ବରୁ ୧୨ ତାରିଖରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଟଙ୍କା ନେଇ ଆସୁଥିବା ସଂସ୍ଥାର ଗାଡ଼ିରେ ଥିବା ସିକ୍ୟୁରିଟି ଗାର୍ଡଙ୍କ ବନ୍ଧୁକ ନେଇ ୧୬ ନଂ. ଜାତୀୟ ରାଜପଥରେ ଏପରି ଉଦ୍ୟମ ସେ କରିଥିଲେ। ତେବେ ଗୁଳି ତାଙ୍କ କାନରେ ବାଜିବାରୁ ସେ ବଞ୍ଚତ୍ୟାଇଥିଲେ। ସେ ଆହତ ଅବସ୍ଥାରେ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି। ମୀନକେତନ ଏପରି ଷ୍ଟାଇଲ୍‌ରେ କେତେଦିନ ହେବ ଟଙ୍କା ହଡ଼ପ କରୁଥିଲେ ଏବଂ ଏଥିରେ ତାଙ୍କୁ ଆଉ କିଏ ସହଯୋଗ କରୁଥିଲେ ସେନେଇ ପୋଲିସ ତଦନ୍ତ ଚଳାଇଛି। ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା ଜାରି ରଖିଛି। ଏହି ଉପାୟରେ ଟଙ୍କା ହଡ଼ପ କରି ମୀନକେତନ ବିପୁଳ ସମ୍ପତ୍ତି ଠୁଳ କରିଥିବା ଜଣାପଡ଼ିଛି। ଗୋଟିଏ ଟ୍ରକ୍‌, ହୋଣ୍ଡାସିଟି ଓ ଇନୋଭା ଦୁଇଟି କାର୍‌, ଗୋଟିଏ ପିକ୍‌ଅପ୍‌ ଭ୍ୟାନ୍‌, ଗୋଟିଏ ଦାମିକା କେଟିଏମ୍‌ ବାଇକ୍‌ ପୋଲିସ ଜବତ କରିଛି। ବାହାଘର ଶୋଭାଯାତ୍ରାରେ ଯାଉଥିବା ଡିଜେ ଜବତ ଟ୍ରକ୍‌ରେ ଫିଟିଂ ହୋଇଥିବା ଅବସ୍ଥାରେ ଧରାପଡ଼ିଥିଲା। ଆହୁରି ଟ୍ରକ୍‌ ଓ ଦାମିକା ବାଇକ୍‌ ରହିଥିବା ପୋଲିସ ସୂଚନା ପାଇଛି। ସେଗୁଡ଼ିକୁ ଜବତ କରିବାକୁ ପୋଲିସ ତନାଘନା କରୁଛି। ଗାଡ଼ିଗୁଡ଼ିକ ମୀନକେତନଙ୍କ ସମ୍ପର୍କୀୟ ଭାଇଙ୍କ ନାମରେ ଥିବା ବେଳେ ସେମାନଙ୍କ ଦ୍ୱାରା ଏହାର କାରବାର କରାଯାଉଥିବା ଜାଣିବାକୁ ମିଳିଛି। ତେବେ ଏହି ହଡପ ଟଙ୍କାରେ ମୀନକେତନ ଏହି ବିପୁଳ ସମ୍ପତ୍ତିର ମାଲିକ ହୋଇଛନ୍ତି ନା ନାହିଁ ପୋଲିସ ତାହାର ତଦନ୍ତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତୁମେ ପାଗଳ ହୋଇଯାଇଛ…ଟ୍ରମ୍ପଙ୍କ ଭର୍ତ୍ସନା ପରେ ପ୍ରଥମ ଥର ମୁହଁ ଖୋଲିଲେ ନେତାନ୍ୟାହୁ, ସକାଳର ଝଗଡ଼ା…

ଜେରୁଜେଲମ,୫।୬: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନରେ ବାର୍ତ୍ତାଳପ ନେଇ ପ୍ରଥମ ଥର ପ୍ରତିକ୍ରିୟା ଦେଇଛନ୍ତି । ସେ ମନ୍ତବ୍ୟ…

ବିଦ୍ୟୁତ୍‌ ବିଭାଗର ଟାଳଟୁଳ ନୀତି, ସେବାରୁ ବଞ୍ଚିତ ଗ୍ରାମବାସୀ

ଅତାବିରା,୫ା୬(ଯୁଧିଷ୍ଠିର ମହାପାତ୍ର):ଗ୍ରୀଷ୍ମ ସମୟରେ ବିଦ୍ୟୁତ କାଟ ହେବ ନାହିଁ ବୋଲି ସରକାର କହୁଥିବା ବେଳେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ବରଗଡ ଜିଲା ସରଣ୍ଡା ଅଞ୍ଚଳରେ l…

ପୌରାଣିକ ନାଟକରେ ଆପତ୍ତିଜନକ ଅଭିନୟ; ଦୁଇ ଟ୍ରାନ୍ସଜେଣ୍ଡର ଗୋଷ୍ଠୀ ମଧ୍ୟରେ ଖଣ୍ଡଯୁଦ୍ଧ, ଥାନାରେ ମାମଲା

ଦିଗପହଣ୍ଡି,୫।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗ୍ରାମରେ ମା ‘ ସୁବର୍ଣ୍ଣରେଖା ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ମହୋତ୍ସବ ଗତ ମେ ୧୨ ତାରିଖରେ…

ଅବୈଧ ଧାନ ମହଜୁଦ ରଖିଥିଲେ ସୁରେଶ: ଜବତ କଲେ ଅଧିକାରୀ

ନୂଆପଡ଼ା,୫ା୬ (ମକାରୁ ବେମାଲ):ନୂଆପଡ଼ା ଜିଲାପାଳ ମଧୁସୂଦନ ଦାଶଙ୍କ ନିର୍ଦ୍ଦେଶରେ ଧାନର ଅବୈଧ ମହଜୁଦ ଓ ଆନ୍ତଃ ରାଜ୍ୟ ଚୋରା ଚାଲାଣ ବିରୋଧରେ ଜିଲା ପ୍ରଶାସନ ପକ୍ଷରୁ ଯାଞ୍ଚ…

ଦୀର୍ଘକାଳୀନ ଶକ୍ତି ଭାଗୀଦାରି ନେଇ ଭାରତ, ଭେନେଜୁଏଲା ସଙ୍କଳ୍ପବଦ୍ଧ

ନୂଆଦିଲ୍ଲୀ,୫।୬(ପି.ଟି.): ଭାରତ ଓ ଭେନେଜୁଏଲା ନିଜର ଆବଶ୍ୟକତାକୁ ପୂରଣ କରିବା ଲାଗି ଏକ ଦୀର୍ଘକାଳୀନ ଶକ୍ତି ଭାଗୀଦାରି ଗଠନ କରିବାକୁ ଗୁରୁବାର ସଂକଳ୍ପବଦ୍ଧ ହୋଇଛନ୍ତି । ପ୍ରଧାନମନ୍ତ୍ରୀ…

ଲୋକ ସଭାରେ କଂଗ୍ରେସଠାରୁ ଅଲଗା ବସିବ ଡିଏମ୍‌କେ, ମିଳିଲା ସଂସଦୀୟ ସଚିବାଳୟର ମଞ୍ଜୁରୀ

ନୂଆଦିଲ୍ଲୀ,୫।୬(ପି.ଟି.):ଦୀର୍ଘ ଦିନର ସହଯୋଗୀ କଂଗ୍ରେସ ସହ ସମ୍ପର୍କ ଛିନ୍ନ ହେବା ପରେ ଲୋକ ସଭାରେ କଂଗ୍ରେସ ଏମ୍‌ପିମାନଙ୍କଠାରୁ ଅଲଗା ଆସନରେ ବସିବା ପାଇଁ ଡିଏମ୍‌କେକୁ ସଂସଦୀୟ ସଚିବାଳୟ…

ଭାରତକୁ ଧୋକା ଦେଲେ ପୁଟିନ! ପାକିସ୍ତାନକୁ ପ୍ରଶଂସାରେ ପୋତି ପକାଇ କହିଲେ…

ନୂଆଦିଲ୍ଲୀ,୫।୬: ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା କରିବା ସହିତ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ପାକିସ୍ତାନ ସହିତ ସମ୍ପର୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ…

ଛତ୍ରପୁର ମହୋତ୍ସବର ଚତୁର୍ଥ ସନ୍ଧ୍ୟା, ବଲିଉଡ କଣ୍ଠଶିଳ୍ପୀ ସଚେତ-ପରମ୍ପରା ଓ ଶୈଳେନ୍ଦ୍ରଙ୍କ ଡ୍ୟାନ୍ସରେ ଦର୍ଶକ ମନ୍ତ୍ରମୁଗ୍ଧ

ଛତ୍ରପୁର,୫।୬(ଦିଲ୍ଲୀପ ସାମଲ): ଛତ୍ରପୁରର ଅଧିଷ୍ଠାତ୍ରୀ ଦେବୀ ମା’ ରାମାୟାଣାମ୍ମାଙ୍କ ଠାକୁରାଣୀ ଯାତ୍ରା ସହିତ ସ୍ଥାନୀୟ କଳା, ସଂସ୍କୃତି ଓ ପରମ୍ପରାର ଗରିମାମୟ ଐତିହ୍ୟକୁ ଉଦ୍‌ଜୀବିତ କରିବା ଲକ୍ଷ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri