Posted inପୁରୀ

ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ

କୃଷ୍ଣପ୍ରସାଦ,୧୬ା୬(ଡି.ଏନ୍‌.ଏ.)-ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ବଜ୍ରକୋଟସ୍ଥିତ ଷ୍ଟେଟ୍‌ବ୍ୟାଙ୍କ ଏଟିଏମ୍‌ ଭାଙ୍ଗି ଶନିବାର ବିଳମ୍ବିତ ରାତିରେ କେତେଜଣ ଦୁର୍ବୃତ୍ତ ଟଙ୍କା ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ରବିବାର ସକାଳେ ବ୍ୟାଙ୍କକୁ ଲାଗି ରହିଥିବା ଏଟିଏମ୍‌ଟି ଭାଙ୍ଗି ଯାଇଥିବା ଲୋକେ ଦେଖିଥିଲେ ା ଖବର ପାଇ ବ୍ୟାଙ୍କ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ ା ବ୍ୟାଙ୍କ ପକ୍ଷରୁ ଏ ନେଇ କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ କରାଯାଇଥିଲା। ପ୍ରଥମେ ସିସି କ୍ୟାମେରା ଭାଙ୍ଗି ପରେ ଦୁର୍ବୃତ୍ତ ଏଟିଏମ୍‌ ଭାଙ୍ଗି ଟଙ୍କା ଚୋରି ଉଦ୍ୟମ କରିଥିଲେ ମଧ୍ୟ ଏଥିରେ ସଫଳ ହୋଇ ନ ଥିଲେ। ତେବେ ଏଟିଏମ୍‌ର କେବଳ ସମ୍ମୁଖ ପାର୍ଶ୍ୱଟି ଭାଙ୍ଗିଯାଇଛି। ଘଟଣାଟି ଭୋର ୩ଟା ପରେ ଘଟିଥିବା ବ୍ୟାଙ୍କ ଶାଖା ପରିଚାଳକ ଶ୍ରୀନିବାସ ଦାସ ମତ ପ୍ରକାଶ କରିଛନ୍ତି ା ସେ କହିଛନ୍ତି, ଘଟଣା ଦିନ ଭୋର ୩ଟା ସମୟରେ ପୋଲିସ ଗାଡ଼ି ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଏଟିଏମ୍‌ଟି ଭାଙ୍ଗି ନ ଥିବା ପୋଲିସ ସୂତ୍ରରୁ ପ୍ରକାଶ। ଶାଖା ପରିଚାଳକ କୃଷ୍ଣପ୍ରସାଦ ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ା ସିସି କ୍ୟାମେରା ଫୁଟେଜ୍‌ରୁ ଦୁର୍ବୃତ୍ତଙ୍କୁ ଗିରଫ କରିବା ନେଇ ଆଶା ରହିଛି ବୋଲି ଶାଖା ପରିଚାଳକ କହିଥିଲେ ା ଅପରପକ୍ଷେ ଏଟିଏମରୁ ଚୋରି ଉଦ୍ୟମରୁ ବିଫଳ ହେବା ପରେ ଚୋର ବଜ୍ରକୋଟ ବଜାରସ୍ଥିତ ଏକ ଫଳ ଦୋକାନ ଭାଙ୍ଗି ୨ ହଜାର ଟଙ୍କା ସହ କିଛି ଫଳ ନେଇ ଯାଇଥିବା ଅଭିଯୋଗ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ହେବ ଧାଡ଼ି ଦର୍ଶନ, ୮ ରାମ୍ପରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ଭୁବନେଶ୍ୱର/ପୁରୀ,୬।୧୧: ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଶୁକ୍ରବାର ପୁଣି ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ହେବ ବୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?