ବ୍ରହ୍ମପୁର ଅଫିସ,୨୨ା୧୨-ବ୍ରହ୍ମପୁର ମହାନଗର ନିଗମ ୩୮ ନଂ. ୱାର୍ଡ ଆଙ୍କୋଲି ଖଳାସାହି ବସ୍ତି ଅଞ୍ଚଳର ୭ ଉଚ୍ଛେଦ ପରିବାରକୁ ଆରଏୱାଇ(ରାଜୀବ ଆବାସ ଯୋଜନା) ଗୃହରୁ ବଞ୍ଚିତ କରାଯାଇଛି।ଏନେଇ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ(ଏଚଏଣ୍ଡୟୁଡି) ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶନାମାକୁ ବିଏମ୍ସି କର୍ତ୍ତୃପକ୍ଷ ବେଖାତିର କରିଥିବା ଅଭିଯୋଗ ହୋଇଛି।ବସ୍ତିବାସୀନ୍ଦାଙ୍କ ଆରଏୱାଇ ଗୃହ ପ୍ରଦାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବା ନେଇ ଏପ୍ରିଲ ୧୮ରେ ବିଏମ୍ସି କମିଶନରଙ୍କୁ ଏଚଏଣ୍ଡୟୁଡି ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଆସିଥିଲା।ଇତି ମଧ୍ୟରେ ୮ ମାସ ବିତିଥିଲେ ସୁଦ୍ଧା ବିଏମ୍ସି ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଏନେଇ ଉଚ୍ଛେଦ ପରିବାର ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।
ସୂଚନା ପ୍ରକାରେ, ଦୀର୍ଘ ୨୫ ବର୍ଷ ଧରି ରହିଆସୁଥିବା ଆଙ୍କୁଲି ଖୋଳାସାହିର ୭ରୁ ଊର୍ଦ୍ଧ୍ୱ ପରିବାରଙ୍କୁ ଆରଏୱାଇ ଗୃହ ନିର୍ମାଣ ପାଇଁ ବିଏମ୍ସି ପକ୍ଷରୁ ୨୦୧୭ରେ ଉଚ୍ଛେଦ କରାଯାଇଥିଲା।
ବିଏମ୍ସିର ତତ୍କାଳୀନ କମିଶନର ସୁଶାନ୍ତ କୁମାର ମିଶ୍ରଙ୍କ ଉପସ୍ଥିତିରେ ଏହି ଅଞ୍ଚଳରୁ ଉଚ୍ଛେଦ କରାଯିବା ସହ ଆରଏୱାଇରେ ଗୃହ ପ୍ରଦାନ ନେଇ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ ଏହାର ୨ ବର୍ଷ ବିତିଥିବା ବେଳେ ଇତିମଧ୍ୟରେ ଦୁଇଜଣ କମିଶନରଙ୍କ ବଦଳି ମଧ୍ୟ ହୋଇଛି।ଅନ୍ୟ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ମଧ୍ୟ କରାଯାଇଛି। ଏଥିସହ ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ହିତାଧିକାରୀଙ୍କୁ ଆରଏୱାଇ ଗୃହ ପ୍ରଦାନ ନେଇ ବିଏମ୍ସି ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।
କିନ୍ତୁ ଏହି ଆରଏୱାଇ ଗୃହ ତାଲିକାରୁ ଖଳାସାହିର ଉଚ୍ଛେଦ ପରିବାରକୁ ବଞ୍ଚିତ କରାଯାଇଛି।ଏନେଇ ବହୁବାର ବିଏମ୍ସି କର୍ତ୍ତୃପକ୍ଷଙ୍କୁ ଗୁହରି କରି ନିରାଶ ହେବା ପରେ ବସ୍ତିବାସିନ୍ଦା ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ।ହାଇକୋର୍ଟ ଏହାର ଶୁଣାଣି କରି ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗକୁ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ବିଏମ୍ସିକୁ ନୋଟିସ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।ଏହାପରେ ଏପ୍ରିଲ ୧୮ରେ ବିଏମ୍ସି କମିଶନରଙ୍କୁ ବସ୍ତିବାସୀଙ୍କୁ ଗୃହ ପ୍ରଦାନ ନେଇ ଏଚଏଣ୍ଡୟୁଡି ବିଭାଗ ନିର୍ଦ୍ଦେଶନାମା ଜାରି କରିଥିଲା। ୧୦ ସପ୍ତାହ ମଧ୍ୟରେ କର୍ତ୍ତୃପକ୍ଷଙ୍କୁ ଉତ୍ତର ଦେବାକୁ ମଧ୍ୟ ନିର୍ଦ୍ଦେଶନାମାରେ ଉଲ୍ଲେଖ କରିଥିଲେ। ୮ ମାସ ପରେ ମଧ୍ୟ ବିଏମ୍ସି କମିଶନର ଗୃହ ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରି ନ ଥିବା ଉଚ୍ଛେଦ ପରିବାର ପକ୍ଷରୁ କୁହାଯାଇଛି।
ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରକାରେ, ପ୍ରଶାସନ ପକ୍ଷରୁ ଯଦି ଉଚ୍ଛେଦ କରାଯାଏ, କ୍ଷତିଗ୍ରସ୍ତଙ୍କୁ ପ୍ରଥମେ ବିକଳ୍ପ ଥଇଥାନ ପରେ ଉଚ୍ଛେଦ କରାଯିବା କଥା।କିନ୍ତୁ ଏଭଳି ନିର୍ଦ୍ଦେଶକୁ ବିଏମ୍ସି କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହୋଇଛି।
ଭବିଷ୍ୟତରେ ପୁଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବା ନେଇ ସଦସ୍ୟ ରାମଚନ୍ଦ୍ର ପାଳ, ପି. କାଶୀ ପାତ୍ର, ଏନ୍. ଲକ୍ଷ୍ମୀ ଆମ୍ମା, ସମୀର ନାୟକ, ଏମ୍. ସୀମାଦ୍ରି ପ୍ରମୁଖ କହିଛନ୍ତି। ବିଏମ୍ସି କମିଶନର ଚକ୍ରବର୍ତ୍ତୀ ସିଂ ରାଠୋରଙ୍କୁ ପଚାରିବାରୁ ଆରଏଓ୍ବାଇ ତାଲିିକାରେ ଯେଉଁମାନଙ୍କ ନାମ ଅଛି ସେମାନଙ୍କୁ ଗୃହ ଦିଆଯିବ ବୋଲି କହିଥିଲେ।
ଝାରଖଣ୍ଡର ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ: ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ପୋଲିସ
ହାଟଡିହୀ, ୪।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲାରେ ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ ସକ୍ରିୟ ଥିବା ନେଇ ସୂଚନା ମିଳିବା ପରେ, ନନ୍ଦିପଦା ପୋଲିସ ପକ୍ଷରୁ ଜନସାଧାରଣଙ୍କ…
ସୁୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ, ଏମାନଙ୍କୁ ଆଉ ମିଳିବନି ପେଟ୍ରୋଲ…
ନୂଆଦିଲ୍ଲୀ,୪।୮: ବିନା ଥାର୍ଡ ପାର୍ଟି ବୀମାରେ ଚାଲୁଥିବା ଗାଡ଼ିକୁ ନେଇ କଠୋର ହେଲେ ସୁପ୍ରିମକୋର୍ଟ। ଅଦାଲତ କହିଛନ୍ତି ଯେଉଁ ଗାଡ଼ିଗୁଡ଼ିକର ବୈଧ ଥାର୍ଡ ପାର୍ଟି ବୀମା ନାହିଁ…
ବିଜୟଙ୍କ ଉପରେ ସଙ୍ଗୀନ ଅଭିଯୋଗ ଆଣିଲେ ଜୁନିୟର ଷ୍ଟାଲିନ୍, କହିଲେ ମୋ ସହ…
ନୂଆଦିଲ୍ଲୀ,୪।୮: ତାମିଲନାଡୁର ବିରୋଧୀ ଦଳ ନେତା ଏବଂ ଡିଏମକେ ନେତା ଉଦୟନିଧି ଷ୍ଟାଲିନ୍ ମଙ୍ଗଳବାର ଦିନ ଟିଭିକେ ସରକାରଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ଏକ ଜନସଭାରେ…
ଉପନିର୍ବାଚନରେ ପରାଜୟ ପରେ ଭାଜପାର ବଡ଼ ଆକ୍ସନ, ଭାଙ୍ଗିଦେଲା ଦଳର…
ନୂଆଦିଲ୍ଲୀ,୪।୮: ଦତିଆ ବିଧାନସଭା ଉପନିର୍ବାଚନରେ ମିଳିଥିବା ଶୋଚନୀୟ ପରାଜୟ ପରେ ଭାଜପା ଏକ ବଡ଼ ନିଷ୍ପତ୍ତି ନେଇଛି। ଦଳ ସଂଗଠନରେ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ସମଗ୍ର ଜିଲ୍ଲା…
ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !
ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…
ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!
ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…
ଆସନ୍ତାକାଲି ଠାରୁ ମିଳିବ ଶୁଦ୍ଧ ପେଟ୍ରୋଲ? E20ରୁ ମିଳିବ ମୁକ୍ତି, ବଡ଼ ବୟାନ ଦେଲେ ସରକାର…
ନୂଆଦିଲ୍ଲୀ,୪।୮:: ଗତ କିଛି ଦିନ ଧରି, ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେଉଛି, ଯେଉଁଥିରେ ଦାବି କରାଯାଉଛି ଯେ, ସରକାର E20 ପେଟ୍ରୋଲକୁ ପର୍ଯ୍ୟାୟକ୍ରମେ ବନ୍ଦ…
ବିଧାୟକଙ୍କ ହସ୍ତକ୍ଷେପ ପରେ ବେଲଗୁଣ୍ଠାରେ ଲୋକଙ୍କୁ ମିଳିଲା ବିଶୁଦ୍ଧ ପାଣି
ବେଲଗୁଣ୍ଠା, ୪।୮ (କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ଏନ୍.ଏ.ସି. ଅନ୍ତର୍ଗତ ୧୨ ଏବଂ ୧୩ ନମ୍ବର ୱାର୍ଡ ଭଗବତପାଟଣା ଓ ଧନିଜାପଲ୍ଲୀରେ ବିଗତ କିଛି…
Archives

