Posted inଜାତୀୟ

ଏଏପିର ୫ ବିଦ୍ରୋହୀ ପ୍ରାର୍ଥୀ କେଜ୍‌ରିଓ୍ବାଲଙ୍କ ମୁଖ୍ୟ ସମସ୍ୟା

ନୂଆଦିଲ୍ଲୀ,୨୩।୧: ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ଦଳ ମଧ୍ୟରେ ପ୍ରଚାର ପ୍ରତିଦ୍ୱନ୍ଦ୍ୱିତା ଆରମ୍ଭ ହୋଇଛି। ଆମ୍‌ ଆଦ୍‌ମୀ ପାର୍ଟି ଚଳିତ ଥର ୧୫ ଜଣ ବିଧାୟକଙ୍କୁ ଟିକଟ ଦେବାକୁ ମନା କରିଥିଲା। ସେଥିମଧ୍ୟରୁ ୫ ବିଧାୟକ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ସେମାନଙ୍କ ମଧ୍ୟରେ ଆଦର୍ଶ ଶାସ୍ତ୍ରୀ, ହାଜି ଇଶରାଫ୍‌, ଏନ୍‌.ଡି. ଶର୍ମା, ଜଗଦୀପ୍‌ ସିଂ ଏବଂ ସୁରେନ୍ଦ୍ର ସିଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକ ମତପୋଷଣ କରିଛନ୍ତି। ଆଦର୍ଶ ହେଉଛନ୍ତି ଲାଲ୍‌ ବାହାଦୂର ଶାସ୍ତ୍ରୀଙ୍କ ନାତି। ସେ ଦ୍ୱାରିକାରୁ କଂଗ୍ରେସ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏନ୍‌ .ଡି. ଶର୍ମା ବିଏସ୍‌ପି ପ୍ରାର୍ଥୀ ଭାବେ ବଦରପୁର ବିଧାନସଭା ଆସନରୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି। ସୁରେନ୍ଦ୍ର ସିଂ ଦିଲ୍ଲୀ କ୍ୟାଣ୍ଟ୍‌ରୁ ଏନସିପି ପକ୍ଷରୁ ନିର୍ବାଚନ ଲଢୁଛନ୍ତି। ସେହିପରି ଜଗଦୀପ୍‌ ସିଂ ହରିନଗରରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ପ୍ରତିଦ୍ୱିନ୍ଦ୍ୱିତା କରୁଛନ୍ତି। ହାଜି ଇଶରାଫ୍‌ ସିଲମପୁର ବିଧାନସଭା ଆସନରୁ ନିର୍ଦ୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଲଢୁଛନ୍ତି। ଏସବୁ ପ୍ରାର୍ଥୀ ଏଏପିକୁ ଅଡୁଆରେ ପକାଇବାର ଆଶଙ୍କା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ବୃଦ୍ଧି ପାଇଲା CNG ମୂଲ୍ୟ, କିଲୋ ପିଛା ବଢିଲା…

ନୂଆଦିଲ୍ଲୀ,୩୦।୫: ମୁମ୍ବାଇ ଏବଂ ଆଖପାଖ ଅଞ୍ଚଳର CNG ଗ୍ରାହକମାନଙ୍କୁ ଏବେ ଅଧିକ ଦେୟ ଦେବାକୁ ପଡିବ। CNGର ଖୁଚୁରା ବିକ୍ରୟ ମୂଲ୍ୟ (RSP) ପ୍ରତି କିଲୋଗ୍ରାମ ୨…

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବିଏମ୍‌ସିର ଅବମାନନା: ବର୍ଷକ ପରେ ବି ଉଚ୍ଛେଦ ହୋଇପାରୁନି…

ଭୁବନେଶ୍ୱର,୩୦ା୫(ରବିନାରାୟଣ ଜେନା):ରାଜ୍ୟର ବିକାଶକୁ ତ୍ୱରାନ୍ବିତ କରିବାପାଇଁ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା ହାତକୁ ନିଆଯାଇଛି। ଏଥିମଧ୍ୟରେ ୮,୧୦୬ କୋଟି ଟଙ୍କାର ରିଙ୍ଗ୍‌ ରୋଡ୍‌ ପ୍ରସ୍ତାବ ସହିତ ରାଜଧାନୀକୁ…

କର୍ନାଟକ କଂଗ୍ରେସ ବିଧାୟକ ଦଳ ନେତା ନିର୍ବାଚନ ଆଜି

ବେଙ୍ଗାଲୁରୁ/ନୂଆଦିଲ୍ଲୀ,୩୦ା୫: କର୍ନାଟକ ମୁଖ୍ୟମନ୍ତ୍ରୀ ପଦରୁ ସିଦ୍ଦାରାମାୟାଙ୍କ ଇସ୍ତଫା ପରେ ନୂଆ ନେତା ନିର୍ବାଚନ ପାଇଁ ଶନିବାର କଂଗ୍ରେସ ବିଧାୟକ ଦଳ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସିଦ୍ଦରାମାୟାଙ୍କ…

ଆଜି ସାରା ରାଜ୍ୟରେ ବର୍ଷିବ: ୧୨ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ

ଭୁବନେଶ୍ୱର,୩୦ା୫(ବନ୍ଦନା ସେଠୀ):କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ଏବେ ତାପମାତ୍ରା ସାମାନ୍ୟ କମ୍‌ ରହିଛି। ଆସନ୍ତା ୬ଦିନ ଅର୍ଥାତ୍‌ ଜୁନ୍‌ ୪ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ। ସେହିପରି…

ସଂରକ୍ଷିତ ରାୟ ୩ ମାସରେ ଘୋଷଣା କର

ନୂଆଦିଲ୍ଲୀ,୩୦ା୫: ରାୟ ପ୍ରଦାନରେ ଅତ୍ୟଧିକ ବିଳମ୍ବ ପକ୍ଷମାନଙ୍କର ଅପୂରଣୀୟ କ୍ଷତି ଘଟାଉଥିବା ସୁପ୍ରିମକୋର୍ଟ ଶୁକ୍ରବାର କହିଛନ୍ତି। ରାୟ ସଂରକ୍ଷଣ ରଖିବାର ୩ ମାସ ମଧ୍ୟରେ ଘୋଷଣା କରିବାକୁ…

ଚୁଟି ନାହିଁ ତ ହାଜିରା ନାହିଁ: ଫେସ୍‌ ସ୍କାନ୍‌ର ଅଜବ ସମାଧାନ ବାଟ ବାହାରକଲେ ଶ୍ରମିକ

ନୂଆଦିଲ୍ଲୀ,୩୦ା୫:ଲଣ୍ଡାହେବା ଯୋଗୁ ତେଲଙ୍ଗାନାର ଜଣେ ଏମ୍‌ଜିଏନ୍‌ଆର୍‌ଇଜିଏ ଶ୍ରମିକଙ୍କୁ ହାଜିରା ଆପ୍‌ ଚିହ୍ନିପାରି ନ ଥିଲା। ଶେଷରେ ସେ ଏହାର ଏକ ଅଜବ ସମାଧାନ ବାଟ ବାହାର କରିଥିଲେ।…

ଡ୍ରୋନ୍‌ ଯୋଗେ ପାକ୍‌ ଏଜେଣ୍ଟଙ୍କ ପାଖକୁ ଆସୁଛି ଅସ୍ତ୍ର

ନୂଆଦିଲ୍ଲୀ,୩୦ା୫: ପାକିସ୍ତାନ ସହ ସମ୍ପୃକ୍ତ ଥିବା ଆତଙ୍କବାଦୀ ଷଡ଼ଯନ୍ତ୍ର ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ଶୁକ୍ରବାର ୪ ରାଜ୍ୟର ୧୨ଟି ସ୍ଥାନରେ ଚଢ଼ାଉ କରିଛି। ଭାରତର…

ପ୍ରଧାନମନ୍ତ୍ରୀ ଏନ୍‌ଇଇଟି ପୁନଃ ପରୀକ୍ଷା ତଦାରଖ କରୁଛନ୍ତି

ନୂଆଦିଲ୍ଲୀ,୩୦ା୫: ଡାକ୍ତରୀ ଶିକ୍ଷା ଲାଗି ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି-ୟୁଜିରେ ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ସୁପ୍ରିମକୋର୍ଟ ଉତ୍ତରଦାୟିତ୍ୱ ଉପରେ ଗୁରୁତ୍ୱ ଦେଇଛନ୍ତି। ବାସ୍ତବ ଉତ୍ତରଦାୟିତ୍ୱ ନିର୍ଦ୍ଧାରଣ ନ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri