ଏଇ ଭାରତରେ

ପୁଅର ଅସ୍ଥି ଧରି ନ୍ୟାୟ ଭିକ୍ଷା କରୁଛନ୍ତି ୯୦ ବର୍ଷୀୟା ମା’। ଏପରି ଏକ ଅଭାବନୀୟ ଘଟଣା ଘଟିଛି ମଧ୍ୟପ୍ରଦେଶର ଶାହଡୋଲଠାରେ। ଦୀର୍ଘ ୧୧ ବର୍ଷ ତଳେ ତାଙ୍କ ପୁଅଙ୍କ ମୃତ୍ୟୁ ହୋଇଥିବା ବେଳେ ଏପର୍ଯ୍ୟନ୍ତ ତାଙ୍କୁ ନ୍ୟାୟ ମିଳି ନ ଥିବାରୁ ସେ ଆଇଜି ଅଫିସ ସାମ୍ନାରେ ନ୍ୟାୟ ମାଗୁଥିବା ଦେଖାଯାଇଛି। ତାଙ୍କ କହିବା କଥା ହେଲା ୧୧ ବର୍ଷ ତଳେ ତାଙ୍କ ପୁଅକୁ ହତ୍ୟା କରାଯାଇଥିଲା। ଏଥିପାଇଁ ସେ ଭୋପାଳ, ଜବଲପୁର, ଦିଲ୍ଲୀ ସବୁଠି ଯାଇ ଗୁହାରି କରିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ତାଙ୍କୁ କେହି ନ୍ୟାୟ ପ୍ରଦାନ କରିପାରି ନାହାନ୍ତି। ସୂଚନାଯୋଗ୍ୟ, ରତନୀ ନାମ୍ନୀ ଉକ୍ତ ମହିଳାଙ୍କ ପୁଅ ମୋହନ ବୈଗା(୪୨)ଙ୍କର ଅନୁପପୁର ଜିଲା ବଟୁରା ଅଞ୍ଚଳରେ ଥିବା ଜଣେ ପେପର ମିଲ୍‌ ମାଲିକଙ୍କ ସହ ଝଗଡା ହୋଇଥିଲା। ପେପର ମିଲ୍‌ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଖାଲଖମା ସୃଷ୍ଟି ହୋଇଥିଲା। ରାସ୍ତାରେ ପାଣି ଜମାହେବା ଘଟଣାକୁ ବିରୋଧ କରିବାରୁ ପେପର ମିଲ୍‌ ମାଲିକଙ୍କ ସହ ଝଗଡା ହୋଇଥିଲା। ଏହାର କିଛି ଘଣ୍ଟା ପରେ ମୋହନଙ୍କ ମୃତ ଶରୀର ନିକଟରେ ଥିବା ଏକ ନାଳରୁ ମିଳିଥିଲା। ଗ୍ରାମବାସୀ ଏହାକୁ ଏକ ହତ୍ୟାକାଣ୍ଡ ବୋଲି କହିଥିଲେ ସୁଦ୍ଧା ଏହି ଘଟଣାକୁ ଚପାଇ ଦିଆଯାଇଛି। ଏବେ ୧୧ ବର୍ଷ ପରେ ବି ପୁଅ ମୃତ୍ୟୁର ନ୍ୟାୟ ଭିକ୍ଷା କରିଚାଲିଛନ୍ତି ମା’। ତାଙ୍କୁ ନ୍ୟାୟ ନ ମିଳିଲେ, ସେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri