ଏଇ ଭାରତରେ

ଏମିତି ଏକ ପଦକ୍ଷେପ, ଯେଉଁଥିରେ ଘରକୁ ଥଣ୍ଡା ରଖାଯାଉଛି। ବାସ୍ତବରେ ଗ୍ରୀଷ୍ମ ପ୍ରବାହ ଓ ଗୁଳୁଗୁଳିରୁ ମୁକ୍ତି ପାଇବାରେ ଏହା ଏକ ପ୍ରଶଂସନୀୟ କାର୍ଯ୍ୟ। ଗୁଜରାଟ ଅହମଦାବାଦର ମହିଳା ହାଉସିଂ ଟ୍ରଷ୍ଟ(ଏମ୍‌ଏଚ୍‌ଟି) ମାଧ୍ୟମରେ ଏହି କାର୍ଯ୍ୟ ଜାରି ରହିଛି। ଏହିି ଟ୍ରଷ୍ଟ ତୃଣମୂଳ ସ୍ତରରେ ଘରକୁ ଥଣ୍ଡା ରଖିବା ଲାଗି କାର୍ଯ୍ୟରେ ବିଭିନ୍ନ ପରିବାର ମହିଳାଙ୍କୁ ନିୟୋଜିତ କରିଛି। ଏବେ ସୁଦ୍ଧା ଅହମଦାବାଦର ବିଭିନ୍ନ ବସ୍ତିରେ ପାଖାପାଖି ୨୦,୦୦୦ ଘରକୁ କୁଲ୍‌ କରାଯାଇସାରିଲାଣି। ଏହି ସବୁ ଘରେ ଲୋକେ ଶାନ୍ତିରେ ଏବେ ରହିପାରୁଛନ୍ତି। ଏମ୍‌ଏଚ୍‌ଟି ପକ୍ଷରୁ ପ୍ରତିଘର ଛାତରେ ସୋଲାର ରିଫ୍ଲେକଟିଭ ହ୍ବାଇଟ ପେଣ୍ଟ ଦିଆଯାଉଛି। ଏହି ପ୍ରୋଜେକ୍ଟ ୨୦୧୬ରେ ଆରମ୍ଭ ହୋଇଥିଲା। ଏମ୍‌ଏଚ୍‌ଟି ବିଭିନ୍ନ ସ୍ଥାନରେ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ଉପରେ ମଧ୍ୟ କାର୍ଯ୍ୟ ଚଳାଉଛି। ଗ୍ରାମୀଣ ଲୋକେ କିଭଳି ସହଜରେ ବିଦ୍ୟୁତ୍‌ ପାଇପାରିବେ, ତା’ ଉପରେ କାମ କରି ଲୋକଙ୍କୁ ବିଦ୍ୟୁତ୍‌ ଯୋଗାଇ ଦେଉଛି। ମହିଳା ହାଉସିଂ ଟ୍ରଷ୍ଟ ମଧ୍ୟ ସୋଲାର ପାଓ୍ବାର ଉତ୍ପାଦନ କରିବାରେ ଲୋକମାନଙ୍କୁ ସହଯୋଗ କରୁଛି। ଏହାଦ୍ୱାରା ଅନେକ ବସ୍ତିରେ ଲୋକେ ବିଦ୍ୟୁତ ବିଲ୍‌ ଦେୟରୁ ମୁକ୍ତି ପାଇପାରିଛନ୍ତି। ବସ୍ତିଗୁଡ଼ିକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଏମ୍‌ଏଚ୍‌ଟି ମହିଳାମାନଙ୍କ ଦ୍ୱାରା ବିଭିନ୍ନ ସଚେତନାତ୍ମକ କାର୍ଯ୍ୟକ୍ରମମାନ ଆୟୋଜନ କରୁଛି। ଏହା ଦ୍ୱାରା ବସ୍ତିଗୁଡ଼ିକ ସ୍ବଚ୍ଛ ରହିବା ସହିତ ରୋଗର ପାର୍ଦୁଭାବ କମୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

ହଜିଲା ପୃଷ୍ଠାର କାହାଣୀ

ନିକଟ ଅତୀତରେ ସିଙ୍ଗାପୁର ସରକାର ଗୋଟିଏ ସୁନ୍ଦର ଯୋଜନା କରିଛନ୍ତି। ସାରା ବିଶ୍ୱରେ ଏବେ ପିଲାଠାରୁ ବୁଢ଼ା ଯାଏ, ମୋବାଇଲ ପରଦା ଦେଖିବାର ଅବଧି ବଢ଼ି ବଢ଼ି…

ନୈତିକ ପହରା ନୁହେଁ, ସୁରକ୍ଷା ଜରୁରୀ

ଗତ କିଛିଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ତଥାକଥିତ ‘ନୈତିକ ପହରା’ ନାଁରେ ମହିଳା ବିଶେଷକରି ନାବାଳିକା ଓ ଯୁବତୀଙ୍କ ଉପରେ ବର୍ବରୋଚିତ ଘଟଣା ଘଟିବା ଦେଖାଯାଇଛି।…

ଅବିଶ୍ୱାସର ସୁଅ

ମୁଖ୍ୟ ନିର୍ବାଚନ କମିଶନର (ସିଇସି)ଙ୍କୁ ହଟେଇବା ପାଇଁ ଦେଶବ୍ୟାପୀ ଆନ୍ଦୋଳନ ଚାଲିଥିବା ବେଳେ ଏବେ ତାଙ୍କୁ ଅଦାଲତରୁ ମଧ୍ୟ ବଡ଼ ଝଟ୍‌କା ମିଳିଛି। ଜ୍ଞାନେଶଙ୍କ ବିରୋଧରେ ମାମଲା…

ଏଇ ଭାରତରେ

ରାଜସ୍ଥାନର ଜୟପୁର ସହରର ବସ୍ତିଗୁଡ଼ିକରେଅନେକ ପିଲା ଅଧାରୁ ପାଠ ଛାଡ଼ି ଶିଶୁ ଶ୍ରମିକ ଭାବେ କାମ କରୁଛନ୍ତି। ଏହିସବୁ ପିଲାଙ୍କ ପାଇଁ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି…

ଅଦୃଶ୍ୟ ପ୍ରାଚୀର

ତଳ ମହଲାରେ ଜଣେ। ଉପର ମହଲାରେ ଆଉ ଜଣେ ଭାଇ। ମାଆ ମରିଯିବା ପରେ ଗୋଟେ ଘର ଦି’ ଭାଗ ହୋଇଗଲା। ସାମାନ୍ୟ ସମ୍ପତ୍ତି ଭାଗବଣ୍ଟା ଲାଗି…

ସେମିକଣ୍ଡକ୍ଟର ପ୍ରକଳ୍ପ ଓ ମରୁଭୂମିର ଚିତ୍ର

ପ୍ରତିବର୍ଷ ଜାତିସଂଘ ତରଫରୁ ଆଦିବାସୀ ଅଧିକାର ଦିବସ ଅଗଷ୍ଟ ୯ରେ ପାଳିତ ହୋଇଥାଏ। ୧୯୪୨ ମସିହାର ଏହି ଦିନରେ ମହାତ୍ମା ଗାନ୍ଧୀ କର ବା ମର ଡାକରା…

ପ୍ରତିଦ୍ୱନ୍ଦ୍ୱିତା ବଢୁ

ଭାରତବର୍ଷରେ ସରକାରୀ ସଂସ୍ଥାଗୁଡ଼ିକର ଲକ୍ଷ୍ୟ ଲୋକକଲ୍ୟାଣ ପାଇଁ ରହିବା କଥା। କିନ୍ତୁ ସରକାରୀ ନୀତି ଉତ୍ତମ ନ ରହିବାରୁ ବହୁ ସଂସ୍ଥା କ୍ଷତିରେ ଚାଲିଥାଏ। ୧୯୯୧ରେ ଉଦାରୀକରଣ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?