ଏଇ ଭାରତରେ

ଚାକିରି ଜୀବନରୁ ଅବସର ନେବା ପରେ ଲୋକେ ବିଶ୍ରାମ ଚାହାନ୍ତି। କିନ୍ତୁ ଅନେକଙ୍କ କ୍ଷେତ୍ରରେ ଏଥିରେ କିଛି ବ୍ୟତିକ୍ରମ ପରିଲକ୍ଷିତ ହୋଇଥାଏ, ଯାହା ଘଟୁଛି ତାମିଲନାଡୁର ଏକ ଦମ୍ପତିଙ୍କ କ୍ଷେତ୍ରରେ। ଧରମପୁରୀ ଜିଲାର ଏନ୍‌. ମଧୁବଲାନ ଓ ଆର୍‌.ଆର୍‌. ସୁଶେଲା କୃଷି ବିଭାଗରୁ ଅବସର ନେବା ପରେ ଏକ ଫାର୍ମ କରିଛନ୍ତି। ଅନ୍‌ଲାଇନରେ ସେମାନେ ବଗିଚା ସମ୍ପର୍କରେ ଚାଷୀମାନଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଉଛନ୍ତି ଏବଂ ଅଧ ଏକର ଜମିରେ ମିନି ଜଙ୍ଗଲ ସୃଷ୍ଟି କରିପାରିଛନ୍ତି। କେବଳ ଏତିକି ନୁହେଁ ସେମାନେ ଛାତ ଉପରେ ୧୫୦୦ ବର୍ଗଫୁଟ ଜାଗାରେ ସୁନ୍ଦର ବଗିଚା କରିଛନ୍ତି। ଜୈବିକ ପଦ୍ଧତିରେ ଚାଷ କରୁଛନ୍ତି। ଏହି ବଗିଚାରୁ ସେମାନେ ବିଭିନ୍ନ ପ୍ରକାର ଫଳ ଉପତ୍ାଦନ କରୁଛନ୍ତି। ଏହି ଦମ୍ପତି ମାଗଣାରେ ଅନ୍‌ଲାଇନ କ୍ଲାସ୍‌ କରୁଛନ୍ତି ଓ ସେଥିରେ ବଗିଚା, ସିଞ୍ଚନ ଜଳସେଚନ ବିଷୟରେ ପ୍ରଶିକ୍ଷଣ ଦେଉଛନ୍ତି। ଏହା ସହ ଜୈବିକ ଉପାୟରେ ମାଟିର ଉର୍ବରତା ବୃଦ୍ଧି ସମ୍ପର୍କରେ ୫୦ଟି କ୍ଲାସ ମାଧ୍ୟମରେ ଶିକ୍ଷା ଦେଉଛନ୍ତି। ସେମାନେ ୩୦ରୁ ଅଧିକ ଭର୍ଚୁଆଲ କ୍ଲାସ୍‌ କରି ୩,୦୦୦ରୁ ଅଧିକ ଲୋକଙ୍କୁ ପ୍ରଶିକ୍ଷଣ ଦେଇ ସାରିଲେଣି। ସେମାନେ ଛାତ ଉପରେ ବଗିଚା କରି ଉତ୍ପାଦନ କରିବାର ଫଟୋ ମଧ୍ୟ ଶେୟାର କରୁଛନ୍ତି, ଯାହା ଅତ୍ୟନ୍ତ ଖୁସିର ବିଷୟ ବୋଲି କୁହନ୍ତି ମଧୁବଲାନ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri