ଏଇ ଭାରତରେ

ଆମ ଦେଶରେ ଆଇନକାନୁନ ଯେମିତି ଉଦାର, ନ୍ୟାୟ ପ୍ରଦାନ ପ୍ରକ୍ରିୟା ମଧ୍ୟ ସେପରି ବିଳମ୍ବ ହୋଇଥାଏ। ଏଥିପାଇଁ ଜଣେ ଅଭିଯୁକ୍ତ ନିଜ ଜୀବଦ୍ଦଶାରେ ମଧ୍ୟ ନ୍ୟାୟ ପାଇ ନ ପାରେ। ମୃତ୍ୟୁର ୫ ବର୍ଷ ପରେ ଦେଶଦ୍ରୋହ ଅଭିଯୋଗରୁ ମୁକ୍ତ ହୋଇଛନ୍ତି ଜଣେ ଅଭିଯୁକ୍ତ। ଏପରି ଏକ ଘଟଣା ଘଟିଛି ପଶ୍ଚିମବଙ୍ଗରେ। ଏହି ନ୍ୟାୟର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ। କାରଣ ବିଳମ୍ବରେ ମିଳୁଥିବା ନ୍ୟାୟ ପ୍ରକୃତ ନ୍ୟାୟ ନୁହେଁ ବୋଲି କୁହାଯାଏ। ପଶ୍ଚିମବଙ୍ଗରେ ଦେଶଦ୍ରୋହ ଅପରାଧରେ କାରାଦଣ୍ଡ ଭୋଗୁଥିବା ୩ ଜଣ ଅଭିଯୁକ୍ତଙ୍କୁ କୋଲକତା ହାଇକୋର୍ଟ ମୁକ୍ତ କରିଛନ୍ତି। କିନ୍ତୁ ଏଥିପାଇଁ ନ୍ୟାୟ ପ୍ରଦାନ ପ୍ରକ୍ରିୟା ବିଳମ୍ବ ହୋଇଯାଇଛି। ସେମାନଙ୍କୁ ୨୦୦୫ରେ ଏକ ନିମ୍ନ ଅଦାଲତ ଦେଶଦ୍ରୋହ ଅପରାଧରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନିମ୍ନ ଅଦାଲତଙ୍କ ରାୟକୁ ୨୦୦୬ରେ କୋଲକାତା ହାଇକୋର୍ଟରେ ଚ୍ୟାଲେଞ୍ଜ୍‌ କରାଯାଇଥିଲା। ଇତିମଧ୍ୟରେ ଜଣେ ଅଭିଯୁକ୍ତ ସୁଶୀଲ ରାୟଙ୍କର ଗତ ୫ ବର୍ଷ ତଳେ ୨୦୧୪ରେ ମୃତ୍ୟୁ ହୋଇସାରିଛି। ତେଣୁ ବର୍ତ୍ତମାନ ମିଳିଥିବା ନ୍ୟାୟର ମୂଲ୍ୟ ତାଙ୍କ ପାଇଁ କିଛି ନୁହେଁ। ଅନ୍ୟ ଦୁଇ ଅଭିଯୁକ୍ତଙ୍କୁ ବିଚାରପତି ମୁକ୍ତ କରିଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri