ଏଇ ଭାରତରେ

ଜୈବିକ କୃଷିରେ ଉନ୍ନତି ଆଣିବାରେ ଉତ୍ତରପ୍ରଦେଶର ଗୀତା ସିଂଙ୍କ ପ୍ରୟାସ ବେଶ୍‌ ପ୍ରଶଂସନୀୟ। ତାଙ୍କ ବୟସ ୪୮। ଗୋଣ୍ଡା ଜିଲାର ନିବାସୀ ଗୀତା ରାଜନୀତି ବିଜ୍ଞାନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ତାଙ୍କ ସ୍ବାମୀ ସରକାରୀ ଚାକିରି ଛାଡି କୃଷିରେ ପ୍ରବେଶ କରିବା ପରେ ଗୀତା କୃଷି ପ୍ରତି ଆକୃଷ୍ଟ ହୋଇଥିଲେ। କୃଷକମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ଆଣିବା ଲକ୍ଷ୍ୟରେ ସେ ୨୦୧୯ରେ ଫାର୍ମର୍ସ ପ୍ରଡ୍ୟୁସର୍ସ କମ୍ପାନୀ ପ୍ରତିଷ୍ଠା କରିଥିଲେ। ପ୍ରଥମେ ଏଥିରେ ୧ ଲକ୍ଷ ଟଙ୍କା ନିବେଶ କରିବା ସହ ୧୦୦ ଜଣ କୃଷକଙ୍କୁ ସାମିଲ କରିଥିଲେ। ଏବେ ହଜାର ହଜାର କୃଷକ ତାଙ୍କ ସହ ସାମିଲ ହୋଇଛନ୍ତି। କୃଷକମାନଙ୍କୁ ଜୈବିକ ଚାଷ କରିବାକୁ ପ୍ରୋତ୍ସାହନ ଯୋଗାଇ ଦେବା ସହ ସେମାନଙ୍କଠାରୁ ସଂଗୃହୀତ ଉପତ୍ାଦରୁ ବିଭିନ୍ନ ମୂଲ୍ୟଯୁକ୍ତ ଜିନିଷ ଯଥା ମକା ବିସ୍କୁଟ, ମକା ଲଡୁ, ଜଡ଼ା ତେଲ ଏବଂ ବିଭିନ୍ନ ପ୍ରକାର ଆଚାର ପ୍ରସ୍ତୁତ କରୁଛନ୍ତି। ସେ ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାମାନଙ୍କୁ ପ୍ରଶିକ୍ଷଣ ଦେଇ ଆଚାର ପ୍ରସ୍ତୁତିରେ ଲଗାଇଛନ୍ତି। ଫଳରେ ସେମାନେ ମାସକୁ ୫,୦୦୦ ଅଧିକ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଛନ୍ତି। କୃଷି ଉପତ୍ାଦ ଓ ଏଥିରୁ ପ୍ରସ୍ତୁତ ଜିନିଷଗୁଡ଼ିର ମାକେର୍ଟିଂ ବ୍ୟବସ୍ଥା ଏମିତି କରିଛନ୍ତି ଯେ ମଧ୍ୟସ୍ଥମାନେ ସମ୍ପୂର୍ଣ୍ଣ ହଟିଯାଇଛନ୍ତି। ଫଳରେ କୃଷକମାନେ ପୂର୍ବାପେକ୍ଷା ୬ଗୁଣ ଲାଭ ପାଉଛନ୍ତି। ଜୈବିକ ଉପତ୍ାଦଗୁଡ଼ିକୁ ଲକ୍ଷ୍ନୌ ଓ ଆଲ୍ଲାହାବାଦ ସହରରେ ବିକ୍ରି କରାଯାଉଛି। ଗୀତା ଏକ ରାଇସ୍‌ ମିଲ୍‌ କରି ଏଥିରେ ୧୦ ଜଣ ନିୟମିତ ଓ ୪୦ ଜଣ ଠିକା କର୍ମଚାରୀଙ୍କୁ ନିଯୁକ୍ତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri