ଏଇ ଭାରତରେ

ସ୍ବାଧୀନତାର ଦୀର୍ଘ ବର୍ଷ ପରେ ଦେଶର ଏବେ ବି ଅନେକ ସ୍ଥାନରେ ମହିଳାମାନେ ପାଣି ପାଇଁ ମାଇଲ ମାଇଲ ଯାଉଛନ୍ତି। ହେଲେ ମଧ୍ୟପ୍ରଦେଶର ଜଣେ ମହିଳା ସରପଞ୍ଚ ତାଙ୍କ ଗାଁ ଘଟଗରାରୁ ଏଭଳି ସମସ୍ୟା ଦୂର କରିପାରିଛନ୍ତି। ଧର୍‌ ଜିଲା ବଡନାଓ୍ବର ବ୍ଲକ ଅନ୍ତର୍ଗତ ଘଟଗରା ପଞ୍ଚାୟତର ପ୍ରଥମ ମହିଳା ସରପଞ୍ଚ ମାୟା ମୌସରିୟା ଏବେ ସବୁ ଘରକୁ ଟ୍ୟାପ୍‌୍‌ ପାଣି ଯୋଗାଇ ଦେଇଛନ୍ତି। ପ୍ରତିଟି ଘରେ କୁଅ ଖୋଳିଛନ୍ତି ଓ ପାଇଖାନା ନିର୍ମାଣ କରିଛନ୍ତି । ଏହାବାଦ ଗାଁରେ ଏକ କମ୍ୟୁନିଟି ଓ୍ବାଟର ଟ୍ୟାଙ୍କ୍‌ ନିର୍ମାଣ କରିଛନ୍ତି। ଘଟଗରା ଗାଁର ମହିଳାମାନେ ପାଣି ଆଣିବାରେ ସେମାନଙ୍କ ଦିନର ଅଧା ସମୟ ଅତିବାହିତ କରୁଥିଲେ। ସେମାନେ ଭୋର୍‌ ୫ଟାରୁ ଉଠି ପାଣି ପାଇଁ ଚାଲି ଚାଲି ଯାଆନ୍ତି ଓ ଅପରାହ୍ନରେ ଫେରନ୍ତି। ମାୟା ଦଶମ ଶ୍ରେଣୀ ଯାଏ ପଢିଛନ୍ତି ଓ ସେ ତାଙ୍କ ଗାଁର ବଡ ପାଠୁଆ। ମହିଳାମାନଙ୍କୁ ସେ ଜଳ ସଂରକ୍ଷଣ ଉପରେ ପ୍ରଶିକ୍ଷଣ ଦେଉଛନ୍ତି। ସେ ମଧ୍ୟ ଗାଁରୁ ପରଦା ପ୍ରଥା ଦୂର କରିପାରିଛନ୍ତି। ଝିଅମାନେ ଉଚ୍ଚଶିକ୍ଷା ପାଇବା ଲାଗି ଅନ୍ୟ ଗାଁକୁ ଯିବାକୁ ପଡୁଥିତ୍ବାରୁ ସେମାନେ ଖୁବ ବେଶିରେ ଅଷ୍ଟମ ଶ୍ରେଣୀ ଯାଏ ପଢୁଥିତ୍ଲେ। ଏବେ କିନ୍ତୁ ଉଚ୍ଚଶିକ୍ଷା ଲାଗି ଅନ୍ୟ ସ୍କୁଲକୁ ଯିବା ପାଇଁ ବସ୍‌ ବ୍ୟବସ୍ଥା କରିଛନ୍ତି ମାୟା। ୩୪ ବର୍ଷୀୟା ମାୟା ୨୦୧୫ରେ ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

ପରିଚୟ ଖୋଜୁଛି ଭଦ୍ରକ ଗୁଡ଼

ଉପକୂଳ ଓଡ଼ିଶାରେ ଆଖୁଚାଷ କହିଲେ ଭଦ୍ରକ ଆଖୁକୁ ବୁଝାଏ। ଭଦ୍ରକ ଗୁଡ଼ର ବି ସେତିକି ଚାହିଦା ଥିଲା। ା ଯାଜପୁର, ବାଲେଶ୍ୱର,କେନ୍ଦୁଝରକୁ ଭଦ୍ରକ ଗୁଡ଼ ରପତ୍ାନି ହୁଏ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri