ଏଇ ଭାରତରେ

ଝାଡ଼ଖଣ୍ଡର ଜଣେ ଆଇଏଏସ୍‌ ଅଫିସରଙ୍କ ଉଦ୍ୟମରେ ଖୁଣ୍ଟି ଜିଲାରେ ଓ୍ବାର୍ଟର ହାର୍ଭେଷ୍ଟିଂ ମଡେଲ ଦ୍ୱାରା ୮,୦୦୦ ଚାଷୀ ଉପକୃତ ହୋଇପାରିଛନ୍ତିି। ଏହି ଜିଲାରେ ପ୍ରବାହିତ ଛୋଟ ବଡ ୧୦ଟି ନଦୀ ପାଣିକୁ ଘେରି ବନ୍ଧ ମାଧ୍ୟମରେ ଅଟକାଇବାକୁ ସକ୍ଷମ ହୋଇଛନ୍ତି ସେଠାକାର ପୂର୍ବତନ ଡେପୁଟି କମିଶନର ସୁରଜ କୁମାର। ତାଙ୍କ ଟିମ୍‌ ସଓ୍ବୋ ଓ୍ବେଲଫେୟାର ସୋସାଇଟି ନାମକ ଏକ ଏନ୍‌ଜିଓ ସାହାଯ୍ୟରେ ୨୦୧୯ରେ ଘେରି ବନ୍ଧ ନିର୍ମାଣ କରିବା ଆରମ୍ଭ କରିଥିଲେ। ସେ ସିମେଣ୍ଟ ବସ୍ତାରେ ବାଲି ଓ କାଦୁଅ ଭର୍ତ୍ତି କରି ୨୫୦ଟି ଘେରି ବନ୍ଧ ନିର୍ମାଣ କରିସାରିଛନ୍ତି। ଗୋଟିଏ ଛୋଟ ଘେରି ବନ୍ଧରେ ୨୦ ଜଣ କୃଷକ ଓ ଗୋଟିଏ ବଡ଼ ଘେରି ବନ୍ଧରେ ୪୦ରୁ ୫୦ ଜଣ କୃଷକ ଉପକୃତ ହେଉଛନ୍ତି। ସେ ମଧ୍ୟ ଘେରି ବନ୍ଧରେ ସୋଲାର ପମ୍ପ୍‌ର ବ୍ୟବସ୍ଥା କରିଛନ୍ତି ଯାହାଦ୍ୱାରା ୨.୫କି.ମି .ଯାଏ ପାଣି ମଡ଼ାଯାଇପାରୁଛି। ଗୋଟିଏ ବନ୍ଧ ନିର୍ମାଣ କରିବାରେ ମାତ୍ର ୨,୦୦୦ ଟଙ୍କା ଖର୍ଚ୍ଚ ହେଉଛି। ଚଳିତ ବର୍ଷ ସୁଦ୍ଧା ଜିଲାର ଆଉ ୩୦ରୁ ୩୫ଟି ପଞ୍ଚାୟତରେ ଏଭଳି ବନ୍ଧ ନିର୍ମାଣ କରାଯିବାର ଯୋଜନା କରାଯାଇଛି। ତେବେ ସୁରଜଙ୍କ ବଦଳି ହେବା ପରେ ତାଙ୍କ କାର୍ଯ୍ୟକୁ ଏବକାର ଡେପୁଟି କମିଶନର ଶଶୀ ରଞ୍ଜନ ଆଗେଇ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri