ଏଇ ଭାରତରେ

ନିଜ ପେଟ କଥା ଚିନ୍ତା ନ କରି ଅଭାବୀଙ୍କ ପାଇଁ ବ୍ୟସ୍ତ ମଣିଷଟିଏ ହେଉଛନ୍ତି କେରଳର ରେଜି ଥୋପିଲେଥ। ସେ ଜଣେ ଟ୍ୟାକ୍ସି ଚାଳକ। କେରଳ ଚେନଗାନ୍ନୁର୍‌ର ଚେରିୟାନାଡ଼ରେ ତାଙ୍କ ଘର। ଟ୍ୟାକ୍ସି ଚଳାଇ ଯାହା ରୋଜଗାର କରୁଛନ୍ତି ସେଥିରୁ ଗରିବଙ୍କ ପାଇଁ ଘର ତିଆରି କରିବା ସହ ସେମାନଙ୍କ ଖାଦ୍ୟ ଓ ଚିକିତ୍ସା ବାବଦରେ ଖର୍ଚ୍ଚ କରୁଛନ୍ତି। ଦୀର୍ଘ ୨୫ ବର୍ଷ ମଧ୍ୟରେ ୨୭ଟି ଘର ତିଆରି କରିବାରେ ସାହାଯ୍ୟ କରିଛନ୍ତି। ଘର ତିଆରି ପାଇଁ ଆବଶ୍ୟକ ଶ୍ରମିକଠାରୁ ଆରମ୍ଭ କରି କଞ୍ଚାମାଲ ଯୋଗାଡ଼ କରିଦିଅନ୍ତି ରେଜି। କେବଳ ଏତିକି ନୁହେଁ, ଗରିବ ପରିବାରର ପିଲାଙ୍କ ପଢ଼ିବା ଓ ଚିକିତ୍ସା ଖର୍ଚ୍ଚ ମଧ୍ୟ ବହନ କରି ଆସୁଛନ୍ତି। ରେଜି କୌଣସି ସ୍ବଚ୍ଛଳ ପରିବାରରୁ ଆସିନାହାନ୍ତି, ବରଂ ଦେଶର ବହୁ ବଦାନ୍ୟ ବ୍ୟକ୍ତି ଓ ବେସରକାରୀ ସଂସ୍ଥା ସହ ଯୋଗାଯୋଗ ରକ୍ଷା କରି ସେ ଅସହାୟମାନଙ୍କ ଆବଶ୍ୟକତା ପୂରଣ କରି ଆସୁଛନ୍ତି। ବହୁ ସମୟରେ ଅର୍ଗାନ ଡୋନୋରଙ୍କୁ ଯୋଗାଡ଼ କରି ଲୋକମାନଙ୍କ ଜୀବନ ବଞ୍ଚାଉଛନ୍ତି। ଏମିତିକି ସୌମ୍ୟା ନାମକ ଜଣେ ଝିଅର କିଡ୍‌ନୀ ଟ୍ରାନ୍ସପ୍ଲାଣ୍ଟ ଲାଗି ୧୨ଟି ସ୍କୁଲ ସମେତ ବିଭିନ୍ନ ସଂସ୍ଥାରୁ ୬,୨୦,୦୦୦ ଟଙ୍କା ଯୋଗାଡ଼ କରି ଜୀବନ ବଞ୍ଚାଇ ପାରିଥିଲେ। ଲକ୍‌ଡାଉନ ସମୟରେ ସବୁ କିଛି ଠପ୍‌ ହୋଇଯାଇଥିତ୍ବାବେଳେ ବହୁ କଷ୍ଟରେ ୪ଟି ପରିବାରକୁ ୫ ହଜାର ଟଙ୍କା ଲେଖାଏ ସାହାଯ୍ୟ ଯୋଗାଇ ଦେଇଛନ୍ତି ବୋଲି କହନ୍ତି ୬୩ ବର୍ଷୀୟ ରେଜି।


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri