ଏଇ ଭାରତରେ

କୋଭିଡ୍‌-୧୯ ବିପର୍ଯ୍ୟୟ ଲୋକଙ୍କ ଜୀବିକା ନେଉଛି ସତ କିନ୍ତୁ ସ୍ବାବଲମ୍ବୀ ହେବାର ସୁଯୋଗ ବି ଆଣିଦେଉଛି, ଯାହା ଘଟିଛି କେରଳର ଶ୍ରୀଦେବୀ ଗୋପାଳନଙ୍କ କ୍ଷେତ୍ରରେ। ମହିଳା ହୋଇ ନଡ଼ିଆଗଛ ଚଢ଼ି ଯାହା ରୋଜଗାର କରୁଛନ୍ତି ସେଥିରେ ସେ ଏବେ ପରିବାର ଚଳାଉଛନ୍ତି। ପୁରୁଷପ୍ରଧାନ ଏହି କଠିନ ବୃତ୍ତିରେ ଲିଙ୍ଗଗତ ପାର୍ଥକ୍ୟ ଦୂର କରିବା ସହ ମହିଳାମାନଙ୍କୁ ସ୍ବାବଲମ୍ବୀ ହେବାକୁ ପ୍ରେରଣା ମଧ୍ୟ ଦେଇଛନ୍ତି। ଲକ୍‌ଡାଉନରେ ଗଛ ଚଢ଼ିବା କୌଶଳ ସମ୍ପର୍କରେ ଶିକ୍ଷା ପାଇବା କଷ୍ଟକର ହୋଇଥିଲେ ବି ସେ ୟୁଟୁବ୍‌ରୁ କିଛି କୌଶଳ ହାସଲ କରିଛନ୍ତି। ଶ୍ରୀଦେବୀଙ୍କ ବାପା ବି ଜଣେ ନଡ଼ିିଆଗଛ ଚଢ଼ାଳି। ଗଛ ଉପରେ ସ୍ଥିର ରହିବା ଓ କେଉଁ ନଡ଼ିଆ ତେଳିବା ଯୋଗ୍ୟ ତାହା ଜାଣିବା ଲାଗି ସେ ବାପାଙ୍କଠାରୁ ପ୍ରଶିକ୍ଷଣ ନେଇ ଏହି ବୃତ୍ତିରେ ପାଦ ଥାପିଛନ୍ତିି। ଶ୍ରୀଦେବୀ କେରଳର ମାଲାପ୍ପୁରମ୍‌ରେ ସପରିବାର ରହନ୍ତି। ବୟସ ଏବେ ତାଙ୍କୁ ୨୫। ଇତିହାସରେ ସ୍ନାତକୋତ୍ତର ଡିଗ୍ରୀ ଶେଷ କରିବା ପରେ ଏନ୍‌ଏସ୍‌ଏସ୍‌ କଲେଜ, ଓଟାପ୍ପାଲମରେ ବି.ଏଡ୍‌ ପଢୁଥିଲେ। ଲକ୍‌ଡାଉନରେ ଘରକୁ ଫେରି ପରିବାରର ଶୋଚନୀୟ ଆର୍ଥିକ ଅବସ୍ଥା ଦୂର କରିବା ଲାଗି ସେ ନଡ଼ିଆଗଛ ଚଢ଼ୁଛନ୍ତି। ସୁରକ୍ଷା ପାଇଁ ଅନ୍‌ଲାଇନରେ କିଛି ଯନ୍ତ୍ରପାତି ବି ମଗାଇଛନ୍ତି। ପ୍ରତିଦିନ ତାଙ୍କ ବାପାଙ୍କ ସହ ନଡ଼ିଆ ଗଛ ଚଢ଼ିବା ପାଇଁ ଯାଉଛନ୍ତି। ଗୋଟିଏ ଗଛ ଚଢ଼ିଲେ ପାଉଛନ୍ତି ୪୦ ଟଙ୍କା। ଦୈନିକ ୮ରୁ ୯ଟି ନଡ଼ିଆଗଛ ଚଢୁଛନ୍ତି। ସେ ମଧ୍ୟ ଏକ ସେକେଣ୍ଡ୍‌ହ୍ୟାଣ୍ଡ୍‌ ଅଟୋ କିଣିିଛନ୍ତି ଓ ଏହାକୁ ଚଳାଇ ଦୂରକୁ ଗଛ ଚଢ଼ିବା ଲାଗି ଯାଉଛନ୍ତି। ଏହି କ୍ଷେତ୍ରକୁ ଅଧିକରୁ ଅଧିକ ମହିଳା ଆସିବା ଦରକାର ବୋଲି କହିଛନ୍ତି ଶ୍ରୀଦେବୀ। କଲେଜ ଖୋଲିବା ପରେ ସେ ପୁଣି ବି.ଏଡ୍‌. ଶେଷ କରି ଶିକ୍ଷକ ହେବା ଲାଗି ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri