ଏଇ ଭାରତରେ

ଶିଶୁସ୍ବାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବାରେ ଜଗଦୀପ ଗମ୍ଭୀରଙ୍କ ପ୍ରୟାସ ବେଶ୍‌ ପ୍ରେରଣାଦାୟକ। ଇଣ୍ଡିଆନ୍‌ ସ୍କୁଲ୍‌ ଅଫ୍‌ ବିଜ୍‌ନେସରୁ ଶିକ୍ଷା ଶେଷ କରି ସେ ଚାକିରି କରିଥିଲେ। କିନ୍ତୁ ପରେ ଚାକିରି ଛାଡିି ‘କର୍ମା ହେଲ୍‌ଥକେୟାର’ ସଂସ୍ଥା ଗଠନ କରି ତା’ମାଧ୍ୟମରେ ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ସଂସ୍ଥା ସେ ୨୦୧୪ରେ ରାଜସ୍ଥାନ ଉଦୟପୁରରେ ପ୍ରତିଷ୍ଠା କରି ତା’ମାଧ୍ୟମରେ ଇ-ଡକ୍ଟର କ୍ଲିନିକ ଆରମ୍ଭ କରିଥିଲେ। ନର୍ସମାନେ ଏହି କ୍ଲିନିକ୍‌୍‌ରେ ଶିଶୁମାନଙ୍କର ପ୍ରାଥମିକ ସ୍ବାସ୍ଥ୍ୟ ପରୀକ୍ଷା କରୁଛନ୍ତି। ଭିଡିଓ କନ୍‌ଫରେନ୍ସରେ ସଂସ୍ଥା ଦ୍ୱାରା ସ୍ବୀକୃତିପ୍ରାପ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରାଯାଉଛି। କ୍ଲିନିକ୍‌ରେ ପରୀକ୍ଷା ଲାଗି ଡାଇଗ୍ନୋଷ୍ଟିକ ଲାବ୍‌ ବ୍ୟବସ୍ଥା ମଧ୍ୟ ରହିଛି। କେବଳ ଏତିକି ନୁହେଁ ଓ୍ୟଷଧ ଦେବା ଲାଗି ଫାର୍ମାସିଷ୍ଟ ମଧ୍ୟ ନିଯୁକ୍ତି ପାଇଛନ୍ତି। କ୍ଲିନିକ୍‌ ଚଳାଇବା ଲାଗି ଗମ୍ଭୀର ପ୍ରଥମେ ସବୁ ଖର୍ଚ୍ଚ ନିଜ ପକେଟରୁ କରୁଥିଲେ। ଏବେ ଅନ୍ୟ ସଂସ୍ଥାଗୁଡିକ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଗତ ୬ ବର୍ଷ ମଧ୍ୟରେ କର୍ମା ହେଲ୍‌ଥ କେୟାର ୩୫ଟି ଇ-ଡକ୍ଟର କ୍ଲିନିକ୍‌ ପ୍ରତିଷ୍ଠା କରିପାରିଛି। ହରିୟାଣା, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଦୁର୍ଗମ ଅଞ୍ଚଳର ୩୫ଟି ଗାଁରେ ଏହା କରାଯାଇଛି। ଏଯାବତ ଏହି କ୍ଲିନିକ୍‌ରେ ଦେଢ଼ ଲକ୍ଷ ଶିଶୁ ଚିକିତ୍ସିତ ହୋଇସାରିଲେଣି। ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ମୋଟରେ ୯୨ ଜଣ କ୍ଲିନିକ୍‌ଗୁଡିକରେ କାର୍ଯ୍ୟ କରୁଛନ୍ତି। ଲକ୍‌ଡାଉନ୍‌ରେ ଶିଶୁମାନେ ଚିକିତ୍ସାରୁ କେମିତି ବଞ୍ଚିତ ନ ହେବେ ସେଥିପାଇଁ ଭିନ୍ନ ଉପାୟ କରିଛନ୍ତି। ଏହି ସମୟରେ ଡାକ୍ତରଙ୍କ ସହ ଭିଡ଼ିଓ କଲ୍‌ ମାଧ୍ୟମରେ ଯୋଗଯୋଗ କରିବାର ବ୍ୟବସ୍ଥା କରାଯିବା ସହ ଇ-କ୍ଲିନିକ୍‌ରୁ ଘରେ ଓ୍ୟଷଧ ପହଞ୍ଚାଇ ଦିଆଯାଉଛି। ଏଥିପାଇଁ ସେ ୨୪ ଘଣ୍ଟିଆ ସେବା ଯୋଗାଇ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

ଏଇ ଭାରତରେ

ମାତ୍ର ୪ ବର୍ଷ ବୟସରେ ଦିନକୁ ୪୦ କିଲୋମିଟର ପଦଯାତ୍ରା! ତାହା ପୁଣି ବାପାଙ୍କ ପ୍ରତି ଥିବା ଭଲପାଇବା କାରଣରୁ। ଏଭଳି କାମ କରି ସମସ୍ତଙ୍କ...

ଯନ୍ତା ଭିତରେ ପ୍ରେସ୍‌ ସ୍ବାଧୀନତା

ଜନାର୍ଦ୍ଦନ ପତି   ୨୦୧୪ ଠାରୁ ଭାରତର ପ୍ରେସ୍‌ ସ୍ବାଧୀନତା ଉପରେ ଜଘନ୍ୟ ଆକ୍ରମଣ ଆରମ୍ଭ ହୋଇଛି। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବାପରଠାରୁ ଏ ପର୍ଯ୍ୟନ୍ତ...

ଇସ୍ତାହାରର ପୃଷ୍ଠଭୂମି ଓ ରାଷ୍ଟ୍ରନୀତି

ହରେକୃଷ୍ଣ ପଣ୍ଡା   ଭାରତୀୟ ନିର୍ବାଚନୀ ଧାରାରେ ରାଜନୈତିକ ଦଳଗୁଡ଼ିକର ଇସ୍ତାହାର ପ୍ରତି ଥର ପ୍ରକାଶ ପାଇଆସୁଛି। ଏହାର ପୃଷ୍ଠଭୂମି କ’ଣ, ଦେଶ ବା ରାଜ୍ୟ...

ନୋଟା ହେଉ ପ୍ରାର୍ଥୀ

ଅଷ୍ଟାଦଶ ଲୋକ ସଭା ଲାଗି ଦେଶରେ ନିର୍ବାଚନ ଚାଲିଛି। ୭ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପରେ ଜୁନ୍‌ ୪ରେ ଗଣତି ହେବ ବୋଲି କାର୍ଯ୍ୟସୂଚୀ ସ୍ଥିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri