ଏଇ ଭାରତରେ

ଅଧାରୁ ପାଠ ଛାଡ଼ି ନିଶା କବଳରେ ପଡ଼ିଯାଉଥିବା ପିଲାମାନଙ୍କ ଜୀବନରେ ନୂଆ ଆଶା ଭରି ଦେଉଛନ୍ତି ନାଗାଲାଣ୍ଡର ଜେନ୍‌ପୁ ରୋଙ୍ଗ୍‌ମେଇ। ଡିମାପୁର ନିବାସୀ ଜେନ୍‌ପୁ ଏଭଳି ୧,୦୦୦ରୁ ଊର୍ଦ୍ଧ୍ୱ ପିଲାଙ୍କୁ ପୁଣି ସମାଜର ମୁଖ୍ୟ ଧାରାରେ ସାମିଲ କରିପାରିଛନ୍ତି। ଜେନ୍‌ପୁ ୨୦୧୦ରେ ଆରମ୍ଭ କରିଥିଲେ‘ୟଙ୍ଗସ କ୍ଲବ୍‌’। ପରେ ୨୦୧୩ରେ ଏହାକୁ ପଞ୍ଜୀକରଣ କରିବା ସହ ଏହାର ନାମ ପରିବର୍ତ୍ତନ କରି ରଖିଥିଲେ ‘କ୍ୟାନ୍‌ ୟୁଥ୍‌’। ଏହା ମାଧ୍ୟମରେ ପାଠ ଛାଡ଼ିଥିବା ପିଲାମାନଙ୍କୁ ପୁଣି ସ୍କୁଲ୍‌ ଓ କଲେଜରେ ନାମ ଲେଖାଇବାର ବ୍ୟବସ୍ଥା କରୁଛନ୍ତି। ୩୬ ବର୍ଷୀୟ ଜେନ୍‌ପୁ ଏହି ସଂସ୍ଥା ମାଧ୍ୟମରେ କ୍ରୀଡା ଶିବିର, ରାକ୍ତଦାନ ଶିବିର ତଥା ଧନ୍ଦାମୂଳକ ପ୍ରଶିକ୍ଷଣ କ୍ୟାମ୍ପ ଆଦି ଆୟୋଜନ କରୁଛନ୍ତି। ଅର୍ଥାଭାବରୁ ଆଦୌ ସ୍କୁଲ ଯାଇପାରୁ ନ ଥିବା ପିଲାମାନଙ୍କୁ ବି ସେ ସାହାଯ୍ୟ ଯୋଗାଇ ଦେଉଛନ୍ତିି। ତାଙ୍କ ୟଙ୍ଗ ଟିମ୍‌ରେ ସ୍ନାତକ ଡିଗ୍ରୀଧାରୀ ମହିଳାଙ୍କ ସମେତ ୧୧ ଜଣ ବୋର୍ଡ ମେମ୍ବର ରହିଛନ୍ତି। ଏବେ ଲକ୍‌ଡାଉନ୍‌ରେ ‘କ୍ୟାନ୍‌ ୟୁଥ୍‌’ ଅସହାୟ ଲୋକମାନଙ୍କୁ ରାଶନ ସାମଗ୍ରୀ ବଣ୍ଟନ କରୁଛି। ୨୦୧୮ରେ ବିଶ୍ୱବ୍ୟାଙ୍କ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡିଥିଲା ଯେ ନାଗାଲାଣ୍ଡରେ ଡ୍ରପ୍‌ଆଉଟ ହାର ଜାତୀୟ ହାରର ୪ଗୁଣ। ଏଭଳି ସ୍ଥିତିରେ ପରିବର୍ତ୍ତନ ଆଣିବାରେ ଜେନ୍‌ପୁଙ୍କ ଭଳି ଯୁବକଙ୍କ ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri