ଏଇ ଭାରତରେ

ଗରିବମାନେ ଲକ୍‌ଡାଉନ୍‌ରେ ସବୁଠୁ ବେଶୀ ପ୍ରଭାବିତ ହୋଇଛନ୍ତି । ଏହି ସମୟରେ ସେମାନଙ୍କୁ ରନ୍ଧାଖାଦ୍ୟ ଯୋଗାଇଦେଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଛାତ୍ରୀ ଅନୁଷ୍କା ସେବା ମନୋଭାବର ପରିଚୟ ଦେଇଛନ୍ତି। ଲକ୍‌ଡାଉନ ସମୟରେ ଦିଲ୍ଲୀରେ ଖାଦ୍ୟ ବଣ୍ଟନ କେନ୍ଦ୍ରରେ ଗରିବ ଲୋକମାନେ ବଡିଭୋରରୁ ଲାଇନ ଲଗାଉଥିବା ଦୃଶ୍ୟ ଦେଖି ସେ ପ୍ରଭାବିତ ହୋଇଥିଲେ। ତା’ ପରେ ସେ ଏଭଳି ଲୋକମାନଙ୍କୁ ରନ୍ଧାଖାଦ୍ୟ, ରାଶନ ଓ ଓ୍ୟଷଧ ଯୋଗାଇ ଦେବାକୁ ବାହାରିଯାଇଥିଲେ। ତାଙ୍କୁ ବୟସ ଏବେ ୧୯। ସେ ବି .ଏସ୍‌ସି.(ପଦାର୍ଥ ବିଜ୍ଞାନ ସମ୍ମାନ)ର ଶେଷ ବର୍ଷ ଛାତ୍ରୀ। ଅନୁଷ୍କାଙ୍କ ପରିବାର ବେଙ୍ଗାଲୁରୁରେ ରହନ୍ତି। ତେବେ ଘରକୁ ନ ଯାଇ ତାଙ୍କର କେତେ ଜଣ ସାଙ୍ଗଙ୍କ ସହ ସେ ଏହି କାର୍ଯ୍ୟ ଚଳାଇଛନ୍ତି। ସେ ସାଙ୍ଗମାନଙ୍କୁ ନେଇ ଭଡାରେ ନେଇଥିବା ଦୁଇଟି କାର୍‌, ଅଟୋରେ ଖାଦ୍ୟ ଓ ରାଶନ ନେଇ ଲୋକଙ୍କ ପାଖରେ ପହଞ୍ଚାଉଛନ୍ତିି। ଏଥିପାଇଁ ତାଙ୍କୁ ପାସ୍‌ ମଳିଛି। ସକାଳ ସାଢେ ୭ଟାରେ ଖାଦ୍ୟ ଓ ରାଶନ ନେଇ ବାହାରି ଯାଉଛନ୍ତି ଓ ଲୋକାମାନଙ୍କୁ ବାଣ୍ଟିବା ପରେ ରାତି ୧୧.୩୦ କିମ୍ବା ୧୨ଟାରେ ଘରକୁ ଫେରୁଛନ୍ତି। ସେମାନେ ସରିତା ବିହାରଠାରୁ ଆରମ୍ଭ କରି ସ୍କିଇଣ୍ଡିଆ ଯାଏ ଗରିବ ଲୋକମାନଙ୍କୁ ଖାଦ୍ୟ ବାଣ୍ଟୁଛନ୍ତି। ଏଥିପାଇଁ ଲୋକମାନେ ବି ସେମାନଙ୍କୁ ସାହାଯ୍ୟ କରୁଛନ୍ତି। ଏହି କାର୍ଯ୍ୟରେ ଅନୁଷ୍କାଙ୍କୁ ଏକ ଏନ୍‌ଜିଓ ମଧ୍ୟ ସହଯୋଗ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri