ଏଇ ଭାରତରେ

ପ୍ରଦୂଷିତ ବାୟୁକୁ ଉପଯୋଗ କରି କାର୍ବନ ଟାଇଲ ପ୍ରସ୍ତୁତ ହୋଇପାରୁଛି। ଏହା ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ, କିନ୍ତୁ ସତ। ମୁମ୍ବାଇର ଏକ ଷ୍ଟାର୍ଟଅପ୍‌ ଦ୍ୱାରା ଏଭଳି ଟାଇଲ୍‌ ତିଆରି କରାଯାଉଛି। ପ୍ରଦୂଷିତ ବାୟୁରୁ ଟାଇଲ୍‌ ପ୍ରସ୍ତୁତ କରୁଥିବା ବୋଷ୍ଟନସ୍ଥିତ ଏୟାର- ଲିଙ୍କ୍‌ ଷ୍ଟାର୍ଟଅପ୍‌ ସହଭାଗିତାରେ ଏହି ଷ୍ଟାର୍ଟଅପ ଚାଲିଛି। ତେଜସ୍‌ ୨୦୧୯ରେ ଉକ୍ତ ଷ୍ଟାର୍ଟଅପ୍‌କୁୁ ପ୍ରତିଷ୍ଠା କରି ତା’ ନାମ ରଖିଛନ୍ତି କାର୍ବନ କ୍ରାଫ୍ଟ ଡିଜାଇନ। ଗୋଟିଏ କାର୍ବନ ଟାଇଲ ତିଆରି କରିବା ପାଇଁ ୩୦,୦୦୦ ଲିଟର ଏୟାର ଫିଲ୍‌୍‌ଟର କରିବାକୁ ପଡୁଛି। ଏହା ବ୍ୟତୀତ ଏବକାର କାଚ ଭଳି ଟାଇଲ ପ୍ରସ୍ତୁତ କରିବା ଲାଗି ଯେତିକି ଏନର୍ଜି ଆବଶ୍ୟକ ତା’ର ୫ ଭାଗରୁ ଭାଗେରେ ଏହି ଟାଇଲ ତିଆରି କରାଯାଉଛି। ଏ କ୍ଷେତ୍ରରେ ଟାଇଲ୍‌କୁ ପୋଡା ନ ଯାଇ ହାଇଡ୍ରୋଲିକ ପ୍ରେସର୍‌ରେ ତିଆରି କରାଯାଉଛି। ବାୟୁରେ ଥିବା ପ୍ରଦୂଷିତ କଣିକାକୁ ମାର୍ବଲ ଚିପ୍ସ ,ମାର୍ବଲ ପାଉଡର ଓ ସିମେଣ୍ଟ ସହ ମିଶାଇ ୮ ଇଞ୍ଚ- ୮ ଇଞ୍ଚ,୧୦-୧୦ ଇଞ୍ଚ, ୧୨-୧୨ ଇଞ୍ଚ ସାଇଜ୍‌ର ଟାଇଲ ତିଆରି କରାଯାଉଛିି। ଅତ୍ୟଧିକ ବାୟୁ ପ୍ରଦୂଷିତ ଶିଳ୍ପାଞ୍ଚଳ ପାଇଁ ତେଜସ୍‌ଙ୍କ ନୂଆ ପଦ୍ଧତି ବେଶ୍‌ ଉପଯୋଗୀ ହୋଇପାରିବ। ୟୁନିଭର୍ସିଟି ଅଫ୍‌ ମୁମ୍ବାଇରୁ ତେଜସ୍‌ ଆର୍କିଟେକ୍‌ଚରରେ ଡିଗ୍ରୀ ହାସଲ କରିବା ପରେ ମୁମ୍ବାଇର ଏକ ଆର୍କିଟେକ୍‌ ଫାର୍ମରେ ଜୁନିୟର ଆର୍କିଟେକ୍‌ ଭାବେ କାର୍ଯ୍ୟ କରିଥିଲେ। ପରେ ଲଣ୍ଡନର ସ୍କୁଲ୍‌ ଅଫ୍‌ ଆର୍କିଟେକ୍‌ଚରରୁ ଏମର୍ଜେଣ୍ଟ ଟେକ୍‌ନୋଲୋଜି ଆଣ୍ଡ୍‌ ଡିଜାଇନରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି। ୨୦୧୯ ଜାନୁୟାରୀରେ ଷ୍ଟାର୍ଟଅପ ଆରମ୍ଭ କରି ବହୁ ଗବେଷଣା ପରେ ମେ’ ମାସରେ ଏହି ଟାଇଲ୍‌ ପ୍ରସ୍ତୁତ କରିବାକୁ ସକ୍ଷମ ହୋଇଥିଲେ। ଏଭଳି ଟାଇଲ ନିର୍ମାଣ କରିବା ପାଇଁ ଏବେ ଗୋଦରେଜ,ଲାର୍ସନ ଆଣ୍ଡ ଟୁବ୍ରୋ ଭଳି ଆଗଧାଡିର କମ୍ପାନୀ ତେଜସ୍‌ଙ୍କ ଷ୍ଟାର୍ଟଅପ୍‌ ସହ ଯୋଗାଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?