ଏଇ ଭାରତରେ

ଚାକିରି ଛାଡି ଚାଷ କରି କେରଳର ଓ୍ବିଲିୟମ ମାଥ୍ୟୁସ ଯୁବପିଢିଙ୍କୁ ନୂଆ ବାଟ ଦେଖାଇଛନ୍ତି। ୮ ଏକର ଜମିରେ ୫୫୦ ଫଳ ଗଛ ଲଗାଇଛନ୍ତି। ଏମ୍‌ସିଏ ଗ୍ରାଜୁଏଟ୍‌ ମାଥ୍ୟୁ ରହନ୍ତି କୋଝିକୋଡ୍‌ ଜିଲାର କାବାତୁମାଲା ଗାଁରେ। ଶିକ୍ଷା ଶେଷ କରିବା ପରେ ସେ ଦୁବାଇରେ ଚାକିରି କରିଥିଲେ। ୨୦୧୦ରେ ଚାକିରି ଛାଡି ଘରକୁ ଫେରି ଫଳଚାଷ ଆରମ୍ଭ କରିଥିଲେ। ୧୦ ବର୍ଷ ମଧ୍ୟରେ ସେ ଏହି ଚାଷରେ ସଫଳତା ପାଇଛନ୍ତି। ତାଙ୍କ ଫାର୍ମରେ ଉପତ୍ାଦିତ ଫଳର ଚାହିଦା କେରଳ ସମେତ ଦେଶର ଅନ୍ୟ ରାଜ୍ୟରେ ବେଶ୍‌ ଭଲ ରହିଛି। ଫାର୍ମରେ ୩୦ ପ୍ରକାରର ଲେମ୍ବୁ, ୧୯ ପ୍ରକାର ଖଜୁରି କୋଳି, ୭ ପ୍ରକାର ପିଜୁଳି ଓ ୮ ପ୍ରକାର ବିଦେଶୀ ଫଳଚାଷ କରୁଛନ୍ତି। ୨୦୧୦ରେ ସେ ପ୍ରତ୍ୟେକ ଚାରା ୫୦୦ ଟଙ୍କାରେ କିଣିଥିତ୍ଲେ, ଏବେ ଏହାର ମୂଲ୍ୟ ୧ ହଜାରରୁ ୨ ହଜାର ଟଙ୍କା ହେବ ବୋଲି କହନ୍ତି ୪୨ ବର୍ଷୀୟ ମାଥ୍ୟୁ। ଫଳଚାଷ ସହ ସେ ଦୁଇଟି ପୋଖରୀରେ ମାଛ ଚାଷ କରୁଛନ୍ତି। ମହୁଚାଷ କରିବା ସହ ଅନ୍ୟମାନଙ୍କୁ ଏହି ଚାଷ ସମ୍ପର୍କରେ ଶିକ୍ଷା ମଧ୍ୟ ଦେଉଛନ୍ତି। ଫାର୍ମରେ ସେ ୧୦୦ଟି ମହୁବାକ୍ସ ରଖିଛନ୍ତି ଓ ବିଭିନ୍ନ ଓ୍ୟଷଧୀୟ ବୃକ୍ଷ ମଧ୍ୟ ଲଗାଇଛନ୍ତି । ସେ ମଧ୍ୟ ତାଙ୍କ ଅଞ୍ଚଳର ପିଲାମାନଙ୍କୁ ଆଇଟି କ୍ଷେତ୍ରରେ ଦକ୍ଷ କରିବା ପାଇଁ ଏକ ଅନୁଷ୍ଠାନ ଗଢି ଶିକ୍ଷା ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri