ଏଇ ଭାରତରେ

କୋଭିଡ-୧୯ କରୋନା ଭାଇରସ୍‌କୁ ପ୍ରତିରୋଧ କରିବା ଲାଗି ସାରା ବିଶ୍ୱ ସବୁ ବଳ ଖଟାଇ ଦେଇଛି। ହେଲେ ତାହାକୁ କାବୁ କରାଯାଇପାରୁନାହିଁ। ପ୍ରତିଦିନ ହଜାର ହଜାର ଲୋକ ଏଥିରେ ପ୍ରାଣ ହରାଉଛନ୍ତି। ବିଶ୍ୱରେ ବୈଜ୍ଞାନିକମାନେ ଓଷଧ ବିକାଶ କରିବାରେ ଲାଗିଥିବାବେଳେ ଭାରତରେ ଦୁଇଜଣ ପୂର୍ବତନ ଆଇଆଇଟି ଛାତ୍ର କରୋନା ଭାଇରସ୍‌କୁ ରୋକିବା ଲାଗି ଏକ ରୋବୋ ନିର୍ମାଣ କରିଛନ୍ତି। ଏହି ଦୁଇଜଣ ଯୁବ ବୈଜ୍ଞାନିକ ହେଉଛନ୍ତି ଦେବଯାନ ଶାହା ଓ ଡ. ଶଶି ରଞ୍ଜନ। ମଣିଷ ଭଳି ଦେଖିବାକୁ ଏହି ରୋବୋର ନାମ‘ ଏୟାରଲେନ୍ସ ମାଇନସ୍‌ କରୋନା’ ରଖାଯାଇଛି। ହସ୍ପିଟାଲ, ବସଷ୍ଟାଣ୍ଡ୍‌,ରେଲଓ୍ବେ ଷ୍ଟେଶନ, ଶପିଂ ମଲ୍‌ ଆଦି ସ୍ଥାନରେ ଏହି ରୋବୋ ଆଇଓନାଇଜଡ୍‌ ଓ୍ବାଟର ସ୍ପ୍ରେ କରି କରୋନା ଭୂତାଣୁକୁ ଶେଷ କରିପାରିବ ବୋଲି କହନ୍ତି ଶାହା। ସ୍ପ୍ରେ ମାଧ୍ୟମରେ କରୋନା ଭୂତାଣୁର ପ୍ରୋଟିନ କୋଟିଂକୁ ନଷ୍ଟ କରିପାରିବ। ଲକ୍‌ଡାଉନ ସମୟରେ ଶହା କୋଲକାତାରେ ଓ ଡ. ଶଶି ଦିଲ୍ଲୀରେ ରହୁଥିଲେ ମଧ୍ୟ ସେହି ଅଞ୍ଚଳରେ ଉପଲବ୍ଧ ହେଉଥିବା ସଂସାଧନକୁ ଉପଯୋଗ କରି ସେମାନେ ଏହାର ପ୍ରୋଟୋଟାଇପ୍‌ ବା ପ୍ରତିକୃତି ନିର୍ମାଣ କରିଛନ୍ତି। ଏହାର ପରୀକ୍ଷା ପାଇଁ ବିଜ୍ଞାନ ଓ ଜ୍ଞାନକୌଶଳ ବିଭାଗ ଅଧୀନରେ ଥିବା ଜ୍ଞାନକୌଶଳ ବିକାଶ ବୋର୍ଡ ନିକଟକୁ ପଠାଇଛନ୍ତି। ତେବେ ଏହି ସଂକଟ ସମୟରେ ଏଭଳି ଅଧିକ ରୋବୋ ନିର୍ମାଣ କରିବାକୁ ଇଞ୍ଜିନିୟରମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ସେମାନେ ବିଭାଗକୁ ପ୍ରସ୍ତାବ ମଧ୍ୟ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

ଏକଲବ୍ୟ ଓ ଅଙ୍ଗୁଳିମାଳ

କଲବ୍ୟଙ୍କ କାହାଣୀ ହେଉଛି ଜଣେ ନିମ୍ନଜାତିର ବନବାସୀ ବାଳକଙ୍କ କଥା। ବ୍ରାହ୍ମଣ ଗୁରୁ ଦ୍ରୋଣ ତାଙ୍କୁ ଶିଷ୍ୟ ଭାବେ ଗ୍ରହଣ କରିବାକୁ ମନା କରିଥିଲେ। ଏହା ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri