ଏଇ ଭାରତରେ

କରୋନା ସଂକ୍ରମଣକୁ ନେଇ ସାରା ଦେଶ ଚିନ୍ତିତ ଥିବାବେଳେ ମହାରାଷ୍ଟ୍ରରେ ଏହା ଅଧିକ ଜଟିଳ ପରିସ୍ଥିତି ସୃଷ୍ଟି କରିଛି। କିନ୍ତୁ ମୁମ୍ବାଇର ଶିଶିର ଜୋଷୀ ସଂକ୍ରମଣ ରୋକିବାକୁ ଘରେ କ୍ୱାରାଣ୍ଟାଇନ୍‌ରେ ଥିବା ଲୋକମାନଙ୍କୁ ତେଜରାତି ଜିନିଷଠାରୁ ଆରମ୍ଭ କରି ଓଷଧ ଆଦି ଯୋଗାଇ ଦେଉଛନ୍ତି। ସଂକ୍ରମଣ ରୋକିବା ଲାଗି ଜିନିଷ ବାବଦରେ ଅର୍ଥ ଅନ୍‌ଲାଇନ ପେମେଣ୍ଟ ଜରିଆରେ ଗ୍ରହଣ କରୁଛନ୍ତି। କିନ୍ତୁ ଡେଲିଭରି ବାବଦରେ ସେ କାହାଠାରୁ ଟଙ୍କାଟିଏ ବି ନେଉନାହାନ୍ତି। ଏଭଳି ସଂକଟମୟ ସମୟରେ ଲୋକମାନଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ସେ ସ୍ବେଚ୍ଛାସେବୀମାନଙ୍କ ସହ ଆଗକୁ ଆସିଛନ୍ତି ବୋଲି କୁହନ୍ତି ପ୍ରୋଜେକ୍ଟ ମୁମ୍ବାଇ ଏନ୍‌ଜିଓର କାର୍ଯ୍ୟନିର୍ବାହୀ ଶିଶିର। ମୁମ୍ବାଇ କମିଶନରଙ୍କ ଟାସ୍କ ଫୋର୍ସ ଏ କ୍ଷେତ୍ରରେ ଅନେକ ଅଞ୍ଚଳରେ କାର୍ଯ୍ୟ କରୁଥିଲେ ବି ସେମାନଙ୍କ ସହ ମିଶି ଶିଶିର ଓ ତାଙ୍କ ଟିମ୍‌ ଏହି କାର୍ଯ୍ୟକୁ ଆହୁରି ତ୍ୱରାନ୍ବିତ କରିପାରିଛନ୍ତି। କେବଳ କ୍ୱାରାଣ୍ଟାଇନରେ ଥିବା ବ୍ୟକ୍ତି ନୁହନ୍ତି, ଘରେ ଏକୁଟିଆ ରହୁଥିବା ବରିଷ୍ଠ ନାଗରିକମାନଙ୍କୁ ମଧ୍ୟ ଶିଶିରଙ୍କ ଟିମ୍‌ ରାଶନ ସାମଗ୍ରୀ ସମେତ ଓଷଧ ଯୋଗାଇଦେଉଛନ୍ତି। ଯେଉଁମାନେ ସେଲ୍ଫ କ୍ୱରାଣ୍ଟାଇନରେ ରହିଛନ୍ତି ସେମାନେ ସେମାନଙ୍କ ଚିଠି ଓ ଷ୍ଟାମ୍ପର ଛବି ହା୍ବଟ୍ସଆପ୍‌ରେ ତାଙ୍କ ପାଖକୁ ପଠାଇବା ପରେ ଏହା ଉପରେ ଅନୁଧ୍ୟାନ କରାଯାଇ ଜିନିଷ ଯୋଗାଇ ଦିଆଯାଉଛି। ଓଷଧ ଯୋଗାଇବା ଲାଗି ଶିଶିରଙ୍କୁ ଏକ ଇ-ଫାର୍ମା ରିଟେଲର ସାହାଯ୍ୟ କରିବାକୁ ଆଗେଇ ଆସିଛି। ଶିଶିର ଓ ତାଙ୍କ ଟିମ୍‌ର ଏହି କାର୍ଯ୍ୟକୁ ସବୁଆଡୁ ପ୍ରଶଂସା କରାଯାଉଛି। ଏହି କାର୍ଯ୍ୟରେ ଅଧିକ ସ୍ବେଚ୍ଛାସେବୀ ତାଙ୍କ ସହ ଯୋଡିହେବା ଲାଗି ସେ ଆଶା କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ପୋଲିସ ଚାକିରି କରି ସମାଜ ସେବାରେ ସମୟ ଦେଉଛନ୍ତି ପି. କାର୍ତ୍ତିକ। ତାମିଲନାଡୁର ଛେଙ୍ଗଲାପେଟ ଟାଉନ ଥାନାର କନ୍‌ଷ୍ଟେବଲ ଭାବେ ଦାୟିତ୍ୱ ନିର୍ବାହ କରିବା ସହ ସେ…

ଯୁଦ୍ଧ ଓ ପରିବେଶ

ବର୍ତ୍ତମାନ ପୃଥିବୀରେ ଏକ ପକ୍ଷରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇସ୍ରାଏଲ ଏବଂ ଅନ୍ୟପକ୍ଷରେ ଇରାନ ଯୁଦ୍ଧରେ ବ୍ୟସ୍ତ। ଅନେକ କୋଠା ଧ୍ୱଂସ ପାଉଛି ଏବଂ ଅନେକ ଲୋକ…

ଭିଡ଼ହିଂସା: କାର୍ଯ୍ୟାନୁଷ୍ଠାନ ଜରୁରୀ

ଚଳିତ ମାସରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଥାନା ଇଲାକାରେ ଭିଡ଼ ହଂସାର ଏକ ବୀଭତ୍ସ ଘଟଣା ସାମ୍ନାକୁ ଆସିଛି। ରାସ୍ତାରେ ବାଇକ୍‌ ଯୋଗେ ଯାଉଥିବା ବେଳେ ସ୍କୁଟି…

ସମସ୍ତେ ବେଜିଂ ମୁହାଁ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ୧୫ ମେ’ରେ ଚାଇନା ପ୍ରତିପକ୍ଷ ଶି ଜିନ୍‌ପିଙ୍ଗଙ୍କ ସହ ଦୁଇ ଦିନିଆ ଆଲୋଚନା ଶେଷ କରି ଫେରିଛନ୍ତି। ଦୁଇ ନେତାଙ୍କ ମଧ୍ୟରେ…

ତାମିଲନାଡୁର ରାଜତାରକା

ଭାରତସାରା ଚର୍ଚ୍ଚା ହେଉଛି ଯେ ଦୁଇବର୍ଷ ତଳେ ରାଜନୈତିକ ଦଳ ତାମିଲାଗା ଭେଟ୍ରି କାଜାଗମ୍‌ (ଟିଭିକେ) ଗଢ଼ି ଅଭିନେତାରୁ ରାଜନେତା ପାଲଟିଥିବା ଚନ୍ଦ୍ରଶେଖରନ୍‌ ଯୋଶେଫ୍‌ ବିଜୟ ଗ୍ରୀନ୍‌…

ନିର୍ବାଚନ ପ୍ରକ୍ରିୟାରେ ଭୋଟର

”ଆଜିକାଲି ଜଣେ ଗୃହହୀନ ବ୍ୟକ୍ତିଙ୍କ ବାସସ୍ଥାନର ଆବଶ୍ୟକତା ପୂରଣ କରିବାକୁ ହେଲେ ବିଏଲ୍‌ଓ (ବୁଥ ସ୍ତରୀୟ ଅଧିକାରୀ) ରାତିରେ ଯାଇ ସେହି ବ୍ୟକ୍ତି ପ୍ରକୃତରେ ତାଙ୍କ ପ୍ରଦତ୍ତ…

ଆମ ବ୍ୟବସ୍ଥା ଓ ସାଧାରଣ ଜନତା

କେନ୍ଦୁଝରର ଜିତୁ ମୁଣ୍ଡା ଏବେ ସାରା ଭାରତ ଓ ବିଶ୍ୱରେ ଚର୍ଚ୍ଚିତ ହୋଇଛନ୍ତି। ନିଜ ମୃତ ଭଉଣୀଙ୍କ ନାମରେ ବ୍ୟାଙ୍କରେ ଥିବା ଟଙ୍କାକୁ ଉଠେଇବାକୁ ଯାଇ ବାରମ୍ବାର…

ପିଇବା ପାଣିର ବଜାରୀକରଣ

ବିଗତ ସତୁରି ଅଶୀ ଦଶକର କଥା। ବିନା ଦ୍ୱନ୍ଦ୍ୱରେ କୂଅ ଓ ନଳକୂଅରୁ ସିଧା ସଳଖ ଆମେ ପାଣି ପିଇ ଦେଉଥିଲୁ। ଏ କଥା ଏବେ ଭାବିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri