ଏଇ ଭାରତରେ

ଗୁଜରାଟର ଜଣେ ପ୍ରଧାନଶିକ୍ଷକ ଜୈବିକ କୃଷି ମାଧ୍ୟମରେ ପିଲାଙ୍କ ଉପସ୍ଥାନ ଶତ ପ୍ରତିଶତରେ ପହଞ୍ଚାଇବାରେ ସଫଳ ହେବା ନିଶ୍ଚିତ ଭାବେ ପ୍ରଶଂସନୀୟ। ଏହି ପ୍ରଧାନଶିକ୍ଷକ ହେଉଛନ୍ତି ନରେନ୍ଦ୍ର ଚୌହାନ। ୨୦୧୧ରେ ସେ ବଡୋଦରାର ଭାୟାଦପୁର ପ୍ରାଇମେରୀ ସ୍କୁଲ୍‌ରେ ଯୋଗଦେଇଥିତ୍ଲେ। ସେତେବେଳେ ପିଲାମାନେ ସ୍କୁଲ୍‌କୁ ଆସୁ ନ ଥିଲେ କି ମଧ୍ୟାହ୍ନଭୋଜନ ଖାଇବାରେ ଆଗ୍ରହ ପ୍ରକାଶ କରୁ ନ ଥିଲେ। ଦାରିଦ୍ର୍ୟ ଯୋଗୁ ଅଭିଭାବକମାନେ ପିଲାଙ୍କୁ ସ୍କୁଲ୍‌ ପଠାଉ ନ ଥିଲେ। ଏଣୁ ୨୦୧୩ରେ ସେ ନିଜସ୍ବ ଉଦ୍ୟମରେ ସ୍କୁଲ୍‌ରେ ଦୁଇଟି କିଚେନ ଗାର୍ଡନ କରି ପରିବା ଚାଷ ଆରମ୍ଭ କରିଥିଲେ। ସେଥିରୁ ଉପତ୍ାଦିତ ପରିବା ମଧ୍ୟାହ୍ନଭୋଜନରେ ପିଲାମାନଙ୍କୁ ଦେଇଥିଲେ। ଧୀରେ ଧୀରେ ପିଲାମାନେ ସ୍କୁଲ ଆସିବା ଆରମ୍ଭ କରିଥିଲେ। ଏବେ ଦୈନିକ ସବୁ ପିଲା ସ୍କୁଲକୁ ଆସୁଛନ୍ତି। ପ୍ରଧାନଶିକ୍ଷକଙ୍କୁ ଚାଷ କରିବା ଦେଖି ପିଲାମାନେ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛନ୍ତି। ଏହା ମଧ୍ୟରେ ୧୭ ବର୍ଷ ବିତିଯାଇଛି, ହେଲେ ଏହି ପ୍ରଧାନ ଶିକ୍ଷକ ଜଣକ ତାଙ୍କ ଲକ୍ଷ୍ୟରୁ ଓହରିନାହାନ୍ତି। ଏବେ ସ୍କୁଲ୍‌ ବଗିଚାରେ ସେ ପିଲାମାନଙ୍କ ସହଯୋଗରେ ସବୁପ୍ରକାର ପରିବା ଓ ଶାଗ ଚାଷ କରୁଛନ୍ତି। ଚାଷରେ ଜୈବିକ ଖତ ଓ କୀଟନାଶକ ବ୍ୟବହାର କରୁଛନ୍ତି। ଏଯାବତ୍‌ ଚୌହାନ ସ୍କୁଲ୍‌ ବଗିଚାରୁ ୮ ହଜାର କେଜି ପରିବା ଉପତ୍ାଦନ କରିସାରିଛନ୍ତି। ମଧ୍ୟାହ୍ନଭୋଜନରେ ଆବଶ୍ୟକତା ପୂରଣ ପରେ ବଳକା ପରିବା ପିଲାମାନଙ୍କୁ ଦେଉଛନ୍ତି। ଏହାଦ୍ୱାରା ସେମାନଙ୍କ ପରିବାର ଉପକୃତ ହେବା ସହ ସ୍ବାସ୍ଥ୍ୟକର ଖାଦ୍ୟ ଖାଇପାରୁଛନ୍ତି। ଅଭିଭାବକମାନେ ନିୟମିତ ପିଲାଙ୍କୁ ସ୍କୁଲ ପଠାଉଛନ୍ତି ଓ ପିଲାମାନେ ପଢିବା ସହ ଜୈବିକ କୃଷି ସମ୍ପର୍କରେ ଶିକ୍ଷା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

ସ୍ଲଟ୍‌ ବୁକିଂ ବ୍ୟବସ୍ଥାରେ ଶ୍ରୀଜୀଉ ଦର୍ଶନ

ଶ୍ରୀ ଜଗନ୍ନାଥଙ୍କ ଦର୍ଶନରେ ସୁଧାର ଆଣିବାକୁ ସରକାର ସ୍ଲଟ୍‌ ବୁକିଂ ବ୍ୟବସ୍ଥା ପ୍ରଚଳନ ପାଇଁ କହିଛନ୍ତି। ଏହା ଉପରେ ପ୍ରାଥମିକ ପଦକ୍ଷେପ ଆରମ୍ଭ ହୋଇଯାଇଛି ବୋଲି ଶ୍ରୀମନ୍ଦିର…

ସମୃଦ୍ଧିର ପ୍ରତୀକ

ଦେବଦତ୍ତ ପଟ୍ଟନାୟକ ଲଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ…

ଟପ୍ପର ହେବା ଜରୁରୀ କି

ନିକଟରେ ପ୍ରକାଶ ପାଇଥିବା ସିିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା ଫଳକୁ ନେଇ ଓଡ଼ିଶା ସାରା ଚର୍ଚ୍ଚା। କେବଳ ଓଡ଼ିଶା କାହିଁକି, ସାରା ଭାରତରେ ଅନେକ ଛାତ୍ରୀଛାତ୍ର ଶତକଡା…

ସମୃଦ୍ଧିର ପ୍ରତୀକ

ଲକ୍ଷ୍ମୀଙ୍କ ଦୁଇ ପାଖରେ ଦୁଇଟି ହାତୀ ତାଙ୍କ ମୁଣ୍ଡ ଉପରେ ପାଣି ଢାଳୁଥିବାର ଛବି ବା ମୂର୍ତ୍ତି ସାରା ଭାରତରେ ବେଶ୍‌ ଜଣାଶୁଣା। ଏହାକୁ ସମୃଦ୍ଧିର ପ୍ରତୀକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri