ଏଇ ଭାରତରେ

ସାମ୍ପ୍ରତିକ ସମୟରେ ଡିଜିଟାଲ ଶିକ୍ଷାର ଆବଶ୍ୟକତାକୁ ଉପଲବ୍ଧି କରି ଝାଡଖଣ୍ଡର ଜଣେ ଯୁବକ ଗ୍ରାମାଞ୍ଚଳ ପିଲାମାନଙ୍କୁ ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର କ୍ଲାସ୍‌ ମାଧ୍ୟମରେ ଶିକ୍ଷା ଦେଉଛନ୍ତି। ସାନ୍‌ଓ୍ବିଲ ଶ୍ରୀବାସ୍ତବ ‘ଏଡିମ୍‌ପ୍ୟାକ୍ଟ’ ସଂଗଠନ ମାଧ୍ୟମରେ ବିଭିନ୍ନ ରାଜ୍ୟରେ ଦୁର୍ଗମ ଗ୍ରାମାଞ୍ଚଳର ହଜାର ହଜାର ପିଲାଙ୍କୁ ଡିଜିଟାଲ ଶିକ୍ଷା ପ୍ରଦାନ କରୁଛନ୍ତିି। ପିଲାମାନଙ୍କୁ ଡିଜିଟାଲ ଶିକ୍ଷା ଦେବା ଲାଗି ସେ ସେପ୍ଟେମ୍ବର ୨୦୧୮ରେ ପ୍ରଥମେ ରାଞ୍ଚିରେ ‘ପ୍ରୋଜେକ୍ଟ ସୂର୍ଯ୍ୟକିରଣ’ ଯୋଜନା ଆରମ୍ଭ କରିଥିଲେ। ପରେ ଏହା ଦିଲ୍ଲୀ, ମହାରାଷ୍ଟ୍ର, ବିହାର, ଝାଡ଼ଖଣ୍ଡ, ମେଘାଳୟ ଓ କର୍ନାଟକରେ କାର୍ଯ୍ୟ ଆରମ୍ଭ କରିଛି। ସୌରଚାଳିତ ଭ୍ରାମ୍ୟମାଣ କମ୍ପ୍ୟୁଟର ଲାବ୍‌ ଦ୍ୱାରା ଏହି ଅଭିଯାନ ଚଳାଇଛନ୍ତି ଶ୍ରୀବାସ୍ତବ। ଓ୍ବାଇଫାଇ ସଂଯୋଗ ସହ ଲାବ୍‌ରେ ୫ଟି କମ୍ପ୍ୟୁଟର ଓ ଗୋଟିଏ ଡେମୋ କମ୍ପ୍ୟୁଟର ରଖାଯାଇଛି। ଲାବ୍‌ରେ ୬ରୁ ୭ ଜଣ ପିଲା ବସିପାରୁଛନ୍ତି। ୧ କେଭିଏ ସୋଲାର୍‌ ଇନଭର୍ଟର ଲାବ୍‌କୁ ବିଦ୍ୟୁତ୍‌ ଯୋଗାଉଛି। ଏଥିରେ ୬ରୁ ୭ ଘଣ୍ଟା ଯାଏ ପାଓ୍ବାର ବ୍ୟାକ୍‌ଅପ୍‌ ସିଷ୍ଟମ୍‌ ରହିଛି। ଏଡିମ୍‌ପ୍ୟାକ୍ଟକୁ ଚଳାଇବା ଲାଗି ଇଞ୍ଜିନିୟରିଂ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ଦେଇଛନ୍ତି ଶ୍ରୀବାସ୍ତବ। ଏହି ସଂସ୍ଥା ଦ୍ୱାରା ଏବେ ସୁଦ୍ଧା ବିଭିନ୍ନ ଗାଁ ଓ ସ୍କୁଲରେ ୪ ହଜାରରୁ ଊର୍ଦ୍ଧ୍ୱ ପିଲା ଉପକୃତ ହୋଇସାରିଲେଣି। କମ୍ପ୍ୟୁଟର ଅପରେଟିଂ, ଫାଇଲ ଖୋଲିବା, ଇଣ୍ଟର୍‌ନେଟ, ଇମେଲ ଓ କ୍ୟାସ୍‌ଲେସ ଟ୍ରଞ୍ଜାକସନ ସମ୍ବନ୍ଧରେ ଶିକ୍ଷା ଦିଆଯାଉଛି। ଜିଲା ଶିକ୍ଷା ଅଧିକାରୀଙ୍କ ଅନୁମତି ନେଇ ସାମାଜିକ କର୍ମୀ, ଗାଁ ମୁଖିଆଙ୍କ ସହଯୋଗରେ ସମ୍ପୃକ୍ତ ଗାଁ ଓ ସ୍କୁଲଗୁଡିକରେ ଏହାକୁ ତ୍ୱରାନ୍ବିତ କରାଯାଉଛି। ଭିତ୍ତିଭୂମି ତଥା ବୃତ୍ତିଧାରୀ ଶିକ୍ଷକଙ୍କ ଅଭାବରୁ ଦୁର୍ଗମ ଗ୍ରାମଗୁଡିକରେ ଡିଜିଟାଲ ଶିକ୍ଷା ପାଇବାରୁ ବଞ୍ଚିତ ପିଲାମାନଙ୍କ ସମସ୍ୟା ଅନେକାଂଶରେ ଦୂର ହୋଇପାରିଛି ବୋଲି କହନ୍ତି ଶ୍ରୀବାସ୍ତବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri