ଏଇ ଭାରତରେ

ବେଙ୍ଗାଲୁରୁର କେତେଜଣ ଯୁବକଙ୍କ ସେବା ମନୋଭାବ ଅନ୍ୟମାନଙ୍କ ଲାଗି ପ୍ରେରଣା ପାଲଟିଛି। ୨୨ ବର୍ଷୀୟ ଆଣ୍ଡ୍ରିିୟୁ ବାପଟିଷ୍ଟ୍‌ଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍‌ ଦୀର୍ଘ ୪ ବର୍ଷ ହେବ ଅସହାୟ ଲୋକମାନଙ୍କୁ କମ୍ବଳ ବାଣ୍ଟୁଛନ୍ତି। ଆଣ୍ଡ୍ରିୟୁ ୨୦୧୬ରେ ବେଙ୍ଗାଲୁରୁର ସେଣ୍ଟ୍‌ ଷ୍ଟିଫେନ୍ସ ପିୟୁ କଲେଜ, ମାଉଣ୍ଟ କାର୍ମେ କଲେଜ, କେଆଇଏମ୍‌ଏସ୍‌, ସେଣ୍ଟ ଜୋସେଫ କଲେଜ ଅଫ୍‌ କମର୍ସର ଛାତ୍ରସଂଘ ସହ ଆଲୋଚନା କରିବା ପରେ ଏଭଳି ସେବା ଆରମ୍ଭ କରିଥିଲେ। ପରେ ଏହି କଲେଜଗୁଡିକରେ ଏ ସମ୍ପର୍କରେ ଘୋଷଣା କରାଯିବା ପରେ କମ୍ବଳ ସଂଗ୍ରହ ଆରମ୍ଭ ହୋଇଥିଲା ଓ ଏହାକୁ ବାଣ୍ଟାଯାଇଥିଲା। ସେବେଠାରୁ ପ୍ରତିବର୍ଷ ଶୀତଦିନେ ସେମାନେ ଏହି ଅଭିଯାନରେ ୧୨ ଶହ କମ୍ବଳ ବାଣ୍ଟି ସାରିଛନ୍ତିି। ଡିସେମ୍ବର ୨୦୧୯ରୁ ପୁଣି ତାଙ୍କ ଅଭିଯାନ ଆରମ୍ଭ କରି ଏବେ ସୁଦ୍ଧା ୩୦୦ରୁ ଊର୍ଦ୍ଧ୍ୱ କମ୍ବଳ ବାଣ୍ଟିିଛନ୍ତି। ଏବେ ଲୋକମାନେ ତାଙ୍କୁ ଏଥିରେ ସହଯୋଗ କରୁଛନ୍ତି। ସେମାନେ ଆଣ୍ଡ୍ରିୟୁଙ୍କ ଟିମ୍‌କୁ ଡାକି କମ୍ବଳ ଦାନ କରୁଛନ୍ତି। ସେ ସୋସିଆଲ ମିଡିଆରେ ‘ଶେୟାର ଏ ବ୍ଲାଙ୍କେଟ୍‌ କ୍ୟାମ୍ପେନ୍‌’ ଆରମ୍ଭ କରିଛନ୍ତି। ଏଥିରେ ଅଧିକରୁ ଅଧିକ ଯୁବକ ସାମିଲ ହୋଇ ନିଜ ଖର୍ଚ୍ଚରେ ଲୋକମାନଙ୍କ ଘରକୁ ଯାଇ କମ୍ବଳ ସଂଗ୍ରହ କରୁଛନ୍ତି। ପ୍ରତିବର୍ଷ ଆଣ୍ଡ୍ରିୟୁଙ୍କ ଟିମ୍‌ ଶୀତଦିନେ ବେଙ୍ଗାଲୁରୁର ବିଭିନ୍ନ ସ୍ଥାନ କିମ୍ବା ବସ୍‌ଷ୍ଟାଣ୍ଡ ନିକଟରେ ରହୁଥିବା ଅସହାୟ ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ କମ୍ବଳ ଦାନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri