ବାପାଙ୍କ ସାଙ୍ଗ ଓ ମୁଁ

ଡା. ସୁରେନ୍ଦ୍ର ନାଥ ପତି
ପ୍ରାତଃଭ୍ରମଣ ସମୟରେ ମୋ ବାପାଙ୍କର ସାଙ୍ଗ ଦିନେ କହିଲେ, ”ବାବା, ତମ ବାପା ୪୫ ବର୍ଷ ବୟସରେ ବୁଢ଼ା ପରି ଦିଶୁଥିଲେ। ତୁମକୁ ପ୍ରାୟ ୬୦ ବର୍ଷ ହେବଣି, କାହିଁ ବୁଢ଼ା ପରି ଲାଗୁନ? ମୁଁ ମୋ ଗେଟ୍‌ଠାରୁ ଆଗକୁ ଯାଇ ତ ପାରୁନି।“ ମୋର ସ୍ବର୍ଗତ ପିତାଙ୍କର ଛବି ମୋ ମାନସପଟରେ ଭାସିଉଠିଲା। ତାଙ୍କର ସବୁ ବାଳ ଧଳା ହୋଇଯାଇଥିଲା। ଦାନ୍ତ କେତୋଟି ପଡ଼ିଯାଇଥିଲା। କିଛି ଚୋବାଇ ଖାଇପାରୁ ନ ଥିଲେ, ବିନା ଚଷମାରେ ଖବରକାଗଜ ପଢ଼ିପାରୁ ନ ଥିଲେ, ପରିଷ୍କାର ଶୁଣିପାରୁ ନ ଥିଲେ। କିନ୍ତୁ ସିଧା ଠିଆହୋଇ ପାରୁଥିଲେ। ସାଇକେଲରେ ବନ୍ଧୁବାନ୍ଧବଙ୍କ ଘରକୁ ଯାଉଥିଲେ। ଗୁଡ଼ିଆ ଦୋକାନରେ ମିଠା ବହୁତ ଖାଉଥିଲେ ଓ ଏହି ମଉସାଙ୍କୁ ଖୁଆଉ ଥିବାର ଶୁଣିଛି। ମୁଁ କହିଲି, ”ହଁ ମଉସା, ମୋର ଆଣ୍ଠୁ ଦରଜ ହେଲାଣି। ଔଷଧ ଖାଇବା ଟାଇମ୍‌ ହେଲାଣି, ଘରକୁ ଆସି ମୁଁ କଥାବାର୍ତ୍ତା କରିବି।“
ସେଦିନ ଉପରବେଳା ତାଙ୍କ ଘରକୁ ଗଲି। ଦାଣ୍ଡପିଣ୍ଡାରେ ଆମେ ବସିଲୁ। ସେ ଚା ମଗାଇଲେ। କହିଲି, ଆମେ ସମସ୍ତେ ବୟସ ବଢ଼ିବା ଯୋଗୁ ଏଜିଂ ପ୍ରସେସ୍‌ରେ ଅଛେ। ପିଲାବେଳୁ ୩୦ ବର୍ଷ ହେବା ପର୍ଯ୍ୟନ୍ତ ସବୁ ଠିକ୍‌ ରହେ। ତା’ ପରେ ଶରୀରର କ୍ଷମତା ସବୁ କ୍ଷେତ୍ରରେ କମି କମି ଆସେ। ମାଂସପେଶୀର ସଂକୋଚନ ପ୍ରସାରଣ କମେ, ଶକ୍ତି ମଧ୍ୟ। ୪୦ ବର୍ଷ ବେଳକୁ ଦୃଷ୍ଟିଶକ୍ତି ହ୍ରାସ ପାଇ ପାଖ ଜିନିଷ ଭଲକରି ଦେଖାଯାଏ ନାହିଁ। ଦାନ୍ତ ହଲିବା ଆରମ୍ଭ ହୁଏ। ୫୦ ବର୍ଷ ହେଲା ବେଳକୁ ବାଳ ପାଚିବା ଆରମ୍ଭ କରେ। ୬୦-୬୪ ବର୍ଷ ହେଲା ବେଳକୁ ଅଧେ ଲୋକଙ୍କର ଗଣ୍ଠିବ୍ୟଥା (ଅଷ୍ଟିଓ ଆର୍ଥ୍ରାଇଟିସ) ରୋଗ ଦେଖାଯାଏ। ବଧିରତା ଆସେ, ସ୍ତ୍ରୀଲୋକଙ୍କର ଋତୁସ୍ରାବ ୪୦-୪୫ ବର୍ଷ ବେଳକୁ ବନ୍ଦ ହୋଇଯାଏ। ଧମନୀଗୁଡ଼ିକର ଭିତର ପଟେ ଚର୍ବି ଜମିଯିବାରୁ ତା’ର ସଂକୋଚନ ପ୍ରସାରଣ ବାଧିତ ହୋଇ ଉଚ୍ଚ ରକ୍ତଚାପ ଦେଖାଯାଏ। ଏହା ଷ୍ଟ୍ରୋକ୍‌, ହାର୍ଟ ଆଟାକ୍‌ର କାରଣ ହୋଇଥାଏ। ଅକାଳ ମୃତ୍ୟୁକୁ ଡାକିଆଣେ। ଆହୁରି ଅଧିକ ବୟସ ହେଲେ ହାଡ଼ପୋରିହା ରୋଗ ହୁଏ। ଦୁର୍ବଳତା, ମାଂସପେଶୀ ପତଳା ହେବା, ମୁଖ ଓ ଅନ୍ୟସ୍ଥାନରେ ଚର୍ମ ଲୋଚାକୋଚା ହେବା, ପରିଶ୍ରମ କରିବାକୁ ଅକ୍ଷମତା, ଶକ୍ତିହୀନତା ଦେଖାଦିଏ। ତା’ପରେ ବିସ୍ମରଣ (ଡିମେନ୍ସିଆ)। ଅଧିକ ବୟସ (୬୫-୭୦) ବେଳକୁ ଆଲଜିମର୍ସ, ପାର୍କିନସନ ରୋଗ ହୋଇପାରେ। ଆମ ଦେଶରେ ହାରାହାରି ଆୟୁ ୬୫ ବର୍ଷ, ଉତ୍ତର ଆମେରିକାରେ ୮୦ ବର୍ଷ। ଭଗବାନ ଶ୍ରୀକୃଷ୍ଣ କୁଆଡ଼େ ୧୨୫ ବର୍ଷ ବଞ୍ଚି ଆହୁରି ମଧ୍ୟ ବଞ୍ଚିଥାନ୍ତେ, ଜାରା ଶବର ଶରାଘାତ କରି ନ ଥିଲେ।
ସମଗ୍ର ପୃଥିବୀରେ ପ୍ରତିଦିନ ଦେଢ଼ଲକ୍ଷ ଲୋକ ମୃତ୍ୟୁବରଣ କରନ୍ତି। ସେଥିରୁ ୨/୩ ଭାଗ ବୟସଜନିତ ରୋଗରେ ପଡ଼ି। ଏଜିଂ ପ୍ରସେସ୍‌ର କାରଣ କ’ଣ ହୋଇପାରେ? ଜନ୍ମକାଳରୁ ଶରୀରର କୋଷଗୁଡ଼ିକ ଦ୍ରୁତଗତିରେ ବିଭାଜିତ ହୁଅନ୍ତି। ତଦ୍ଦ୍ବାରା ଆକାର ବୃଦ୍ଧି ପାଏ। ବୟସ ବୃଦ୍ଧି ହେଲେ କୋଷଗୁଡ଼ିକ ବିଭାଜିତ ହୁଅନ୍ତି ନାହିଁ। ଗୋଟିଏ ସେଲ୍‌ ପ୍ରାୟ ୫୦ ଥର ବିଭାଜିତ ହେଲା ପରେ ମୃତ ହୁଏ। କିନ୍ତୁ କ୍ୟାନ୍‌ସର ସେଲ୍‌ଗୁଡ଼ିକ ଦ୍ରୁତଗତିରେ ବିଭାଜିତ ହୋଇ ଟ୍ୟୁମର ସୃଷ୍ଟି କରନ୍ତି। ସେଲ୍‌ଗୁଡ଼ିକର ଡିଏନ୍‌ଏ କ୍ଷତିଗ୍ରସ୍ତ ହୋଇ ଯେଉଁ ବର୍ଜ୍ୟବସ୍ତୁ ବାହାରିଥାଏ, ତାହା ମାଇଟୋକଣ୍ଡ୍ରିଆ ଦ୍ୱାରା କରାଯାଉଥିବା ମେଟାବୋଲିଜମ୍‌କୁ ବାଧାପ୍ରାପ୍ତ କରାନ୍ତି। ଏହି କୁ-ତତ୍ତ୍ୱଗୁଡ଼ିକୁ Free Radicals ଆଖ୍ୟା ଦିଆଯାଇଛି। କ୍ଷତିଗ୍ରସ୍ତ କୋଷିକାଗୁଡ଼ିକ ଏଜଂ ପ୍ରସେସ୍‌ର ମୂଳ କାରଣ। ମାନବ ସମାଜରେ ବୟସ୍କ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପୁରୁଷମାନଙ୍କ ତୁଳନାରେ ମହିଳାଙ୍କ ଆୟୁ ବୃଦ୍ଧି ଅଧିକ ହେଉଛି। ତେଣୁ ସମାଜରେ ବିଧବା ନାରୀଙ୍କ ସଂଖ୍ୟା ଅଧିକ। ପୁତ୍ରକନ୍ୟାମାନେ ବୟସ୍କ ମାତାପିତାଙ୍କୁ ଅବହେଳା କରୁଛନ୍ତି। ତେଣୁ ସେମାନେ ବୃଦ୍ଧାଶ୍ରମରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି।
ମଉସା କହିଲେ, ”ଆଚ୍ଛା ପୁଅ, ତୁମଠାରୁ ଏତେ ବୈଜ୍ଞାନିକ ତଥ୍ୟ ପାଇ ମୁଁ କିଛି କିଛି ବୁଝିପାରିଲି। ମୋର ତ ସମୟ ଗଲାଣି, ଯୁବ ସମାଜ ପାଇଁ କିଛି ଦିଗ୍‌ଦର୍ଶନ ଦେଲେ ସେମାନେ ଏବେଠାରୁ ସତର୍କ ହୁଅନ୍ତେ।“ ହଁ ମଉସା, ଆପଣ ଉଚିତ କଥାଟିଏ କହିଲେ। ପ୍ରତିଦିନ ଆମେ ଜାଣିବାକୁ ପାଉଛୁ କେତେଜଣ ଯୁବତୀଯୁବକ ହାର୍ଟ ଆଟାକ୍‌, ବ୍ରେନ୍‌ ଷ୍ଟ୍ରୋକ୍‌ରେ ଅକାଳରେ ଜୀବନ ହରାଉଛନ୍ତି। ପ୍ରଥମେ ସେମାନେ ଧୂମପାନ ସମ୍ପୂର୍ଣ୍ଣ ବର୍ଜନ କରିବା ଆବଶ୍ୟକ। ଅତ୍ୟଧିକ ମିଠାଦ୍ରବ୍ୟ, ମୃଦୁପାନୀୟ, ଚର୍ବିଜାତୀୟ ଖାଦ୍ୟ, ଫାଷ୍ଟଫୁଡ୍‌ ଗ୍ରହଣ କରିବେ ନାହିଁି, ଶାରୀରିକ ପରିଶ୍ରମ ପ୍ରତି ବିମୁଖ ହେବେ ନାହିଁ।“ ”ଆଚ୍ଛା ବାବୁ, ଆମେ ବୁଢ଼ୀବୁଢ଼ା ଆଉ କିଛିଦିନ କିପରି ସୁଖରେ କଟାଇବୁ।“ ”ହଁ, ଠିକ୍‌ କଥା। ଆପଣ ମଧ୍ୟ ମାନସିକ ଷ୍ଟ୍ରେସ୍‌ରୁ ମୁକ୍ତ ରୁହନ୍ତୁ। ଧ୍ୟାନ, ଯୋଗ, ପାଦରେ ଦିନକୁ ୪୫ ମିନିଟ୍‌ ଚାଲିବା, କମ୍‌ ମିଠା ଖାଇବା ଆବଶ୍ୟକ। ସଜ, ସବୁଜ ପନିପରିବା, ଭିଟାମିନ ବି, ସି, ଇ, ଡି ଥିବା ଖାଦ୍ୟ, ଯାହା ବହିରେ ଲେଖାଅଛି ତାହା ଗ୍ରହଣ କରିବେ। ଆଣ୍ଟିଅକ୍ସିଡାଣ୍ଟ ଔଷଧ ଖାଇଲେ ଉତ୍ତମ। ତା’ ବ୍ୟତୀତ ମାନସିକ ସ୍ବାସ୍ଥ୍ୟ ହିଁ ସର୍ବଶ୍ରେଷ୍ଠ ଆବଶ୍ୟକତା। ସବୁ କାର୍ଯ୍ୟରେ ଆଶାବାଦୀ ହେବା, ଯୁଗ ଅନୁଯାୟୀ ନିଜକୁ ପରିବର୍ତ୍ତନ କରିବା, ସାଙ୍ଗସାଥୀ ମେଳରେ କିଛି ସମୟ ଅତିବାହିତ କରିବା, ଯୁବକ ଅବସ୍ଥାରେ ଯେଉଁ ହବି ଥିଲା ତାହା ପୁନର୍ବାର ଆରମ୍ଭ କରିବା, ମାନସିକ ଉତ୍ତେଜନା, ରାଗ, ହିଂସା, ଦ୍ୱେଷ, ପରଶ୍ରୀକାତରତା ତ୍ୟାଗ କରିବା ଉଚିତ। ଜୀବନରେ ଯେତିକି ପରିଚୟ, ପ୍ରଶଂସା, ସମ୍ମାନ ହାସଲ କରିଛନ୍ତି ସେତିକିରେ ସନ୍ତୁଷ୍ଟ ରହି ଈଶ୍ୱରଙ୍କ କୃପା ଭିକ୍ଷା କରିବା ସମସ୍ତ ବୃଦ୍ଧାବୃଦ୍ଧଙ୍କର ସର୍ବପ୍ରଥମ ଆବଶ୍ୟକତା।“
ରେଣୁକା ଏନ୍‌କ୍ଲେଭ, ପୁରୀ, ମୋ-୯୪୩୭୪୯୪୭୭୬


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri