ଏଇ ଭାରତରେ

ଟ୍ରାଫିକ ନିୟମ ନ ମାନିଲେ ଚାଳକଙ୍କୁ ଜରିମାନା ଦେବାକୁ ପଡେ। କିନ୍ତୁ ଏହା ବଦଳରେ ସେମାନଙ୍କୁ ରଚନା ଲେଖିବାକୁ ପଡିଛି ଭୋପାଳରେ। ସଡ଼କ ସୁରକ୍ଷା ଆଇନ ଲାଗୁ ହେବା ପରେ ବିଭିନ୍ନ ସ୍ଥାନରେ ଚାଳକଙ୍କ ଉପରେ ଲାଗୁ କରାଯାଇଥିବା ଜରିମାନାକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ଏଭଳି ନିୟମକୁ ଅମାନ୍ୟ କରି ରଚନା ଲେଖିଛନ୍ତି ୧୫୦ ଜଣ ଦୁଇଚକିଆ ଚାଳକ। ଭୋପାଳ ଟ୍ରାଫିକ ପୋଲିସ ହେଲ୍‌ମେଟ ପିନ୍ଧି ନ ଥିବା ଚାଳକଙ୍କୁ ହେଲମେଟ ନ ପିନ୍ଧିବାର କାରଣ ସମ୍ପର୍କରେ ରଚନା ଲେଖିବାକୁ କହିଥିଲା। ଏହି ଅଭିଯାନ ସଡକ ସୁରକ୍ଷା ସପ୍ତାହ ଅବସରରେ ଆରମ୍ଭ କରାଯାଇ ଏଭଳି ଦଣ୍ଡ ବ୍ୟବସ୍ଥା କରାଯାଇଥିଲା ବୋଲି କୁହନ୍ତି ଭୋପାଳର ଯୁଗ୍ମ ପୋଲିସ ଅଧୀକ୍ଷକ ପ୍ରଦୀପ ଚୌହାନ। ଟ୍ରାଫିକ ନିୟମ ଭଙ୍ଗ କରିଥିବା ଚାଳକମାନେ ୧୦୦ଟି ଶବ୍ଦରେ ରଚନା ଲେଖିଥିଲେ। ଟ୍ରାଫିକ ନିୟମ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଏହା କରାଯାଇଥିଲା ଓ ଲୋକମାନଙ୍କୁ ଟ୍ରାଫିକ ନିୟମ ସମ୍ପର୍କିତ ପ୍ରଚାରପତ୍ର ମଧ୍ୟ ବଣ୍ଟାଯାଇଥିଲା। ଟ୍ରାଫିକ ନିୟମ ମାନୁ ନ ଥିବା ଲୋକମାନଙ୍କ ପାଇଁ ଆଗକୁ ଏହି ଦଣ୍ଡ ବ୍ୟବସ୍ଥା ଜାରି ରହିବ ବୋଲି କହିଛନ୍ତି ଚୌହାନ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri