ଏଇ ଭାରତରେ

ଜାତିବାଦରୁ ଉପରକୁ ଉଠି ଜଣେ ମୁସଲମାନ ଯୁବକ ନିଃସ୍ବାର୍ଥ ସେବା କରି ଯୁବପିଢିଙ୍କ ଲାଗି ପ୍ରେରଣାର ଉତ୍ସ ପାଲଟିଛନ୍ତି । ସେ ହେଉଛନ୍ତି ଉତ୍ତରପ୍ରଦେଶର ସୁଲତାନପୁରନିବାସୀ ଅବଦୁଲ ହକ୍‌। ସେ ଅଚିହ୍ନା ଶବର ଅନ୍ତିମ ସଂସ୍କାର କରୁଛନ୍ତି। ଭାରତୀୟ ନାଗରିକଙ୍କୁ ହକ୍‌ ବିଦେଶରୁ ଫେରାଇ ଆଣିବାରେ ସରକାର ଓ ଗରିବ ଲୋକମାନଙ୍କ ମଧ୍ୟରେ ଏକ ସେତୁ ଭଳି କାମ କରୁଛନ୍ତି। ଯେଉଁମାନଙ୍କର ବିଦେଶରେ ମୃତ୍ୟୁ ଘଟୁଛି ସେମାନଙ୍କ ମୃତଦେହ ସ୍ବଦେଶ ଫେରାଇ ଆଣିବାରେ ପରିବାରକୁ ସେ ସହଯୋଗ କରୁଛନ୍ତି। ୪ ବର୍ଷ ମଧ୍ୟରେ ଏବେ ସୁଦ୍ଧା ଅବଦୁଲ ୬ରୁ ଅଧିକ ମୃତଦେହ ବିଦେଶରୁ ଆଣିସାରିଲେଣି। ବିଦେଶରେ ବନ୍ଦୀ ୨୫ ଯୁବକଙ୍କୁ ଉଦ୍ଧାର କରିବାରେ ବି ସେ ପ୍ରମୁଖ ଭୂମିକା ନେଇଛନ୍ତି। ଏଥିପାଇଁ ରାଜ୍ୟର ବିଭିନ୍ନ ଜିଲାରୁ ତାଙ୍କ ପାଖକୁ ସାହାଯ୍ୟ ପାଇବା ଲାଗି କଲ୍‌ ଆସୁଛି। ଦଲାଲମାନଙ୍କ ଦ୍ୱାରା ସମ୍ପୂର୍ଣ୍ଣ ପରିଚୟ ନ ଥାଇ ରୋଜଗାର ଆଶାରେ ବିଦେଶ ଯାଇ ସେଠାରେ ଜେଲ୍‌ରେ ଯନ୍ତ୍ରଣା ପାଉଥିବା ଲୋକଙ୍କୁ, ଦୁର୍ଘଟଣାରେ ମୃତ୍ୟୁ ଘଟୁଥିବା କିମ୍ବା ହତ୍ୟାର ଶିକାର ହେଉଥିବା ଲୋକଙ୍କ ମୃତଦେହକୁ ଦେଶକୁ ଫେରାଇ ଆଣିବାରେ ସାହାଯ୍ୟ କରୁଛନ୍ତି। ପ୍ରଥମେ ୨୦୧୬ରେ କୋତବାଲି ସରାୟକଲ୍ୟାଣ ନିବାସୀ ଦଳିତ ବର୍ଗର ବ୍ୟକ୍ତି ରୁପିଙ୍କ ମୃତଦେହ ସୌଦି ଆରବରୁ କିଭଳି ଆସିପାରିବ ସେଥିଲାଗି ତାଙ୍କ ପରିବାର ସହ କଥା ହୋଇ ରୁପିଙ୍କ ପୁଅଙ୍କୁ ନେଇ ସେତେବେଳର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସହ ଯୋଗାଯୋଗ କରିବା ପରେ ମୃତଦେହକୁ ସେଠାରୁ ଆଣିଥିଲେ। ୨୦୧୮ରେ ସୌଦି ଆରବର ରିୟାଧ ସହରରୁ ଅର୍ଥାଭାବରୁ ଘରକୁ ଫେରିପାରୁ ନ ଥିବା ମହମ୍ମଦ ଏର୍‌ସାଦଙ୍କୁ ଫେରାଇ ଆଣିବାରେ ମୁଖ୍ୟ ଭୂମିକା ନେଇଥିଲେ। ତାଙ୍କର ଏହି କାର୍ଯ୍ୟକୁ ଏବେ ସମସ୍ତେ ପ୍ରଶଂସା କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦେଶୀ ଗଛର ସୁରକ୍ଷା କରୁଛନ୍ତି ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି। ଅନନ୍ତ ୧୯୭୭ରେ ବିଦର୍ଭ ଅଞ୍ଚଳର ଫୁଲି…

ଐଶ୍ୱର୍ଯ୍ୟ ଭିଡ଼ରେ ନିର୍ବାସନ

ଥରେ ଜଣେ ରାଜା ନିଜର ଶିକ୍ଷା, ଦକ୍ଷତା, ବିସ୍ତାରବାଦୀ ଚିନ୍ତାଧାରା, ଯୁଦ୍ଧଖୋର ମନୋବୃତ୍ତିଜନିତ ଅର୍ଥନୈତିକ ସୁଖ ସମୃଦ୍ଧି ଯୋଗୁ ଖୁବ୍‌ କମ୍‌ ଦିନରେ ଜଣେ ବିଚକ୍ଷଣ ସମ୍ରାଟ…

ଭୂଦାନ କନ୍ୟା ନନ୍ଦିନୀ

ଓଡ଼ିଆ ସାହିତ୍ୟରେ ସବୁଜ ଯୁଗର ଅନ୍ୟତମ ଉଜ୍ଜ୍ବଳ ଜ୍ୟୋତିଷ୍କ ପଦ୍ମଶ୍ରୀ କାଳିନ୍ଦୀ ଚରଣ ପାଣିଗ୍ରାହୀ। ଗାନ୍ଧିବାଦ ଆଧାରରେ ରଚିତ ତାଙ୍କ ଉପନ୍ୟାସ ‘ମାଟିର ମଣିଷ’ କିଛି ସାଧାରଣ…

ଉତୁରୁଛି ଅପରାଧ

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜରେ ଆସିଷ୍ଟାଣ୍ଟ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଦେବୋସ୍ମିତା ପଲ୍‌ଙ୍କୁ ୩ ଜୁନ୍‌ରେ ଯେଭଳି ଭାବେ ହତ୍ୟା କରାଯାଇଛି, ତାହା ଏବେ ଦେଶସାରା…

ସାଗର ଓ ନୀଳ ଅର୍ଥନୀତି

ପୃଥିବୀର ମୋଟ ଆୟତନର ପ୍ରାୟ ୭୧ ଭାଗ ହେଉଛି ମହାସାଗର ଏବଂ ଏଥିରେ ପୃଥିବୀର ମୋଟ ଜଳର ୯୮ ପ୍ରତିଶତ ଅଛି। ମହାସାଗରଗୁଡ଼ିକ ପରସ୍ପର ସହିତ ସଂଯୁକ୍ତ…

ସୁନା ପଞ୍ଜୁରିରେ ‘ଶିକ୍ଷିତ ପକ୍ଷୀ’

ଆଧୁନିକ ସହର ଏବେ ଭୂସମାନ୍ତର ସମ୍ପ୍ରସାରଣ ଅପେକ୍ଷା ଭୂଲମ୍ବ ସମ୍ପ୍ରସାରଣ ଉପରେ ଅଧିକ ଗୁରୁତ୍ୱ ଦେଉଛି। ସେଥିପାଇଁ ସହର ଭିତରେ ଗଢା ଚାଲିଛି ବହୁତଳ ଆପାର୍ଟମେଣ୍ଟ। ସାଧାରଣ…

ବିକାଶ ବନାମ ଭବିଷ୍ୟତ

ଜୁନ୍‌ ୫ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଅନେକ ସ୍ଥାନରେ ବହୁବିଧ ପଦକ୍ଷେପ ନେବା ଲାଗି ନିଷ୍ପତ୍ତି…

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri