ଏଇ ଭାରତରେ

ନିଜେ ପଢୁଛନ୍ତି, କିନ୍ତୁ ଟ୍ୟୁଶନରୁ ରୋଜଗାର କରି ବୁଲାକୁକୁରଙ୍କ ସେବା କରୁଛନ୍ତି ଜଣେ ଛାତ୍ରୀ। ହରିୟାଣାର ସୋନିପତ ଅଞ୍ଚଳରେ ରହୁଥିବା ଇଞ୍ଜିନିୟରିଂ ଛାତ୍ରୀ ଶେନ ଆରୋରା ବୁଲା କୁକୁରଙ୍କ ସାହାରା ପାଲଟିଛନ୍ତି। କୁକୁରଙ୍କୁ ଖାଦ୍ୟ ଦେଉଛନ୍ତି, ରୋଗରେ ପଡିଲେ ଔଷଧ ଦେଉଛନ୍ତି। କୁକୁରମାନେ ରହିବା ଲାଗି ଏକ ଘର ମଧ୍ୟ ନିର୍ମାଣ କରିଛନ୍ତି। ସେହି ଘରେ ରହୁଥିବା ୬୫ଟି ବୁଲା କୁକୁରଙ୍କ ଯତ୍ନ ନେଉଛନ୍ତି। ପ୍ରବଳ ଥଣ୍ଡାରୁ ରକ୍ଷା କରିବା ପାଇଁ କୁକୁରଙ୍କୁ କମ୍ବଳ ଘୋଡାଇ ଦେଉଛନ୍ତି ଓ ଆବଶ୍ୟକ ପଡିଲେ ସେମାନଙ୍କ ପାଖରେ ନିଆଁ ଜାଳିବାର ବ୍ୟବସ୍ଥା ମଧ୍ୟ କରିଛନ୍ତି। ଶେନଙ୍କ ଏହି କାର୍ଯ୍ୟରେ ପ୍ରଭାବିତ ହୋଇ ସହରରେ ୫୦ରୁ ଊଦ୍ଧ୍ୱର୍ର୍ ଛାତ୍ର ସେମାନଙ୍କ ଗଳିରେ ଗୋଟିଏ ଗୋଟିଏ କୁକୁରର ଦାୟିତ୍ୱ ନେଇଛନ୍ତି। ୪ ବର୍ଷ ହେବ ଶେନ କୁକୁରଙ୍କ ସେବାରେ ଲାଗିଛନ୍ତି। ପ୍ରଥମେ ତାଙ୍କ ପାଖରେ ଗୋଟିଏ କୁକୁର ଥିଲା। ପରେ ସେ ଆଉ ୧୦ରୁ ୧୨ଟି କୁକୁରଙ୍କୁ ଖାଇବାକୁ ଦେବା ଆରମ୍ଭ କରିଥିଲେ। ଘରେ ରୋଷେଇ କରି କୁକୁରଙ୍କୁ ଭାତ, ତରକାରି ଓ କ୍ଷୀର ଖାଇବାକୁ ଦେଉଛନ୍ତି। ଏହା ସହ କୌଣସି କୁକୁର ରୋଗରେ ପଡିଲେ ତା’ ଚିକିତ୍ସା ବ୍ୟବସ୍ଥା ମଧ୍ୟ କରୁଛନ୍ତି। ପ୍ରତି ମାସରେ ସେ ଏ ବାବଦରେ ୨୦ ହଜାର ଟଙ୍କା ଖର୍ଚ୍ଚ କରୁଛନ୍ତି। ଏହି ଅର୍ଥ ଯୋଗାଡ କରିବା ପାଇଁ ସେ ତାଙ୍କ ଘରେ ଦିନକୁ ତିନିବେଳା ଟ୍ୟୁଶନ କରୁଛନ୍ତି। ଶେନଙ୍କୁ ଏହି ସେବା ଲାଗି ପରିବାରର ସହଯୋଗ ମଧ୍ୟ ମିଳୁଛି। ଶେନଙ୍କ ମା’ ଜଣେ ଅଧ୍ୟାପିକା ଓ ପିତା ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

ସିନ୍ଥେଟିକ ବୁଦ୍ଧିମତ୍ତା

ସଭ୍ୟତାକୁ ଗତିଶୀଳ କରିଥିବା ସବୁଠାରୁ ବଡ଼ ଉଦ୍ଭାବନ ହେଉଛି ଚକ। ଇତିହାସବିତ୍‌ଙ୍କ ମତରେ ଆଜି ଆମେ ଯେଉଁ ଦ୍ରୁତଗତି ସମାଜରେ ବାସ କରୁଛୁ, ତାହାର ମୂଳରେ ରହିଛି…

ବାଲ୍ୟକାଳ ବାହୁଡ଼ି ନ ଆସୁ

ସୁପ୍ରସିଦ୍ଧ ଗଜଲ ଗାୟକ ଜଗଜ୍ଜିତ ସିଂହଙ୍କର ସେଇ କାଳଜୟୀ ଗଜଲଟିର ଅନୁବାଦ ଯଦି ଆମ ଭାଷାରେ କରାଯାଏ, ତେବେ ତାହାର ଶବ୍ଦରୂପ ବୋଧହୁଏ ଏମିତି କିଛି ହେବ-…

ଅନଶନ ସହଜ ନୁହେଁ

ଏନ୍‌ଇଇଟି ପରୀକ୍ଷାରେ ଅନିୟମିତତା ଓ ଶିକ୍ଷା ବ୍ୟବସ୍ଥାରେ ଅସଙ୍ଗତି ଦେଖାଦେଇଥିବାରୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନୂଆଦିଲ୍ଲୀର ଯନ୍ତ୍ରରମନ୍ତରରେ ୨୧ ଦିନ ଆମରଣ ଅନଶନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri