ଏଇ ଭାରତରେ

ଯେକୌଣସି ବୃତ୍ତିରୁ ଜଣେ କର୍ମଚାରୀ ଅବସର ନେଲେ ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହେବା ପରମ୍ପରା ରହିଛି। ଏହା ଲାଗି କେତେ କ’ଣ ଆୟୋଜନ ହେଉଛି। ଉପହାରଠାରୁ ଆରମ୍ଭ କରି ଭୋଜିର ଆସର ଜମୁଛି। ହେଲେ ଶୁଣିଛନ୍ତି କି କୃଷକଙ୍କ ଅବସର କଥା? ଏମିତି ଏକ ଘଟଣା ସାମ୍‌ନାକୁ ଆସିଛି ମହାରାଷ୍ଟ୍ରରେ। ମହାରାଷ୍ଟ୍ରର ଭଣ୍ଡରା ଜିଲା ମୋହଗାଁଓର ଜଣେ କୃଷକ ଅବସର ଘୋଷଣା କରିଛନ୍ତି। ତାଙ୍କ ଲାଗି ପାଳିତ ହୋଇଛି ସ୍ବତନ୍ତ୍ର ଉତ୍ସବ। ମୋହଗାଁଓର କାଲେ ପରିବାରରେ ୬୦ ବର୍ଷ ଧରି ଚାଷ କରୁଥିବା ପରିବାରର ମୁଖିଆ ଗଜାନନ କାଲେ କୃଷିରୁ ତାଙ୍କ ଅବସର ଘୋଷଣା କରିଛନ୍ତି। ତାଙ୍କୁ ଏବେ ୮୦ ବର୍ଷ। ଅବସର ନେବା ପରେ ସେ ଆଉ ଚାଷ କରିବେ ନାହଁ। ପରିବାର ପକ୍ଷରୁ ତାଙ୍କ ଲାଗି ବିଦାୟ ସମ୍ବଦ୍ଧର୍ର୍ନା ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ୧୦ ଜଣ କୃଷକଙ୍କୁ ବି ସମ୍ମାନିତ କରାଯାଇଛି। ପରେ ଏହି ଉତ୍ସବରେ ବଳଦଗାଡିରେ ଗଜାନନ ଓ ସମ୍ମାନିତ କୃଷକମାନେ ବସି ଏକ ଶୋଭାଯାତ୍ରାରେ ବାହାରିଥିଲେ। ଗଜାନନଙ୍କ ପରିବାରରେ ଛୋଟବଡ଼ ୧୯ ଜଣ ସଦସ୍ୟ ରହିଛନ୍ତି। ତାଙ୍କର ୨୫ ଏକର ଜମି ରହିଛି। ବୟସ ଅଧିକ ହେବାରୁ ଗଜାନନଙ୍କୁ ଚାଷକାମରୁ ମୁକ୍ତ କରାଯାଇଛି ବୋଲି କହିଛନ୍ତି ତାଙ୍କ ସାନଭାଇ ଯଶବନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭୂତଳ ଜଳ ସ୍ତର ନିମ୍ନଗାମୀ ହେଉଥିବାରୁ ବୋରଓ୍ବେଲ ଓ ପୋଖରୀଗୁଡ଼ିକ ଶୁଖିଯାଉଛି। ଫଳରେ ଲୋକେ ପାନୀୟ ଜଳ ପାଉନାହାନ୍ତି ଓ କୃଷିରେ ମଧ୍ୟ ବାଧା ଉପୁଜୁଛି। ତେବେ…

ସେ ଅସୁରର ମୃତ୍ୟୁ ନାହିଁ

ସମୁଦ୍ର ମନ୍ଥନରୁ ମିଳିଥିବା ଅମୃତ ଖାଇ ଦେବତାମାନେ ଅମର। ମନ୍ଥନ କାର୍ଯ୍ୟରେ ଅସୁରମାନେ ଭାଗ ନେଇଥିଲେ ବି ସେମାନଙ୍କୁ ତାହା ମିଳି ନ ଥିଲା। ଦେବତାମାନେ ସବୁ…

ସମବାୟ ବିକାଶ ଲକ୍ଷ୍ୟ

ଓଡ଼ିଶାର ସାମାଜିକ, ଅର୍ଥନୈତିକ ବିକାଶ କ୍ଷେତ୍ରରେ କୃଷିଋଣ ପ୍ରଦାନ, ଋଣ ଆଦାୟ, କୃଷିଜାତ ପଦାର୍ଥର ବିପଣନ ଏବଂ ଲୋକଙ୍କ ଗ୍ରାମୀଣ ଜୀବିକା ନିର୍ବାହ କ୍ଷେତ୍ରରେ ସମବାୟ ଆନ୍ଦୋଳନ…

ହିଂସାରୁ ହିଂସା

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ମାତ୍ର ୨୬ ଦିନ ପରେ ସୋନାରପୁରଠାରେ ତୃଣମୂଳ କଂଗ୍ରେସ(ଟିଏମ୍‌ସି)ର ନଂ.୨ କୁହାଯାଉଥିବା ୩ ଥରର ଏମ୍‌ପି ତଥା ମମତା ବାନାର୍ଜୀଙ୍କ…

ଏଇ ଭାରତରେ

ନାଗପୁର ନିବାସୀ ଅଶୋକ ତେଭାନି ଅଦରକାରୀ ଓ୍ବେଡିଂ କାର୍ଡରୁ ଘରଚଟିଆଙ୍କ ପାଇଁ ବସା ତିଆରି କରୁଛନ୍ତି। ତାଙ୍କୁ ବୟସ ଏବେ ୭୪। ସେ ବ୍ୟାଙ୍କ ଚାକିରିରୁ ଅବସର…

୯ କିଲୋମିଟରର ଅକୁହା କାହାଣୀ

ଖର ରୌଦ୍ରତାପ। ପାଦ ପୋଡ଼ିଯାଉଛି, ଓଠ ଶୁଖିଯାଉଛି। ତା’ରି ଭିତରେ ଜଣେ ମହିଳା ନିଜର ୯୦ ବର୍ଷୀୟା ବୃଦ୍ଧା ଶାଶୁଙ୍କୁ ପିଠିରେ ବୋହି ପାହାଡ଼ିଆ ରାସ୍ତା, ପଥୁରିଆ…

ପ୍ରାଥମିକ ବିଦ୍ୟାଳୟରେ ଲେସନ ପ୍ଲାନ୍‌

ଦି କୌଣସି ଶିକ୍ଷା ଅଧିକାରୀ ବିଦ୍ୟାଳୟ ପରିଦର୍ଶନ ସମୟରେ ଲେସନ ପ୍ଲାନ ଦେଖିବା ପାଇଁ ଚାହାନ୍ତି ଏବଂ ଲେସନ ପ୍ଲାନକୁ ଆଧାରି କରି ଶ୍ରେଣୀଗୃହକୁ ସମୀକ୍ଷା କରିବାକୁ…

ଦ୍ୱନ୍ଦ୍ୱ ଦୂର ହେଉ

ଗାଈକୁ ଜାତୀୟ ପ୍ରାଣୀ ଘୋଷଣା କରିବା ସହ ସାରା ଭାରତରେ ଏହାର ହତ୍ୟା ନିଷେଧ ପାଇଁ ପ୍ରମୁଖ ମୁସଲିମ୍‌ ବ୍ୟକ୍ତିବିଶେଷ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସର୍ବବୃହତ୍‌ ମୌଲବୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri