ଏଇ ଭାରତରେ

ଗଣତନ୍ତ୍ର ରାଷ୍ଟ୍ରରେ ଯଦି କେଉଁଠି ତୋଗଲକି କଟକଣା ଲଗାଇବା ଦେଖିବାକୁ ମିଳେ ତାହା ହେଉଛି ହରିୟାଣାର ଖାପ୍‌ ପଞ୍ଚାୟତ। ଭିନ୍ନ ଜାତିରେ ବିବାହ ଓ ପ୍ରେମ ବିବାହକୁ ଏହା ବିରୋଧ କରେ। ଏମିତି କି ଅନର କିଲିଂ ଭଳି ପରିସ୍ଥିତି ସାମ୍‌ନାକୁ ଆସେ। କିନ୍ତୁ ଏବେ ହରିୟାଣାର ଜିନ୍ଦ ଜିଲାର ବରସୋଲା ପଞ୍ଚାୟତ ଏଭଳି ବିବାହକୁ ବିରୋଧ କରିବ ନାହିଁ ବୋଲି ନିଷ୍ପତ୍ତି ନେଇ ସାମାଜିକ ସଂସ୍କାରର ଏକ ନୂଆ ଧାରା ଆରମ୍ଭ କରିଛିି। ଏହି ପଞ୍ଚାୟତର ସବୁ ଗାଁକୁ ଏମିତିକା ବିବାହ କରିବା ପାଇଁ ସବୁଜ ସଙ୍କେତ ଦେଇ ସେମାନଙ୍କୁ ସମର୍ଥନ କରିବା ପାଇଁ ଘୋଷଣା କରିଛି। ଏହି ପଞ୍ଚାୟତର ବରସୋଲା ଗାଁରେ ରହୁଥିବା ଖେଡା ଖାପ ପଞ୍ଚାୟତର ମୁଖ୍ୟ ସତବୀର ପହଲମାନ ଏଭଳିି ଘୋଷଣା କରିଛନ୍ତି। ପ୍ରଥମେ ବରସୋଲା ଗାଁରେ ଏହାକୁ ଲାଗୁ କରାଯାଇଛି। ଜାତିଭେଦ ଦୂର କରିବା ଲାଗି ପ୍ରତ୍ୟେକ ଲୋକ ନିଜ ନାଁ ପରେ ଉପନାମ ଭାବେ ଗାଁ ନାମ ରଖିବାକୁ ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଖେଡା ଖାପ ପଞ୍ଚାୟତ ଅଧୀନରେ ଥିବା ୨୪ଟି ଗାଁର ଲୋକମାନେ ଏବେ ପ୍ରେମ ବିବାହ ଓ ଭିନ୍ନ ଜାତିର ବିବାହକୁ ବିରୋଧ କରିବେ ନାହିଁ କି ବାହାଘର କରୁଥିବା ଲୋକମାନଙ୍କୁ ଡ଼ରିବାର କୌଣସି କାରଣ ନାହିଁ ବୋଲି ସତବୀର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri