ଏଇ ଭାରତରେ

ଦେଶରେ ବିଭିନ୍ନ ସଂଗଠନ ତଥା ସାମାଜିକ କର୍ମୀମାନଙ୍କ ଦ୍ୱାରା ବୃକ୍ଷରୋପଣ ଓ ତା’ର ରକ୍ଷଣାବେକ୍ଷଣ ଲାଗି ବିଭିନ୍ନ ଅଭିଯାନ କରାଯାଉଥିବାବେଳେ ଉତ୍ତରପ୍ରଦେଶର ଜଣେ ବ୍ୟକ୍ତି ଏଥିଲାଗି ଏକ ନିଆରା ଉପାୟ ଅପଣାଇଛନ୍ତି। ଗୋଣ୍ଡା ଜିଲାନିବାସୀ ପ୍ରୟାଗଦତ୍ତ ମିଶ୍ର ଜଙ୍ଗଲ ସୁରକ୍ଷା ଲାଗି ସିଧାସଳଖ ଭଗବାନଙ୍କ ସାହାଯ୍ୟ ନେଉଛନ୍ତି। ଗଛ ଗଣ୍ଡିରେ ଭଗବାନଙ୍କ ଛବି ଖୋଦେଇ କରି ସେ ଗଛକଟା ବନ୍ଦ କରିବା ସହ ଏକାକୀ ଏବେ ସୁଦ୍ଧା ଏକ ହଜାରରୁ ଊର୍ଦ୍ଧ୍ୱ ଗଛ ରକ୍ଷା କରିପାରିଛନ୍ତି। ଓ୍ବାଜିରଗଞ୍ଜ ବ୍ଲକ୍‌ର ନଗଓ୍ବା ପଞ୍ଚାୟତର ମୁଖ୍ୟ ପ୍ରୟାଗଦତ୍ତ କୁହନ୍ତି, ପ୍ରଥମ ଥର ସେ ପଞ୍ଚାୟତର ମୁଖ୍ୟ ରହିଥିବାବେଳେ ନଗଓ୍ବା ଗାଁରେ ଅନେକ ଗଛ ଲଗାଯାଇଥିଲା। କିନ୍ତୁ ତାହାକୁ ଗ୍ରାମବାସୀ କାଟିନେଇଥିଲେ। ପରେ ପୁଣି ସେ ଗଛ ଲଗାଇଥିଲେ। ତେବେ ଗଛକଟା ରୋକିବା ଲାଗି ଗଛ ଗଣ୍ଡିରେ ଗଦା, ତ୍ରିଶୂଳ ଓ ହନୁମାନଙ୍କ ଛବି ଖୋଦେଇ କରି ସେଥିରେ ସିନ୍ଦୂର ରଙ୍ଗ ଲଗାଉଛନ୍ତି। ଦେବଦେବୀଙ୍କୁ ଗଛର ରକ୍ଷକ କରିପାରିଛନ୍ତି। ଗ୍ରାମବାସୀ ଏବେ ଗଛ କାଟିବା ବଦଳରେ ତାହାକୁ ପୂଜା କରୁଛନ୍ତି। ମିଶ୍ର ଯୁଆଡେ ଯାଆନ୍ତି ସାଥିରେ ଚିତ୍ର ଆଙ୍କିବା ଲାଗି ଆବଶ୍ୟକ ଉପକରଣ, ରଙ୍ଗ ଓ ବ୍ରଶ୍‌ ରଖିଥାନ୍ତି। ଏଥିପାଇଁ ସେ ଗୋଟିଏ ଗଛରେ ଖର୍ଚ୍ଚ କରୁଛନ୍ତି ୨୦୦ ଟଙ୍କା। ତାଙ୍କ ପକେଟରୁ ଏହା ଖର୍ଚ୍ଚ କରୁଛନ୍ତି। ତାଙ୍କର ଏହି ପ୍ରୟାସ ସଫଳ ହୋଇଛି। ଏବେ ପଞ୍ଚାୟତର ଜନସଂଖ୍ୟା ୮ ହଜାର ରହିଥିବାବେଳେ ଗଛସଂଖ୍ୟା ରହିଛି ୧୦ହଜାର। ଏହି ଉପାୟକୁ ଆଖପାଖ ପଞ୍ଚାୟତର ଗ୍ରାମବାସୀ ଆପଣାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୪ର୍ଥରୁ ୬ଷ୍ଠକୁ ଖସିଲା

ନିକଟରେ ଏପ୍ରିଲ ୨୦୨୬ରେ ପ୍ରକାଶିତ ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠିର ବିଶ୍ୱ ଅର୍ଥନୈତିକ ଆଉଟ୍‌ଲୁକ୍‌ ରିପୋର୍ଟ ଅନୁସାରେ ଭାରତ ଭଲ ଅଭିବୃଦ୍ଧି ହାସଲ କରିବା ସତ୍ତ୍ୱେ ଜାପାନ ଏବଂ ବ୍ରିଟେନଠାରୁ…

ଏନ୍‌ଇଇଟି ବାତିଲ

ମେଡିକାଲ, ଇଞ୍ଜିନିୟରିଂ ଭଳି ଅତି ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରବେଶିକା ପରୀକ୍ଷାରେ ବାରମ୍ବାର ଅନିୟମିତତା ଦେଖାଦେବା ଦେଶର ଶିକ୍ଷା ବ୍ୟବସ୍ଥା ଓ ପରିଚାଳନା ସହିତ ଶିକ୍ଷା ମନ୍ତ୍ରଣାଳୟର ଅପାରଗତାକୁ ବାରମ୍ବାର…

ଭୂଗର୍ଭ ଜଳ ସମସ୍ୟା

ଜୀବଜଗତ ବଞ୍ଚିବା ପାଇଁ ଜଳର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କଥାରେ ଅଛି ‘ଜଳ ବହୁଳେ ସୃଷ୍ଟି ନାଶ ଏବଂ ଜଳ ବିହୁନେ ସୃଷ୍ଟି ନାଶ’। ଜଳର…

୨୦୨୬ ନିର୍ବାଚନ: ଏକ ବିଶ୍ଳେଷଣ

କେବଳ ଆସାମ ଓ ପୁଡୁଚେରୀକୁ ବାଦ୍‌ ଦେଲେ ଚଳିତ ବିଧାନସଭା ନିର୍ବାଚନରେ ୩ ରାଜ୍ୟରେ ଜନମତ ଶାସକ ଦଳ ବିରୋଧରେ ଯାଇଛି। ଏପରି କି ପଶ୍ଚିମବଙ୍ଗ ଓ…

୭ ବିନ୍ଦୁ

ଗତ ରବିବାର ୧୦ ମେ’ ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ସବୁ ଶ୍ରେଣୀ ପାଇଁ ଥିବା ଭଳି ମନେହେଲା। ସ୍ବୀକାର କରିବାକୁ ହେବ…

ଦେବାଳିଆ ମଧ୍ୟସ୍ଥ

ପାକିସ୍ତାନକୁ ଆଉ ସାହା ହେଉନାହାନ୍ତି ଆତଙ୍କବାଦୀ କି ଆମେରିକା। ଦେବାଳିଆ ପାକିସ୍ତାନର ଆର୍ଥିକ ମେରୁଦଣ୍ଡ ଭାଙ୍ଗିପଡ଼ିଛି। ଦେଶବାସୀଙ୍କୁ ଦୁଇଓଳି ଖାଇବା ଯୋଗାଇବାକୁ ପାକିସ୍ତାନ ପାଖରେ ସମ୍ବଳ ନାହିଁ।…

ଦୀର୍ଘସୂତ୍ରୀର ବିନାଶ ଘଟେ

ସମସ୍ତଙ୍କର ଏକ ସାଧାରଣ ଅଭିଯୋଗ ‘ସମୟ ନାହିଁ’ା ବାସ୍ତବରେ ସମୟ ଅଛି, ଆମେ ଠିକ୍‌ ସମୟରେ କାର୍ଯ୍ୟଟି କରିବାକୁ ନିଜେ ସୁଲଭ ନାହୁଁ। ସମୟ ପାଖରେ ଆମେ…

ବିଜୟ ପରେ ବିଳମ୍ବ

ତାମିଲାଗା ଭେଟ୍ରି କାଜାଗାମ (ଟିଭିକେ) ନେତା ତଥା ଅଭିନେତାରୁ ରାଜନେତା ପାଲଟିଥିବା ଯୋଶେଫ୍‌ ବିଜୟ ଚନ୍ଦ୍ରଶେଖର ତାମିଲନାଡୁର ନୂଆ ମୁଖ୍ୟମନ୍ତ୍ରୀ ଭାବେ ୧୦ ମେ’ରେ ଶପଥ ନେଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri