ଏଇ ଭାରତରେ

ପ୍ଲାଷ୍ଟିକ୍‌ ପ୍ରଦୂଷଣ କମ୍‌ କରିବା ଲାଗି ଡେରାଡୁନ ସ୍ମାର୍ଟସିଟି ଲିଃ (ଡିଏସ୍‌ସିଏଲ୍‌) ଅପଣାଇଥିବା ନିଆରା ଉପାୟ ପ୍ରଶଂସନୀୟ। ଡିଏସ୍‌ସିଏଲ୍‌ ଏଥିପାଇଁ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ଆରମ୍ଭ କରିଛି। ଏହା ମାଧ୍ୟମରେ ‘ପ୍ଲାଷ୍ଟିକ୍‌ ଓ୍ବାପ୍‌ସି ଅଭିଯାନ’କୁ ତ୍ୱରାନ୍ବିତ କରି ଲୋକମାନଙ୍କୁ ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ଫେରାଇଦେବା ଲାଗି ସଚେତନ କରୁଛି। ଏଥିରେ ଡେରାଡୁନର ନାଗରିକମାନଙ୍କ ଦ୍ୱାରା ଗଠିତ ‘ଗତି’ ଅନୁଷ୍ଠାନ ସହଯୋଗ କରୁଛି। ଡେରାଡୁନ୍‌ର ୧୦୦ଟି ଓ୍ବାର୍ଡ ମଧ୍ୟରୁ ୧୦ଟିରେ ଥିବା ୨୦ଟି ସରକାରୀ ସ୍କୁଲ୍‌ ଏହି ଅଭିଯାନରେ ସାମିଲ ହୋଇଛନ୍ତି। ପ୍ରତି ସ୍କୁଲ୍‌ର ଜଣେ କର୍ମଚାରୀଙ୍କୁ ସେହି ସ୍କୁଲ୍‌ର ‘ପ୍ଲାଷ୍ଟିକ ଯୋଦ୍ଧା’ ଭାବେ ନିଯୁକ୍ତି ଦିଆଯାଉଛି। ଏହାବାଦ୍‌ ୨୦ଟି ସ୍କୁଲ୍‌ର ପ୍ରତି ଶ୍ରେଣୀରୁ ଜଣେ କରି ମୋଟ ୧୬୮ ଜଣ ‘ପ୍ଲାଷ୍ଟିକ୍‌ ପ୍ରହରୀ’ଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ପିଲାମାନେ ଘର, ପଡ଼ୋଶୀ ଓ ଦୋକାନ ଆଦିରୁ ଥରେ ବ୍ୟବହୃତ ପ୍ଲାଷ୍ଟିକ୍‌ ସଂଗ୍ରହ କରୁଛନ୍ତି। ସବୁ ପିଲା ମୋଟ ୫୫୫ କିଲୋ ପ୍ଲାଷ୍ଟିକ ବର୍ଜ୍ୟ ସଂଗ୍ରହ କରିସାରିଛନ୍ତି। ପ୍ଲାଷ୍ଟିକ୍‌ ବର୍ଜ୍ୟରୁ ଡିଜେଲ୍‌ ଓ ପେଟ୍ରୋଲ୍‌ ପ୍ରସ୍ତୁତ କରୁଥିବା ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ୍‌ ପେଟ୍ରୋଲିୟମ୍‌ ସହ ଏହି ଅଭିଯାନ ହାତ ମିଳାଇଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଦିମାନବରୁ ଆଧୁନିକ ଭାରତୀୟ

ଲୋକଙ୍କୁ ଠିକ୍‌ ଭାବେ ବୁଝିଲେ ଆମେ ସେମାନଙ୍କ ସଂସ୍କୃତିକୁ ଜାଣିିପାରିବା। ଭାରତ ସମ୍ପର୍କରେ ସବିଶେଷ ଜାଣିବାକୁ ହେଲେ ଆମକୁ ଭାରତୀୟଙ୍କ ଜୀବନ ଧାରା, ଭାଷା ତଥା ସଂସ୍କୃତିକୁ…

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri