ଏଇ ଭାରତରେ

କ୍ଲିନିକ୍‌ ଶବ୍ଦ ଶୁଣିବା ମାତ୍ରେ ଚିକିତ୍ସା ସମ୍ବନ୍ଧିତ ଚିନ୍ତା ତଥା ଧଳା କୋଟ ପିନ୍ଧିଥିବା ଡାକ୍ତରଙ୍କ ଛବି ଆଗକୁ ଆସିଯାଏ। କିନ୍ତୁ ଏହା ଏମିତି ଏକ କ୍ଲିନିକ୍‌, ଯେଉଁଠି କଳା କୋଟ୍‌ ପିନ୍ଧିଥିବା ଓକିଲ ହିଁ ସାମ୍‌ନାକୁ ଆସିଥା’ନ୍ତି। ଏଠାରେ କୌଣସି ଓଷଧ ନୁହେଁ, ବରଂ ମାଗଣାରେ ମିଳୁଛି ଆଇନ ସହାୟତା। ଇନ୍ଦୋର ସହରର ମଧ୍ୟଭାଗରେ ଥିବା ରାଧାନଗର କଲୋନୀରେ ଏହି ଲିଗାଲ କ୍ଲିନିକ୍‌ ଚାଲୁଛି। ଯୁବ ଓକିଲ ତଥା ସିଭିଲ ଜଜ୍‌ ପରୀକ୍ଷା ଲାଗି ପ୍ରସ୍ତୁତ ହେଉଥିବା ୪୦ରୁ ଊର୍ଦ୍ଧ୍ୱ ଯୁବକ ଏହାକୁ ଚଳାଉଛନ୍ତି। ୨୦୧୬ ରେ ନ୍ୟାୟାଶ୍ରୟ ସଂସ୍ଥା ଗଠନ କରାଯିବା ପରେ ଲୋକମାନେ ଟଙ୍କା ଅଭାବରୁ ଆଇନ ପରାମର୍ଶ ନେବାକୁ ଅସମର୍ଥ ହେଉଛନ୍ତି ବୋଲି ଜଣାପଡିଥିଲା। ପରେ ନ୍ୟାୟାଶ୍ରୟ ବ୍ୟାନର୍‌ରେ ଏହି କ୍ଲିନିକ୍‌ ଦୁଇମାସ ତଳେ ଆରମ୍ଭ କରାଯାଇଛି। ଏବେ ୧୦୦ରୁ ଅଧିକ ଲୋକଙ୍କୁ ସାହାଯ୍ୟ ମଧ୍ୟ ମିଳିସାରିଲାଣିି। ପ୍ରତି ଶନିବାର ସନ୍ଧ୍ୟାରେ ଏଠାରେ ଗରିବ ଲୋକମାନେ ପହଞ୍ଚୁଛନ୍ତି ଓ ସେମାନଙ୍କୁ ମାଗଣାରେ ଆଇନ ପରାମର୍ଶ ଦିଆଯାଉଛି। ଏହି କ୍ଲିନିକ୍‌ରେ ବରିଷ୍ଠ ଓକିଲମାନେ ବି ସାମିଲ ହୋଇ ଯୁବ ଓକିଲମାନଙ୍କ କାର୍ଯ୍ୟକୁ ତଦାରଖ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରବିବାର ଭୋର ୪ଟା ହୋଇଗଲେ ମୁମ୍ବାଇର ପୂଜା ଓ ଦୀପେଶ ଡେଢ଼ିହାଙ୍କ ଘରେ ରୋଷେଇ ଆରମ୍ଭ ହୋଇଯାଏ । ଯେ କେହି ଭାବିବେ, ଏହି ଦମ୍ପତି ଏତେ…

ବୁଢ଼ା ଡଙ୍ଗରର ଆତ୍ମକାହାଣୀ

ମୁଁ ବୁଢ଼ା ଡଙ୍ଗର। ମୋର ଜନ୍ମ ଇତିହାସ କେତେ ନିୟୁତ ବର୍ଷର ପୁରୁଣା। ମୋର ପରିଚୟ କାହାରିକୁ ଜଣାନାହିଁ। ତଥାପି ମୁଁ ଗୋଟିଏ ଭୂଖଣ୍ଡର ପରିଚୟ ହୋଇ…

ସବୁଠୁ ନିଜର

ଏକ ସମୟ ଥିଲା, ଯେତେବେଳେ ମଣିଷ ନିଜର ସୁଖ-ଦୁଃଖ ବାଣ୍ଟିବା ପାଇଁ ପରିବାର, ସାଙ୍ଗସାଥୀ ଓ ପଡ଼ୋଶୀଙ୍କୁ ଖୋଜୁଥିଲା। କିନ୍ତୁ ଆଜି ସକାଳୁ ଆଖି ଖୋଲିବାଠାରୁ ରାତିରେ…

ଅନୁଦାନ ଅନୁକମ୍ପା ନୁହେଁ, ଅଧିକାର

ଶିକ୍ଷାର ବିକାଶ ନିମନ୍ତେ ଶିକ୍ଷାନୁଷ୍ଠାନ ଖୋଲିବା ସରକାରଙ୍କ ଦାୟିତ୍ୱ। ମାତ୍ର ଛାତ୍ରୀଛାତ୍ରଙ୍କ ଆବଶ୍ୟକତା ଦୃଷ୍ଟିରୁ ସ୍ବାଧୀନତାର କେଇ ଦଶନ୍ଧି ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ନ ଥିଲା ଓଡ଼ିଶାର ଶିକ୍ଷାନୁଷ୍ଠାନ।…

ଇସ୍ରୋ ବିକ୍ରି

ଅନ୍ୟ ଦେଶ ସହିତ ଭାରତର ଘରୋଇ କମ୍ପାନୀଗୁଡ଼ିକର ତୁଳନା କରାଯାଇପାରିବ ନାହିଁ। ଉଦାହରଣ ଦେଖିବାକୁ ଗଲେ ଅନେକ ଅଛି। ଘରୋଇ କମ୍ପାନୀ ଦ୍ୱାରା ନିର୍ମିତ ଏବଂ ପରିଚାଳିତ…

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri