ଏଇ ଭାରତରେ

ମଧ୍ୟପ୍ରଦେଶର ନରସିଂହପୁର ଜିଲା ଅନ୍ତର୍ଗତ ଖମାରିଆ ସରକାରୀ ସ୍କୁଲ୍‌ରେ ଉପଲବ୍ଧ ସୁବିଧା କୌଣସି ଆଗୁଆ ବେସରକାରୀ ସ୍କୁଲ୍‌ଠାରୁ କମ୍‌ ନୁହେର୍ଁ। ଏକ ଛୋଟ ଗାଁରେ ଥିବା ଏହି ସ୍କୁଲ୍‌ ଏବେ ସମ୍ପୂର୍ଣ୍ଣ ଡିଜିଟାଲ ହୋଇପାରିଛି। ଏହି ସ୍କୁଲଟି ମାଟି ଝୋପଡି ଘରେ ଆରମ୍ଭ କରାଯାଇଥିଲା। ପ୍ରଥମେ ଲୋକଙ୍କଠାରୁ ମିଳିଥିବା ୧.୫ ଲକ୍ଷ ଟଙ୍କାରେ ୨୦୧୨ରୁ ସ୍କୁଲ୍‌ର ଉନ୍ନତି ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୨୦୧୩ରେ ସ୍କୁଲ୍‌ କ୍ୟାମ୍ପସ୍‌ରେ ସିସିଟିଭି କ୍ୟାମେରା ଲାଗିଲା। ଏହାପରଠାରୁ ପ୍ରତିବର୍ଷ ସ୍କୁଲ୍‌ରେ ଗୋଟିଏ ଗୋଟିଏ ସୁବିଧା ଯୋଡାଯାଉଛି। ସ୍ମାର୍ଟ କ୍ଲାସ୍‌ ଟେକ୍‌ନୋଲାଜି ମଧ୍ୟ ଆପଣାଯାଇଛି। ଅନିୟମିତ ବିଦ୍ୟୁତ୍‌ସେବା ପାଇଁ ପାଓ୍ବାର ବ୍ୟାକ୍‌ଅପ ରଖାଯାଇଛି। କ୍ୟାରିୟର ଭିତ୍ତିକ କମ୍ପ୍ୟୁଟର, ସ୍ବାସ୍ଥ୍ୟ ଓ ଇଞ୍ଜିନିୟରିଂ କ୍ଲାସ୍‌ର ବ୍ୟବସ୍ଥା ରହିଛି ବୋଲି କୁହନ୍ତି ପ୍ରଧାନଶିକ୍ଷକ ନାରାୟଣ ଗୁପ୍ତା। ପ୍ରଧାନଶିକ୍ଷକ ଗୁପ୍ତା ମଧ୍ୟ ଏହି ସ୍କୁଲର ଛାତ୍ର ଥିଲେ। ନବମ ଓ ଦଶମ ଶ୍ରେଣୀର ପିଲାମାନଙ୍କୁ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବା ସହ ପରିବେଶ ସୁରକ୍ଷା ଉପରେ ପିଲାମାନଙ୍କୁ ଶିକ୍ଷା ଦିଆଯାଉଛି । ଏଠାରେ ଏବେ ୩,୧୧୭ ଜଣ ପିଲା ପଢୁଛନ୍ତି। ଖମାରିଆ ସରକାରୀ ସ୍କୁଲ୍‌ର ଆଦର ଏତେ ବଢିଯାଇଛି ଯେ, ଆଖପାଖ ୧୫ଟି ଗାଁରେ କୌଣସି ବେସରକାରୀ ସ୍କୁଲ ଏଯାବତ୍‌ ଖୋଲିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ହେବା ଏଥର

ଧନୀ ଲୋକଟିଏ ଥିଲା। କପଟ ଓ ଛଳନାକରି ତା’ର ବ୍ୟବସାୟ ଚଲେଇଥିଲା। ଖୁବ୍‌ କମ୍‌ ଦିନ ଭିତରେ ସେ ବିପୁଳ ସମ୍ପତ୍ତି ଅର୍ଜନକଲେ। ଲୋକେ କହିଲେ ଦୋ…

ବାମପନ୍ଥୀରୁ ଦକ୍ଷିଣପନ୍ଥୀ ଆଡ଼କୁ

ଭାରତବର୍ଷରେ ବାମପନ୍ଥୀ ଆନ୍ଦୋଳନ କ୍ରମେ ଦୁର୍ବଳ ହେବାପରି ମନେ ହେଉଛି। ନିକଟରେ ଅନୁଷ୍ଠିତ ୫ ରାଜ୍ୟରେ ବିଧାନସଭା ନିର୍ବାଚନରୁ ଏହା ଜଣାପଡ଼ିଛି। କେରଳ ଥିଲା ଶେଷ ବାମପନ୍ଥୀ…

କାନ୍ଥରେ ନାମ

ଭାରତର ଜମ୍ମୁ ଓ କଶ୍ମୀରର ପହଲଗାମ ଆତଙ୍କବାଦୀ ଆକ୍ରମଣ ୨୨ ଏପ୍ରିଲ ୨୦୨୫ରେ ଘଟିଥିଲା ଓ ସେଥିରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି…

ଏଇ ଭାରତରେ

ବୁଲା କୁକୁର, ଗାଈ ଓ ବାଛୁରିଙ୍କୁ ରୁଟି ଖାଇବାକୁ ଦେଉଛନ୍ତି ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦର ଗୌତମ ଯାଦବ। ସେ ଠେଲାଗାଡ଼ିରେ ପ୍ରତିଦିନ ସନ୍ଧ୍ୟାରେ ଘରକୁ ଘର…

ମହାବିଲୁପ୍ତି ପଥେ

ବର୍ତ୍ତମାନ ଷଷ୍ଠ ମହାବିଲୁପ୍ତି ପ୍ରକ୍ରିୟାର ଅୟମାରମ୍ଭ ଘଟିଲାଣି ବୋଲି ମତ ଦେଉଛନ୍ତି କେତେକ ପରିବେଶ ବିଜ୍ଞାନୀ। ସେଥିପାଇଁ ପୃଥିବୀର ପରିସଂସ୍ଥା ଦ୍ରୁତ ଅବକ୍ଷୟିତ ହୋଇଚାଲିଛି ଏବଂ ପରିଣାମସ୍ବରୂପ,…

ଯୋଜନାର ଅଧୋଗତି

ଭାରତର ସ୍ବାଧୀନତା ପରେ ଯେଉଁ ପଞ୍ଚବାର୍ଷିକ ଯୋଜନା ପ୍ରବର୍ତ୍ତନ କରାଯାଇଥିଲା ତା’ର ଅଧୋଗତି କାହିଁକି ଘଟିଲା? ୧୯୧୭ରେ ସୋଭିଏଟ ରୁଷ ପ୍ରଥମେ ପଞ୍ଚବାର୍ଷିକ ଯୋଜନା ପ୍ରଣୟନ କରି…

ଏନ୍‌ଜିଓ କାର୍ଯ୍ୟରେ ବାଧା

ଯାହା ସଂସଦରେ ଆଇନ ଭାବରେ ପାସ୍‌ ହୋଇପାରେ ନାହିଁ, ତାହାକୁ ନିୟମରେ ପରିବର୍ତ୍ତନ କରି ନୂଆରୂପରେ ଉପସ୍ଥାପନ କରାଯାଇପାରେ। ଏହା ଭାରତରେ ସମ୍ଭବ ହେଉଛି। ଗଣତାନ୍ତ୍ରିକ ରାଷ୍ଟ୍ରଗୁଡ଼ିକ…

ପୁଣି ଅନ୍ଧକାର ଗର୍ଭଗୃହକୁ

ନିର୍ବାଚନ ସରିଲା। ଶାସକ ଦଳର ‘ନାରୀ ବନ୍ଦନ’ ସଭା ସମାବେଶ ସରିଗଲା। ବିରୋଧୀ ଦଳର ମା’ମାନଙ୍କୁ ନେଇ ହେଉଥିବା ପ୍ରତିବାଦରେ ବି ଭଟ୍ଟା ପଡ଼ିଗଲା। ଫଳ? ଯେଉଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri